ଏଇ ଭାରତରେ

ଶିକ୍ଷାର ବିକାଶ ଲାଗି ସରକାର ଯାହା କରନ୍ତୁ ନା କାହିଁକି ଏଥିଲାଗି ମହାରାଷ୍ଟ୍ରର ଏକ ଗାଁର ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ। ଓରଙ୍ଗାବାଦ ଜିଲାର ଗାଁ ପୋଖ୍‌ରୀର ଲୋକେ ଶିକ୍ଷାରେ ଉନ୍ନତି ଆଣିବା ଲାଗି ଏକ ଆଦର୍ଶଗତ ନିଷ୍ପତ୍ତି ନେଇ ଦେଶକୁ ଶିକ୍ଷା ବି ଦେଇଛନ୍ତି। ଗାଁରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ଖର୍ଚ୍ଚ କାଟଛାଣ୍ଟ କରି ସେହି ଅର୍ଥକୁ ସ୍କୁଲ୍‌ର ବିକାଶରେ ବିନିଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସ୍କୁଲର ୦.୪୫ ଏକର ଜମି ରହିଛି। ପାଖାପାଖି ୨୪୦ ପିଲା ଏଠାରେ ପଢନ୍ତି। ପରିସରକୁ ବଢାଇବା ଲାଗି ସ୍କୁଲ ୨ ଏକର ଜମି କିଣିିବାକୁ ଯାଉଛି ବୋଲି କୁହନ୍ତି ଜିଲା ପରିଷଦ ସିଇଓ ପବନୀତ କୌର। ଏହି ଜମି କିଣି ଏହାକୁ ଏକ ଆନ୍ତର୍ଜାତିକସ୍ତରର ସ୍କୁଲ କରିବାକୁ ଗ୍ରାମବାସୀ ଯୋଜନା କରିଛନ୍ତି। ଏଥିପାଇଁ ସେମାନେ ତିନିମାସ ପୂର୍ବରୁ ଧାର୍ମିକ କାର୍ଯ୍ୟରେ ହେବାକୁ ଥିବା ଖର୍ଚ୍ଚକାଟ କରିବାର ନିଷ୍ପତ୍ତି ନେଇ ଗାଁରେ ଅନୁଷ୍ଠିତ ହେଉଥିବା ଭାଗବତ ସପ୍ତାହ ଓ ଅନ୍ୟ ଧାର୍ମିକ କାର୍ଯ୍ୟକ୍ରମରେ ଟେଣ୍ଟ ଓ ମିଠା ଲାଗି ରଖାଯାଇଥିବା ଖର୍ଚ୍ଚକୁ କମାଇ ଦେଇଛନ୍ତି। ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦସେବନର ବି ଏକ ନିଆରା ବ୍ୟବସ୍ଥା କରାଯାଇଛି। ଏଥିରେ ଗୋଟିଏ ଜାଗାରେ ଡାଲି କରାଯିବ ଓ ସମସ୍ତଙ୍କ ଘରୁ ରୋଟି ମଗାଯାଇ ଅଣାଯିବା ପରେ ସମସ୍ତେ ପ୍ରସାଦ ପାଇବେ। ଏହି ଉପାୟରେ ଯେତିକି ଟଙ୍କା ବଳିପଡିବ ତାହା ସ୍କୁଲପାଇଁ ବ୍ୟୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri