ଏଇ ଭାରତରେ

ପାଞ୍ଚଶହ ବର୍ଷର ପୁରୁଣା ଅଯୋଧ୍ୟା ମାମଲାର ଏ୍ୟତିହାସିକ ରାୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିବା ପରେ ଦେଶରେ ଭାଇଚାରାର ଛବି ପଦାକୁ ଆସିଛି। ଶାନ୍ତିପୂଣ୍ଣର୍ର୍ ଭାବେ ଦୁଇ ସମ୍ପ୍ରଦାୟ ଏହାକୁ ଗ୍ରହଣ କରି ବିଶ୍ୱକୁ ଏକତାର ବାର୍ତ୍ତା ପ୍ରଦାନ କରିଥିବାବେଳେ ଜଣେ ମୁସଲମାନ ଛାତ୍ରନେତା ରାମମନ୍ଦିର ନିର୍ମାଣ ଲାଗି ଟଙ୍କା ଦାନ କରି ସର୍ବଧର୍ମ ସମନ୍ବୟର ବାର୍ତ୍ତାବହ ସାଜିଛନ୍ତି। ଆଗ୍ରାର ନ୍ୟାଶ୍‌ନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ ଅଫ୍‌ ଇଣ୍ଡିଆ(ଏନ୍‌ଏସ୍‌ୟୁଆଇ)ର ଜିଲା ସଭାପତି ବିଲାଲ ଅହମଦ ରାମଜନ୍ମଭୂମି ସ୍ଥଳୀରେ ମନ୍ଦିର ନିର୍ମାଣ ପାଇଁ ୧,୧୦୦ ଟଙ୍କା ଦାନ କରିଛନ୍ତି। ସେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ଅରୁଣ କୁମାର ଯାଦବଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏହି ରାଶିର ଚେକ୍‌ ପ୍ରଦାନ କରିଛନ୍ତି। ମନ୍ଦିର ନିର୍ମାଣରେ ତାଙ୍କ ପକ୍ଷରୁ ଯଦି ଦୁଇଟି ଇଟା ଲାଗିପାରିବ ତେବେ ସେ ବହୁତ ଖୁସି ହେବେ ବୋଲି କହିଛନ୍ତି ବିଲାଲ୍‌। ସର୍ବୋଚ୍ଚ ନ୍ୟାୟାଳୟ ଅଯୋଧ୍ୟା ମାମଲାରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଯୁଗାନ୍ତକାରୀ, ଆଉ ଏହି ପୁରାତନ ବିବାଦକୁ ନେଇ ନେତାମାନେ ଯେଭଳି ସମାଜରେ ବିଭ୍ରାଟ ସୃଷ୍ଟି କରୁଥିଲେ ତା’ର ଶେଷ ହୋଇଯାଇଛି ବୋଲି ସେ ଖୁସି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଆସାମର ଏକ ମୁସଲମାନ ଗୋଷ୍ଠୀ ୫ ହଜାର ଟଙ୍କା ରାମମନ୍ଦିର ନିର୍ମାଣ ପାଇଁ ଦାନ କରିବେ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri