ଉଦାହରଣ ଆଇସ୍‌ଲାଣ୍ଡ

ସମ୍ପାଦକୀୟ/ତଥାଗତ ସତପଥୀ
ଉତ୍ତର ଆଟ୍‌ଲାଣ୍ଟିକ୍‌ର ଏକ କ୍ଷୁଦ୍ର ଦ୍ୱୀପ ଦେଶ ଆଇସ୍‌ଲାଣ୍ଡର ପାର୍ଲାମେଣ୍ଟ ‘ଅଲ୍‌ପିଙ୍ଗି’ ନିକଟରେ ଏକ ଅଭିନବ ସଙ୍କଳ୍ପନାମା ଆଣି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଉପସ୍ଥିତ ୬୩ ସାଂସଦଙ୍କ ମଧ୍ୟରୁ ୬୦ ଜଣ ଏହାକୁ ସମର୍ଥନ କରିଥିବା ବେଳେ ୩ ଜଣ ବିରୋଧ କରିଥିଲେ। ସେହି ୩ ଜଣଙ୍କ ମଧ୍ୟରୁ ଜଣେ ବିବୃତି ରଖି କହିଛନ୍ତି ଯେ, ଏହି ପଦକ୍ଷେପ ଆହୁରି ଅଧିକ କଠୋର ହେବା ଉଚିତ ଥିଲା। ତେବେ ଏହି ପଦକ୍ଷେପ କ’ଣ ତାହା ଜାଣିବା ଆମ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଇସ୍‌ଲାଣ୍ଡ ଦ୍ୱାରା ଗୃହୀତ ହୋଇଥିବା ଏହି ସଙ୍କଳ୍ପନାମାରେ କୁହାଯାଇଛି-ସବୁ ଧର୍ମବିଶ୍ୱାସୀ ମନସ୍ତାତ୍ତ୍ୱିକ ରୋଗାକ୍ରାନ୍ତ। ସେହିପରି ୨୦୧୭ ମସିହାରେ ସେଠାକାର ପାର୍ଲାମେଣ୍ଟ ଦେଶରେ ଥିବା ସବୁ ବାଇବେଲ୍‌ ଉପରେ ମାନସିକ ରୋଗର ଚେତାବନୀ ଛପାଇବା ସହିତ ଆମେରିକୀୟ ଟେଲିଭିଜନ ଜରିଆରେ ଧର୍ମ ପ୍ରଚାର କରୁଥିବା ଚ୍ୟାନେଲକୁ ଆଇସ୍‌ଲାଣ୍ଡରେ ନିଷେଧ କରିଥିଲା। ଏହି ଧର୍ମନିରପେକ୍ଷ ନିଷ୍ପତ୍ତିକୁ ହଜମ କରିବା ପାଇଁ ମଣିଷଜାତିର ମାନସିକତା ଏବେ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ଏଭଳି ଅତ୍ୟାଧୁନିକ ଚିନ୍ତାଧାରାକୁ ପୂର୍ବରୁ ଅନେକ ବୈଜ୍ଞାନିକ ଆପଣାଇ ସାରିଛନ୍ତି। ବିଜ୍ଞାନର ଚେର ବାସ୍ତବତାରେ ବଢୁଥିବା ବେଳେ ଧର୍ମର ଜନ୍ମ ମଣିଷର ଦୁର୍ବଳତା ଓ ଅନ୍ଧବିଶ୍ୱାସରୁ ସୃଷ୍ଟ ବୋଲି କୁହାଯାଇଥାଏ। ମଣିଷ ଯେତେବେଳେ ନିଜର ପାରିପାର୍ଶ୍ୱିକ ପରିସ୍ଥିତିକୁ ବୁଝିବାରେ କିମ୍ବା ସାମ୍ନା କରିବାରେ ବିଫଳ ହୋଇଥାଏ, ସେତେବେଳେ ପ୍ରଭୁଙ୍କ ଆଶ୍ରୟ ଲୋଡ଼ିବା ପାଇଁ ଚେଷ୍ଟା କରେ। ସୁରୁଖୁରୁରେ ଧନୀ ଜୀବନଯାପନ କରୁଥିବା ମଣିଷର ଠାକୁରଙ୍କ ପ୍ରତି ସମ୍ମାନ ରହିଥାଇପାରେ, କିନ୍ତୁ ବ୍ୟାକୁଳତାର ପରିଚୟ ନ ଥାଏ।
ଧର୍ମକୁ ଖୁଣିବା ଅତ୍ୟନ୍ତ କଷ୍ଟକର ା ନାସ୍ତିକ ଓ ଆସ୍ତିକ ଉଭୟ ମିଶି ମଣିଷଜାତିକୁ ଦୀର୍ଘଦିନରୁ ଗଢ଼ି ଆସିଛନ୍ତି। ଉଭୟଙ୍କ ପାଖରେ କେତେକ ସତ୍ୟତା ରହିଛି। ସେଥିପାଇଁ କିଏ ଭୁଲ୍‌, କିଏ ଠିକ୍‌ କହିବା ଅସମ୍ଭବ। ଉଭୟ ଗୋଷ୍ଠୀ ପରସ୍ପରକୁ ନୂ୍ୟନ କରି ଦେଖାଇବାର ଚରିତ୍ର ମଧ୍ୟ ଅନେକ ଯୁଗରୁ ଗଡ଼ିଆସିଛି। ବିଜ୍ଞାନର ବିକାଶ ପରେ ଧର୍ମାବଲମ୍ବୀଙ୍କ ସଂଖ୍ୟା ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇ ଚାଲିଛି। ଏକ ଅତିଭୌତିକ ଚିନ୍ତାରେ କୁହାଯାଇଛି ଯେ, ଜଙ୍ଗଲରେ ସିଂହର ଗୋଷ୍ଠୀ ସୀମିତ ସଂଖ୍ୟା ଭିତରେ ରହିଥାଏ। ତା’ଠାରୁ ଅଧିକ ବୃଦ୍ଧି ହେଲେ ସେହି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଭାଗ ଭାଗ ହୋଇଯାଏ। ମଣିଷର ସୃଷ୍ଟି ପରେ ଧର୍ମର ସୃଷ୍ଟି ଘଟିବା ପଛରେ ଏକ ମୂଳ କାରଣ ଭାବେ ବୃହତ୍‌ ଗୋଷ୍ଠୀ ଏକଜୁଟ ରଖିବା ହୋଇଥିଲା ଲକ୍ଷ୍ୟ ା ସେହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଧର୍ମକୁ ବ୍ୟବହାର କରାଗଲା। ଶାସନ କରିବାକୁ ଆଗେଇ ଆସୁଥିବା ବ୍ୟକ୍ତିବିଶେଷ ଧର୍ମର ଦ୍ୱାହି ଦେଇ ନିଜର ଗ୍ରାମ, ଅଞ୍ଚଳ କିମ୍ବା ବୃହତ୍‌ ଭୂଖଣ୍ଡ ଉପରେ ଆଧିପତ୍ୟ ରଖିବା ପାଇଁ ଚେଷ୍ଟା କରିଚାଲିଲେ । ଅନେକ ସମୟରେ ପୁରାତନ ରାଜାମାନେ ନିଜକୁ ପ୍ରଭୁଙ୍କ ପ୍ରେରିତ ପ୍ରତିନିଧି ଭାବେ ଦର୍ଶାଇବାକୁ ଲାଗିଲେ। ଏହା ପୂର୍ବରୁ ଆଦି ମଣିଷ ପ୍ରକୃତିର ଉପାସକ ଭାବେ ବଞ୍ଚି ଆସିଥିଲା। ପଥର, ମାଟି, ଗଛ, ପାହାଡ଼ ଭଳି ପ୍ରାକୃତିକ ପଦାର୍ଥ ତା’ ପାଇଁ ପୂଜାଯୋଗ୍ୟ ଥିଲା। ଯେତେବେଳେ ବୁଦ୍ଧି ବୃଦ୍ଧି ହେଲା ଏବଂ ସେମାନେ ବୁଝିଲେ ଯେ, ସୂର୍ଯ୍ୟଙ୍କ ତାପରୁ ଜୀବନ ବଢୁଛି; ସେତେବେଳେ ଅନେକ ସ୍ଥାନରେ ସୂର୍ଯ୍ୟ ହୋଇଗଲେ ଶକ୍ତିର ସ୍ବରୂପ। ସେଥିରୁ ଜନ୍ମ ନେଲେ ସୂର୍ଯ୍ୟଦେବତା ଓ ତାଙ୍କଠାରୁ ବୋହିଆସିଲେ ସୂର୍ଯ୍ୟବଂଶୀ ରାଜାରାଜୁଡ଼ା। ସେଥିପାଇଁ ପ୍ରାୟ ସବୁଧର୍ମରେ ଶାସକ ବା ରାଜା ହୋଇଯାଇଛନ୍ତି ଭଗବାନ୍‌।
କିଏ କାହାକୁ ବିଶ୍ୱାସ କିମ୍ବା ଅବିଶ୍ୱାସ କଲା ସେଥିରେ ଅନ୍ୟ କାହାର ଦଖଲ ରହିବା ଠିକ୍‌ ନୁହେଁ। ଯେମିତି କିଏ ଆମିଷ ଖାଇଲା ଓ କିଏ ନିରାମିଷ ରହିଲା, କିଏ ସୂତାର ଧୋତି ପିନ୍ଧିଲା କିମ୍ବା ସେହି ସୂତାର ଜିନ୍ସ ପିନ୍ଧିଲା ଭଳି କିଏ କେଉଁ ଧର୍ମାବଲମ୍ବୀ ହେଲା ସେଥିରେ ସମାଜ ଏବଂ ବ୍ୟବସ୍ଥାର କୌଣସି ଭୂମିକା ରହିବା ଉଚିତ ନୁହେଁ। ଅନ୍ୟ ଏକ ଦିଗକୁ ମଧ୍ୟ ଉଲ୍ଲେଖ କରିହେବ। ଇତିହାସକୁ ଦେଖିଲେ ଧର୍ମପୀଠଗୁଡ଼ିକର ଦାନବାକ୍ସରେ ଅଧିକ ଅର୍ଥ ପଡ଼ିଥିବା ବେଳେ ରାଜାଙ୍କୁ ଟିକସ ଦେବା ପାଇଁ ସମସ୍ତେ କୁଣ୍ଠାବୋଧ କରନ୍ତି। ସେଥିପାଇଁ ଗୀର୍ଜା, ମନ୍ଦିର, ମସ୍‌ଜିଦ, ଗୁରୁଦ୍ୱାରା ଭଳି ଧର୍ମପୀଠରେ ଆକ୍ରମଣକାରୀମାନେ ପ୍ରଥମେ ପ୍ରବେଶ କରି ଲୁଟିବାକୁ ଚେଷ୍ଟା କରନ୍ତି। ଦୀର୍ଘଦିନର ଖଟଣିରୁ ଅର୍ଜନ କରିଥିବା ଅର୍ଥକୁ ଖଟିଖିଆ ଚାଷୀ ନିଜର ମାନସିକ ପୂରଣ ସକାଶେ ଠାକୁରଙ୍କ ପାଖରେ ଅଜାଡ଼ି ଦେଇଥାଆନ୍ତି। ସେହି ଅର୍ଥ ଉପରେ ସମସ୍ତଙ୍କ ନଜର ରହୁଥିଲା ା ସେଥିପାଇଁ ଅନେକ ଦିଗ ସହିତ ଧର୍ମରୁ ସୃଷ୍ଟି ହେଉଥିବା ବ୍ୟବସାୟର ମଣିଷ ଜାତିର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି। ପୃଥିବୀରେ ଯେତେବେଳେ ଗୋଳାବାରୁଦ ଓ ବନ୍ଧୁକର ବଜାର ବଢ଼ିଲା ବ୍ୟବସାୟୀ ବୁଝିଲେ ଯେ, ଏହି ବୃହତ୍‌ ବେପାରକୁ ଧର୍ମ ସହିତ ଯୋଡ଼ିପାରିଲେ ଲାଭ ଅଧିକ ହୋଇପାରିବ।
ଆଇସ୍‌ଲାଣ୍ଡ ଅଲ୍‌ପିଙ୍ଗିର ନିଷ୍ପତ୍ତିକୁ ଆଜିର ଭାରତରେ କୌତୂହଳପୂର୍ଣ୍ଣ ଦୃଷ୍ଟିରେ ଅଧିକାଂଶ ଦେଖିବେ। କିନ୍ତୁ ସେହି ଦେଶର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆଉ ଗୋଟିଏ ସୌଦି ଆରବ କିମ୍ବା ଆମେରିକା ହେବା ଚାହୁଁନାହୁଁ। ସେଭଳି ଉଦାର ମାନସିକତା ଅନ୍ୟ ଦେଶଗୁଡ଼ିିକୁ କେବେ ପ୍ରଭାବିତ କରିପାରିବ କି ନାହିଁ, ତାହା କହିବା କଷ୍ଟକର। ମାତ୍ର ସରକାରୀ ସ୍ତରରେ ଏବଂ ବ୍ୟବସ୍ଥାଠାରୁ ଧର୍ମ ଦୂରେଇଗଲେ ସମାଜର ମଙ୍ଗଳ ସୁନିଶ୍ଚିତ ଘଟିବ। ଏହାର ଅର୍ଥ ନୁହେଁ ଠାକୁର ବିଶ୍ୱାସୀଙ୍କୁ ମନ୍ଦିର, ମସ୍‌ଜିଦ୍‌ ଯିବା ପାଇଁ ବାରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri