ଏଇ ଭାରତରେ

ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶ୍ରାଦ୍ଧ ଦିଆଯିବାର ପରମ୍ପରା ରହିଥିବାବେଳେ ଗୁଜରାଟର ଏକ ଗାଁରେ ମୃତ୍ୟୁ ପୂର୍ବରୁ ତିନି ଜଣ ବୃଦ୍ଧଙ୍କୁ ଶ୍ରାଦ୍ଧ ଦେବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି ମୋରବି ଜିଲା ଗୋରଖିଜଡିଆ ଗାଁରେ। ବୃଦ୍ଧମାନଙ୍କ ଶେଷଇଚ୍ଛା ପୂରଣ କରିବା ପାଇଁ ସନ୍ତାନମାନେ ଏମିତିି ଏକ ଅଜବ ପରମ୍ପରା ଆପଣାଇଛନ୍ତି। ଗୋଟିଏ ପରିବାରର ତିନିଜଣ ବୃଦ୍ଧଙ୍କ ମଧ୍ୟରୁ ଗଙ୍ଗାରାମ ଭାଇ ମନଜୀ ଭାଇଗୋରିଆଙ୍କ ବୟସ ୧୦୦ ବର୍ଷ। ସେ ଏବେ ବି ସୁସ୍ଥ ଅଛନ୍ତି। ତାଙ୍କ ପରେ ଜୀବରାଜ ଭାଇ ମନଜୀ ଭାଇ ଗୋରିଆଙ୍କୁ ୯୮ ବର୍ଷ ହୋଇଥିବା ବେଳେ ବଜିବେନ ଜୀବରାଜ ଭାଇ ଗୋରିଆଙ୍କ ବୟସ ୯୭। ଧୁମ୍‌ଧାମରେ ଏମାନଙ୍କ ଶ୍ରାଦ୍ଧ କ୍ରିୟା ସମାପନ କରାଯିବା ପରେ ମୃତ୍ୟୁ ଭୋଜ ମଧ୍ୟ ଦିଆଯାଇଛି। ଏହାପରେ ତିନି ବୃଦ୍ଧଙ୍କୁ ଫୁଲମାଳ ପିିନ୍ଧାଇ ବାଜାବଜାଇ ଶେଭାଯାତ୍ରାରେ ନିଆଯାଇଥିଲା। ଶୋଭାଯାତ୍ରାରେ ଗାଁ ଲୋକେ ବି ଭାଗ ନେଇଥିତ୍ଲେ। ଶୋଭାଯାତ୍ରାରେ ପରିବାରର ପୁଅ, ବୋହୂ, ଝିଅ, ଭଉଣୀ ସମସ୍ତେ ବାଦ୍ୟର ତାଳେ ତାଳେ ଗର୍‌ବା ନୃତ୍ୟ ପ୍ରଦର୍ଶନ କରିଥିଲେ। ସନ୍ଧ୍ୟାବେଳେ ଭଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ସବୁଠୁ ବୟସ୍କ ବୃଦ୍ଧ ଗଙ୍ଗାରାମ ଏଠାକାର ପୂର୍ବତନ ବିଧାୟକ ଗୋକଲଦାସ ପରମାରଙ୍କ ସହ ବହୁ ଜନକଲ୍ୟାଣ କାର୍ଯ୍ୟ କରିଥିବାରୁ ସେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri