Posted inଖେଳ

ଇଣ୍ଡୋ-ପାକ୍‌ ସିରିଜ ପାଇଁ ପ୍ରସ୍ତାବ ଦେଲେ ଅଖତର

ନୂଆଦିଲ୍ଲୀ, ୮ା୪ (ପି.ଟି.): ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ଶୋଏବ ଅଖତର ଭାରତ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଥିରୁ ଉପାର୍ଜିତ ଅର୍ଥ ଦୁଇ ପଡୋଶୀ ଦେଶରେ କୋଭିଡ୍‌-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ବୋଲି ସେ କହିଛନ୍ତି। ମ୍ୟାଚଗୁଡ଼ିକ ବିନା ଦର୍ଶକରେ ଆୟୋଜିତ ହୋଇ ପାରିବ। ଲୋକେ କେବଳ ଟେଲିଭିଜନ ଜରିଆରେ ଦେଖିପାରିବେ। ଭାରତରେ ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନର ଆକ୍ରମଣ ଘଟଣା ପରେ ୨୦୦୭ରୁ ଦୁଇ ପଡୋଶୀ ଦେଶ ମଧ୍ୟରେ ଗୋଟିଏ ହେଲେ ପୂର୍ଣ୍ଣାଙ୍ଗ ସିରିଜ ଖେଳାଯାଇ ନାହିଁ। ଉଭୟେ କେବଳ ଏସିଆ କପ୍‌ ଏବଂ ଆଇସିସି ଇଭେଣ୍ଟରେ ପରସ୍ପରକୁ ଭେଟିଛନ୍ତି । ବର୍ତ୍ତମାନର ସଂକଟଜନକ ପରିସ୍ଥିତରେ ମ୍ୟାଚର ଫଳାଫଳ ଯାହା ହେଉ ନା କାହିଁକି କୌଣସି ଦେଶର ଲୋକଙ୍କ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଇସ୍‌ଲାମାବାଦରୁ ଏକ ସାକ୍ଷାତ୍‌କାରରେ ଅଖତର ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିରାଟ କୋହଲି ଅବା ବାବର ଆଜାମ ଯେକେହି ଶତକ ହାସଲ କଲେ ମଧ୍ୟ ଉଭୟ ଦେଶର ଖେଳପ୍ରେମୀ ଏହାକୁ ସହଜରେ ଗ୍ରହଣ କରିବେ। ପଡ଼ିଆରେ ଫଳାଫଳ ଯାହା ହେଉ ନା କାହିଁକି ସେଥିରେ ଉତ୍ତେଜନା ସୃଷ୍ଟି ହେବ ନାହିଁ ବୋଲି ମୋର ବିଶ୍ୱାସ। ଏଥିରୁ ଉପାର୍ଜିତ ଅର୍ଥକୁ ଉଭୟ ଭାରତ ଓ ପାକିସ୍ତାନ ସରକାରଙ୍କ ଅଧା ଅଧା ପରିମାଣରେ ଦାନ କରାଯିବ। ମହାମାରୀ ବ୍ୟାପିବାରୁ ରୋକିବା ଲାଗି ଉଭୟ ଦେଶରେ ବର୍ତ୍ତମାନ ଲକ୍‌ ଡାଉନ୍‌ ଚାଲିଛି। ପରିସ୍ଥିତିରେ ସୁଧାର ଆସିଲେ ଯାଇ ଏହି ସିରିଜ ଖେଳାଯାଇ ପାରିବ। ଅନ୍ୟପକ୍ଷରେ ଅଖତର କହିଛନ୍ତି, ତାଙ୍କର ଏହି ପ୍ରସ୍ତାବ କେତେଦୂର ଯୁକ୍ତିଯୁକ୍ତ ତାହା ସେ କହିପାରିବେ ନାହିଁ। କିନ୍ତୁ ଏଭଳି ଏକ ଉଦ୍ୟମ ହେବା ଦରକାର। ପୂର୍ବତନ ପେସ୍‌ ବୋଲର କହିଛନ୍ତି, ଭାରତ ଓ ପାକିସ୍ତାନରେ ବହୁ କ୍ରିକେଟପ୍ରେମୀ ରହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଲୋକେ ବର୍ତ୍ତମାନ ଘରେ ରହୁଛନ୍ତି। ମ୍ୟାଚକୁ ସେମାନେ ଉପଭୋଗ କରିପାରିବେ। ସିରିଜକୁ ନିରପେକ୍ଷ ସ୍ଥାନ ଦୁବାଇରେ ଆୟୋଜନ କରାଯାଇପାରେ। ଏହା ଯଦି ସମ୍ଭବ ହୁଏ ତେବେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସମ୍ପର୍କ ସ୍ଥାିପତ ହେବା ସହ କୂଟନୈତିକ ସମ୍ପର୍କରେ ଉନ୍ନତି ଘଟିପାରିବ ବୋଲି ଅଖତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତୁମ ନାମରୁ ‘ଡାକ୍ତର’ ଶବ୍ଦ ହଟାଅ’: ଚିକିତ୍ସା ନ ମିଳିବାରୁ ୪ ବର୍ଷୀୟା ବଳାତ୍କାର ପୀଡିତାଙ୍କ ମୃତ୍ୟୁ; ଗାଜିଆବାଦର ୨ ହସ୍ପିଟାଲକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲ ଏବଂ ସେମାନଙ୍କର ଡାକ୍ତରଙ୍କୁ ଶୁକ୍ରବାର ଜଣେ ଚାରି ବର୍ଷୀୟା ବଳାତ୍କାର ପୀଡିତାଙ୍କୁ ସମୟୋଚିତ ଚିକିତ୍ସା ଯୋଗାଇ ନ ଦେବା…

ଅକାଳରେ ଜନ୍ମିତ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ଜଗି ରହିଲେ ବନ କର୍ମଚାରୀ

ରିଆମାଳ,୧୭ା୭(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ଏକ ଅକାଳରେ ଜନ୍ମିତ ହାତୀ ଶାବକର…

୮ମ ବେତନ ଆୟୋଗ: କେବେଠାରୁ ଲାଗୁ ହେବ ନୂଆ ଦରମା? ୫୦ ଲକ୍ଷ କର୍ମଚାରୀ ଓ ୭୦ ଲକ୍ଷ ପେନସନଭୋଗୀଙ୍କ ପାଇଁ ଜରୁରୀ ଅପଡେଟ୍

ନୂଆଦିଲ୍ଲୀ,୧୭।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର। ୮ମ ବେତନ ଆୟୋଗ ଗଠନ ହେବାର ପ୍ରାୟ ୯ ମାସ…

୩ ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ, ଗ୍ରାମବାସୀ କହିଲେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ଲୋୟର ସୁକ୍‌ତେଲ ଥଇଥାନ, ପୁନର୍ବାସ, ଶିବିର ଓ…

ଅମିତାଭଙ୍କୁ ଧନୀ ବନାଇବାରେ ଥିଲା ଏହି ବ୍ୟକ୍ତିଙ୍କ ହାତ! ଜାଣନ୍ତୁ କିଏ ସେହି ୧୫,୦୦୦ କୋଟିର ମାଲିକ

ମୁମ୍ବାଇ: କୌଣସି ଏକ ସମୟରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଥିବା ପ୍ରେମଚନ୍ଦ ଗୋଧାଙ୍କ ଶୂନ୍ୟରୁ ଶିଖରକୁ ପହଞ୍ଚିବାର କାହାଣୀ ପ୍ରକୃତରେ ଅତ୍ୟନ୍ତ…

ଦାନ ଚୋରି ମାମଲାରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ, ୧୦୦ କର୍ମଚାରୀଙ୍କୁ କରାଯିବ ବହିଷ୍କାର !

ଅଯୋଧ୍ୟା,୧୭।୭: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ଘଟଣାର SIT ତଦନ୍ତ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ମୁତାବକ, ସୁପାରିଶ…

ଜୁଲାଇରେ ୧୭ ପ୍ରତିଶତ ଅଧିକ ବର୍ଷା: ବଢ଼ିପାରେ ହୀରାକୁଦ ଜଳଭଣ୍ଡାର ସ୍ତର

ଭୁବନେଶ୍ୱର,୧୭ା୭: ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।…

ଗୋଟିଏ ଦିନପରେ କୋଟିଆରେ ହେଲା ରଥଟଣା: ଯୋଗ ଦେଲେ ପଟ୍ଟାଙ୍ଗି ବିଧାୟକଙ୍କ ସହ…

ପଟ୍ଟାଙ୍ଗି,୧୭।୭(ଶରତ କୁମାର ଧଳ): ସାରା ରାଜ୍ୟରେ ଗୋଟିଏ ଦିନରେ ରଥଯାତ୍ରା ବା ରଥଟଣା ହେଉଥିବା ବେଳେ ରାଜ୍ୟର କିଛି ସ୍ଥାନରେ ଦିନକ ପରେ ରଥଯାତ୍ରା ବା ରଥଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri