ଏଇ ଭାରତରେ

ଦୃଷ୍ଟିବାଧିତ ବରକନ୍ୟାଙ୍କ ବାହାଘର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିଲେ ବି ଛତିଶଗଡ଼ର କୋରିଆ ଜିଲାରେ ଜାତିବାଦକୁ ପଛକରି ଅନୁଷ୍ଠିତ ହୋଇଥିବା ନିଆରା ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କୋରିଆ ଜିଲାର ଟୁମରିଆ ଗାଁରେ ହୋଇଛି ଏହି ବାହାଘର। ଏହି ବାହାଘରର ବର ଓ କନ୍ୟା ଉଭୟ ଦୃଷ୍ଟିବାଧିତ। ଟୁମରିଆ ଗାଁର ଦାଦୁରାମଙ୍କ ବଡ଼ଝିଅ ଗୁଞ୍ଜାଙ୍କ ସହ ସୁରଜଙ୍କର ବାହାଘର ହୋଇଛି। ଗୁଞ୍ଜା ପିଲାଦିନୁ ଦୃଷ୍ଟିବାଧିତ। ସୁରଜ ଓ ଗୁଞ୍ଜାଙ୍କ ଜାତି ଅଲଗା ଅଲଗା। ବରବେଶରେ ସୁରଜ ମଧ୍ୟପ୍ରଦେଶର ଗ୍ବାଲିୟରରୁ ଆସିଥିଲେ। ତାଙ୍କ ସହ ସାମିଲ ହୋଇଥିବା ସମସ୍ତ ବରଯାତ୍ରୀ ଥିଲେ ଦୃଷ୍ଟିବାଧିତ। ବରାତରେ ମାଧବ ଦୃଷ୍ଟିବାଧିତ ଆଶ୍ରମର ବିଦ୍ୟାର୍ଥୀମାନେ ବରଯାତ୍ରୀ ହୋଇ ଆସିଥିଲେ। ଏହି ଆଶ୍ରମରେ ସୁରଜ ସଙ୍ଗୀତ ଶିକ୍ଷା ପ୍ରଦାନ କରନ୍ତି। ଟୁମରିଆ ଗାଁ ଲୋକମାନଙ୍କ ପାଇଁ ଉକ୍ତ ବାହାଘର ବି ସ୍ବତନ୍ତ୍ର ରହିଥିଲା। ପୂରା ଗାଁ ଲୋକେ ବାହାଘର ଦେଖିବା ଲାଗି ଦାଦୁରାମଙ୍କ ଘରେ ପହଞ୍ଚତ୍ ଯାଇଥିଲେ। ଗୁଞ୍ଜା କଳାରେ ଡିଗ୍ରୀ ହାସଲ କରିଛନ୍ତି। ସୁରଜ ସଙ୍ଗୀତ କଳାରେ ଆଇଟିଆଇ କରିଛନ୍ତି। ଚିତ୍ରକୂଟର ରାମଭଦ୍ରାଚାର୍ଯ୍ୟ ବିଶ୍ୱଦ୍ୟାଳୟରେ ପଢୁଥିବା ସମୟରେ ଏହି ଦୁହିଙ୍କର ସାକ୍ଷାତ ହୋଇଥିଲା। ଏହି ବାହାଘରରେ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ କେତେକ ନେତା ବି ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?