ଏଇ ଭାରତରେ

ଦେବତାଙ୍କ ନାଁରେ ଅଭିଯୋଗ ହୋଇଛି। ସେ ଏବେ ନଜରବନ୍ଦୀରେ । ଏମିତି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର କୁଲୁ ଦଶହରାରେ। କୁଲୁ ପ୍ରଶାସନ ବିଧିବଦ୍ଧ ଭାବେ ଦେବତାଙ୍କୁ ନିମନ୍ତ୍ରଣ କରିନଥିବାରୁ ସେମାନେ ଦଶହରାରେ ସାମିଲ ହେବାକୁ ଆସିଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ଅଣାଯାଇ ନଜରବନ୍ଦୀ କରାଯାଇଛି। ଏହି ଦୁଇ ଦେବତା ହେଲେ ଶୃଙ୍ଗ ଋଷି ଓ ବାଲୁ ନାଗ। ୧୬୫୦ରୁ କୁଲୁ ଦଶହରାରେ ପ୍ରଭୁ ରଘୁନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ରଥଯାତ୍ରାରେ ପ୍ରଭୁ ରଘୁନାଥଙ୍କ ଡାହାଣ ପାଖରେ ସର୍ବୋଚ୍ଚ ଦେବତା ରହିିବାର ବିଧି ରହିଛି। ଏହି ସ୍ଥାନରେ କିଛି ବର୍ଷ ଶୃଙ୍ଗ ଋଷି ରହି ୧୯୭୦ରୁ ଭାଗ ନେବା ବନ୍ଦ କରିଦେବା ପରେ ବାଲୁ ଦେବତା ସେହି ଜାଗା ନେଇଥିଲେ। ୧୧ ବର୍ଷ ପରେ ପୁଣି ଶୃଙ୍ଗ ଋଷି ରଥଯାତ୍ରାରେ ଭାଗ ନେବାପାଇଁ ଆସିବାରୁ ସର୍ବୋଚ୍ଚ ସ୍ଥାନକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ବାଲୁ ନାଗ ଲକ୍ଷ୍ମଣଙ୍କ ଅବତାର ଓ ସେ ରଘୁନାଥ (ବଡ଼ଭାଇ ରାମ)ଙ୍କ ସହ ରହିବେ । ଅନ୍ୟପକ୍ଷରେ ଶୃଙ୍ଗ ଋଷିଙ୍କ ଭକ୍ତ ଯୁକ୍ତି ବାଢିଛନ୍ତି ଯେ ଗୁରୁ ଶିଷ୍ୟ ସମ୍ପର୍କ ସବୁ ସମ୍ପର୍କଠାରୁ ବି ବଡ଼। ଏଣୁ ସେ ରଘୁନାଥଙ୍କ ସହ ରହିବା ପାଇଁ ଯୋଗ୍ୟ। ଏହିମତେ ଦଶହରାରେ ସର୍ବୋଚ୍ଚ ସ୍ଥାନକୁ ନେଇ ଦୁଇ ଦେବତାଙ୍କ ଭକ୍ତଙ୍କ ମଧ୍ୟରେ ବିବାଦ ହାଇକୋର୍ଟରେ ବି ପହଞ୍ଚିଯାଇଛି। ଏଯାବତ ତାହା ସମାଧାନ କରାଯାଇନାହିଁ। ଏଥିପାଇଁ ୧୦ ବର୍ଷ ହେବ କୁଲୁ ପ୍ରଶାସନ ଦୁଇ ଦେବତାଙ୍କୁ ଆମନ୍ତ୍ରଣ କରୁନାହାନ୍ତି। କିନ୍ତୁ ବିନା ନିମନ୍ତ୍ରଣରେ ଏଥର ସମର୍ଥକମାନେ ଦଶହରାକୁ ପାଲିଙ୍କିରେ ସେମାନଙ୍କ ଦେବତାଙ୍କୁ ଆଣିଥିଲେ। ଏହାପରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଦଶହରାରେ ପହଞ୍ଚିବା ପରେ ପୋଲିସ ଦୁଇ ଦେବତାଙ୍କୁ ନଜରବନ୍ଦୀ କରି ରଖିଛନ୍ତିି। କଡ଼ା ନିରାପତ୍ତା ମଧ୍ୟରେ ଦେତାଙ୍କୁ ଏକ କ୍ୟାମ୍ପ୍‌ରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?