ଉଦାହରଣ ଆଇସ୍‌ଲାଣ୍ଡ

ସମ୍ପାଦକୀୟ/ତଥାଗତ ସତପଥୀ
ଉତ୍ତର ଆଟ୍‌ଲାଣ୍ଟିକ୍‌ର ଏକ କ୍ଷୁଦ୍ର ଦ୍ୱୀପ ଦେଶ ଆଇସ୍‌ଲାଣ୍ଡର ପାର୍ଲାମେଣ୍ଟ ‘ଅଲ୍‌ପିଙ୍ଗି’ ନିକଟରେ ଏକ ଅଭିନବ ସଙ୍କଳ୍ପନାମା ଆଣି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଉପସ୍ଥିତ ୬୩ ସାଂସଦଙ୍କ ମଧ୍ୟରୁ ୬୦ ଜଣ ଏହାକୁ ସମର୍ଥନ କରିଥିବା ବେଳେ ୩ ଜଣ ବିରୋଧ କରିଥିଲେ। ସେହି ୩ ଜଣଙ୍କ ମଧ୍ୟରୁ ଜଣେ ବିବୃତି ରଖି କହିଛନ୍ତି ଯେ, ଏହି ପଦକ୍ଷେପ ଆହୁରି ଅଧିକ କଠୋର ହେବା ଉଚିତ ଥିଲା। ତେବେ ଏହି ପଦକ୍ଷେପ କ’ଣ ତାହା ଜାଣିବା ଆମ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଇସ୍‌ଲାଣ୍ଡ ଦ୍ୱାରା ଗୃହୀତ ହୋଇଥିବା ଏହି ସଙ୍କଳ୍ପନାମାରେ କୁହାଯାଇଛି-ସବୁ ଧର୍ମବିଶ୍ୱାସୀ ମନସ୍ତାତ୍ତ୍ୱିକ ରୋଗାକ୍ରାନ୍ତ। ସେହିପରି ୨୦୧୭ ମସିହାରେ ସେଠାକାର ପାର୍ଲାମେଣ୍ଟ ଦେଶରେ ଥିବା ସବୁ ବାଇବେଲ୍‌ ଉପରେ ମାନସିକ ରୋଗର ଚେତାବନୀ ଛପାଇବା ସହିତ ଆମେରିକୀୟ ଟେଲିଭିଜନ ଜରିଆରେ ଧର୍ମ ପ୍ରଚାର କରୁଥିବା ଚ୍ୟାନେଲକୁ ଆଇସ୍‌ଲାଣ୍ଡରେ ନିଷେଧ କରିଥିଲା। ଏହି ଧର୍ମନିରପେକ୍ଷ ନିଷ୍ପତ୍ତିକୁ ହଜମ କରିବା ପାଇଁ ମଣିଷଜାତିର ମାନସିକତା ଏବେ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ଏଭଳି ଅତ୍ୟାଧୁନିକ ଚିନ୍ତାଧାରାକୁ ପୂର୍ବରୁ ଅନେକ ବୈଜ୍ଞାନିକ ଆପଣାଇ ସାରିଛନ୍ତି। ବିଜ୍ଞାନର ଚେର ବାସ୍ତବତାରେ ବଢୁଥିବା ବେଳେ ଧର୍ମର ଜନ୍ମ ମଣିଷର ଦୁର୍ବଳତା ଓ ଅନ୍ଧବିଶ୍ୱାସରୁ ସୃଷ୍ଟ ବୋଲି କୁହାଯାଇଥାଏ। ମଣିଷ ଯେତେବେଳେ ନିଜର ପାରିପାର୍ଶ୍ୱିକ ପରିସ୍ଥିତିକୁ ବୁଝିବାରେ କିମ୍ବା ସାମ୍ନା କରିବାରେ ବିଫଳ ହୋଇଥାଏ, ସେତେବେଳେ ପ୍ରଭୁଙ୍କ ଆଶ୍ରୟ ଲୋଡ଼ିବା ପାଇଁ ଚେଷ୍ଟା କରେ। ସୁରୁଖୁରୁରେ ଧନୀ ଜୀବନଯାପନ କରୁଥିବା ମଣିଷର ଠାକୁରଙ୍କ ପ୍ରତି ସମ୍ମାନ ରହିଥାଇପାରେ, କିନ୍ତୁ ବ୍ୟାକୁଳତାର ପରିଚୟ ନ ଥାଏ।
ଧର୍ମକୁ ଖୁଣିବା ଅତ୍ୟନ୍ତ କଷ୍ଟକର ା ନାସ୍ତିକ ଓ ଆସ୍ତିକ ଉଭୟ ମିଶି ମଣିଷଜାତିକୁ ଦୀର୍ଘଦିନରୁ ଗଢ଼ି ଆସିଛନ୍ତି। ଉଭୟଙ୍କ ପାଖରେ କେତେକ ସତ୍ୟତା ରହିଛି। ସେଥିପାଇଁ କିଏ ଭୁଲ୍‌, କିଏ ଠିକ୍‌ କହିବା ଅସମ୍ଭବ। ଉଭୟ ଗୋଷ୍ଠୀ ପରସ୍ପରକୁ ନୂ୍ୟନ କରି ଦେଖାଇବାର ଚରିତ୍ର ମଧ୍ୟ ଅନେକ ଯୁଗରୁ ଗଡ଼ିଆସିଛି। ବିଜ୍ଞାନର ବିକାଶ ପରେ ଧର୍ମାବଲମ୍ବୀଙ୍କ ସଂଖ୍ୟା ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇ ଚାଲିଛି। ଏକ ଅତିଭୌତିକ ଚିନ୍ତାରେ କୁହାଯାଇଛି ଯେ, ଜଙ୍ଗଲରେ ସିଂହର ଗୋଷ୍ଠୀ ସୀମିତ ସଂଖ୍ୟା ଭିତରେ ରହିଥାଏ। ତା’ଠାରୁ ଅଧିକ ବୃଦ୍ଧି ହେଲେ ସେହି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଭାଗ ଭାଗ ହୋଇଯାଏ। ମଣିଷର ସୃଷ୍ଟି ପରେ ଧର୍ମର ସୃଷ୍ଟି ଘଟିବା ପଛରେ ଏକ ମୂଳ କାରଣ ଭାବେ ବୃହତ୍‌ ଗୋଷ୍ଠୀ ଏକଜୁଟ ରଖିବା ହୋଇଥିଲା ଲକ୍ଷ୍ୟ ା ସେହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଧର୍ମକୁ ବ୍ୟବହାର କରାଗଲା। ଶାସନ କରିବାକୁ ଆଗେଇ ଆସୁଥିବା ବ୍ୟକ୍ତିବିଶେଷ ଧର୍ମର ଦ୍ୱାହି ଦେଇ ନିଜର ଗ୍ରାମ, ଅଞ୍ଚଳ କିମ୍ବା ବୃହତ୍‌ ଭୂଖଣ୍ଡ ଉପରେ ଆଧିପତ୍ୟ ରଖିବା ପାଇଁ ଚେଷ୍ଟା କରିଚାଲିଲେ । ଅନେକ ସମୟରେ ପୁରାତନ ରାଜାମାନେ ନିଜକୁ ପ୍ରଭୁଙ୍କ ପ୍ରେରିତ ପ୍ରତିନିଧି ଭାବେ ଦର୍ଶାଇବାକୁ ଲାଗିଲେ। ଏହା ପୂର୍ବରୁ ଆଦି ମଣିଷ ପ୍ରକୃତିର ଉପାସକ ଭାବେ ବଞ୍ଚି ଆସିଥିଲା। ପଥର, ମାଟି, ଗଛ, ପାହାଡ଼ ଭଳି ପ୍ରାକୃତିକ ପଦାର୍ଥ ତା’ ପାଇଁ ପୂଜାଯୋଗ୍ୟ ଥିଲା। ଯେତେବେଳେ ବୁଦ୍ଧି ବୃଦ୍ଧି ହେଲା ଏବଂ ସେମାନେ ବୁଝିଲେ ଯେ, ସୂର୍ଯ୍ୟଙ୍କ ତାପରୁ ଜୀବନ ବଢୁଛି; ସେତେବେଳେ ଅନେକ ସ୍ଥାନରେ ସୂର୍ଯ୍ୟ ହୋଇଗଲେ ଶକ୍ତିର ସ୍ବରୂପ। ସେଥିରୁ ଜନ୍ମ ନେଲେ ସୂର୍ଯ୍ୟଦେବତା ଓ ତାଙ୍କଠାରୁ ବୋହିଆସିଲେ ସୂର୍ଯ୍ୟବଂଶୀ ରାଜାରାଜୁଡ଼ା। ସେଥିପାଇଁ ପ୍ରାୟ ସବୁଧର୍ମରେ ଶାସକ ବା ରାଜା ହୋଇଯାଇଛନ୍ତି ଭଗବାନ୍‌।
କିଏ କାହାକୁ ବିଶ୍ୱାସ କିମ୍ବା ଅବିଶ୍ୱାସ କଲା ସେଥିରେ ଅନ୍ୟ କାହାର ଦଖଲ ରହିବା ଠିକ୍‌ ନୁହେଁ। ଯେମିତି କିଏ ଆମିଷ ଖାଇଲା ଓ କିଏ ନିରାମିଷ ରହିଲା, କିଏ ସୂତାର ଧୋତି ପିନ୍ଧିଲା କିମ୍ବା ସେହି ସୂତାର ଜିନ୍ସ ପିନ୍ଧିଲା ଭଳି କିଏ କେଉଁ ଧର୍ମାବଲମ୍ବୀ ହେଲା ସେଥିରେ ସମାଜ ଏବଂ ବ୍ୟବସ୍ଥାର କୌଣସି ଭୂମିକା ରହିବା ଉଚିତ ନୁହେଁ। ଅନ୍ୟ ଏକ ଦିଗକୁ ମଧ୍ୟ ଉଲ୍ଲେଖ କରିହେବ। ଇତିହାସକୁ ଦେଖିଲେ ଧର୍ମପୀଠଗୁଡ଼ିକର ଦାନବାକ୍ସରେ ଅଧିକ ଅର୍ଥ ପଡ଼ିଥିବା ବେଳେ ରାଜାଙ୍କୁ ଟିକସ ଦେବା ପାଇଁ ସମସ୍ତେ କୁଣ୍ଠାବୋଧ କରନ୍ତି। ସେଥିପାଇଁ ଗୀର୍ଜା, ମନ୍ଦିର, ମସ୍‌ଜିଦ, ଗୁରୁଦ୍ୱାରା ଭଳି ଧର୍ମପୀଠରେ ଆକ୍ରମଣକାରୀମାନେ ପ୍ରଥମେ ପ୍ରବେଶ କରି ଲୁଟିବାକୁ ଚେଷ୍ଟା କରନ୍ତି। ଦୀର୍ଘଦିନର ଖଟଣିରୁ ଅର୍ଜନ କରିଥିବା ଅର୍ଥକୁ ଖଟିଖିଆ ଚାଷୀ ନିଜର ମାନସିକ ପୂରଣ ସକାଶେ ଠାକୁରଙ୍କ ପାଖରେ ଅଜାଡ଼ି ଦେଇଥାଆନ୍ତି। ସେହି ଅର୍ଥ ଉପରେ ସମସ୍ତଙ୍କ ନଜର ରହୁଥିଲା ା ସେଥିପାଇଁ ଅନେକ ଦିଗ ସହିତ ଧର୍ମରୁ ସୃଷ୍ଟି ହେଉଥିବା ବ୍ୟବସାୟର ମଣିଷ ଜାତିର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି। ପୃଥିବୀରେ ଯେତେବେଳେ ଗୋଳାବାରୁଦ ଓ ବନ୍ଧୁକର ବଜାର ବଢ଼ିଲା ବ୍ୟବସାୟୀ ବୁଝିଲେ ଯେ, ଏହି ବୃହତ୍‌ ବେପାରକୁ ଧର୍ମ ସହିତ ଯୋଡ଼ିପାରିଲେ ଲାଭ ଅଧିକ ହୋଇପାରିବ।
ଆଇସ୍‌ଲାଣ୍ଡ ଅଲ୍‌ପିଙ୍ଗିର ନିଷ୍ପତ୍ତିକୁ ଆଜିର ଭାରତରେ କୌତୂହଳପୂର୍ଣ୍ଣ ଦୃଷ୍ଟିରେ ଅଧିକାଂଶ ଦେଖିବେ। କିନ୍ତୁ ସେହି ଦେଶର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆଉ ଗୋଟିଏ ସୌଦି ଆରବ କିମ୍ବା ଆମେରିକା ହେବା ଚାହୁଁନାହୁଁ। ସେଭଳି ଉଦାର ମାନସିକତା ଅନ୍ୟ ଦେଶଗୁଡ଼ିିକୁ କେବେ ପ୍ରଭାବିତ କରିପାରିବ କି ନାହିଁ, ତାହା କହିବା କଷ୍ଟକର। ମାତ୍ର ସରକାରୀ ସ୍ତରରେ ଏବଂ ବ୍ୟବସ୍ଥାଠାରୁ ଧର୍ମ ଦୂରେଇଗଲେ ସମାଜର ମଙ୍ଗଳ ସୁନିଶ୍ଚିତ ଘଟିବ। ଏହାର ଅର୍ଥ ନୁହେଁ ଠାକୁର ବିଶ୍ୱାସୀଙ୍କୁ ମନ୍ଦିର, ମସ୍‌ଜିଦ୍‌ ଯିବା ପାଇଁ ବାରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri