ଏଇ ଭାରତରେ

ଅଭାବ ସେବା ପଥରେ ବାଧା ସାଜେନି ଯାହା ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ଇରାପ୍ପା ନାଏକ। ସେ ଅବହେଳିତ ପିଲାମାନଙ୍କ ପାଇଁ ଏକ ସ୍କୁଲ୍‌ ଖୋଲି ସେଠାରେ ୫୦୦ ପିଲାଙ୍କୁ ମାଗଣାରେ ପଢାଉଛନ୍ତି। ଇରାପ୍ପାଙ୍କୁ ବର୍ତ୍ତମାନ ବୟସ ୫୧। ସେ ୨୦ ବର୍ଷ କଠିନ ପରିଶ୍ରମ ବଳରେ ଟଙ୍କା ସଞ୍ଚୟ କରି ଏହି ସ୍କୁଲ୍‌ ଖୋଲିଛନ୍ତି। ଇରାପ୍ପା ପ୍ରଥମେ ୨୦୦୦ରେ ମହାରାଷ୍ଟ୍ରର ମିରାଜ ସହର ନିକଟରେ ୨୦ଜଣ ପିଲାଙ୍କୁ ନେଇ ‘କ୍ରାନ୍ତିବୀର ଉମାଜୀ ନାଏକ ହାଇସ୍କୁଲ’ଖୋଲିଥିଲେ। ସ୍କୁଲ୍‌ରେ ପଢୁଥିବା ପିଲାମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଦିନ ମଜୁରିଆ ଓ ବର୍ଜ୍ୟବସ୍ତୁ ଗୋଟାଉଥିବା ଲୋକଙ୍କ ପିଲା। ଇରାପ୍ପାଙ୍କ ମାତା ପିତା ଶ୍ରମିକ ଥିଲେ। ଅଭାବ ଯୋଗୁ ତାଙ୍କ ଦୁଇ ଭାଇ ପାଠ ଛାଡି ଦେଇ ଶମିକ ଭାବେ କାର୍ଯ୍ୟ କରି ଇରାପ୍ପାଙ୍କୁ ପଢାଇଛନ୍ତି। ଏହା ଫଳରେ ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ହୋଇପାରିଛନ୍ତି। ଭାଇମାନେ ତାଙ୍କୁ ପଢିବା ପାଇଁ ଟଙ୍କା ଯୋଗାଇଥିବାରୁ ସେ ଅଭାବୀ ପିଲାମାନଙ୍କୁ ପଢାଇବା ଲାଗି ଚାହିଁଥିତ୍ଲେ ବୋଲି କହନ୍ତି ଇରାପ୍ପା। ସେ ଚାକିରି କରିଥିଲେ ଓ ତା’ ଭିତରୁ ସମୟ ବାହାର କରି ପିଲାମାନଙ୍କୁ ପଢାଉଥିଲେ। ଏବେ ଚାକିରି ଛାଡି ଏହି କାର୍ଯ୍ୟର ଲାଗିଛନ୍ତି। ଏହି ସ୍କୁଲ୍‌ରେ ଏବେ ପାଖାପାଖି ୫୦୦ ପିଲା ମଗଣାରେ ପଢୁଛନ୍ତି। ସେ ପଢାଇବା ଲାଗି ଶିକ୍ଷକମାନଙ୍କୁ ବି ନିଯୁକ୍ତି ଦେଇଛନ୍ତି ଓ ସେମାନଙ୍କୁ ଦରମା ମଧ୍ୟ ଦେଉଛନ୍ତି। ପିଲାମାନଙ୍କୁ ୟୁନିଫର୍ମ ମଧ୍ୟ ଯୋଗାଇ ଦେଉଛନ୍ତି। ଉକ୍ତ ସ୍କୁଲ୍‌ରୁ ପାସ କରିଥିବା ପିଲାମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି ଓବ୍ୟବସାୟ କରୁଛନ୍ତି। ଏବେ ସେମାନେ ସ୍କୁଲକୁ ଅର୍ଥଦାନ କରୁଛନ୍ତି ,ଯାହାଫଳରେ ସ୍କୁଲ୍‌ ଚାଲିପାରୁଛି ବୋଲି କହନ୍ତି ଇରାପ୍ପା।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri