Posted inଖେଳ

ଇଣ୍ଡୋ-ପାକ୍‌ ସିରିଜ ପାଇଁ ପ୍ରସ୍ତାବ ଦେଲେ ଅଖତର

ନୂଆଦିଲ୍ଲୀ, ୮ା୪ (ପି.ଟି.): ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ଶୋଏବ ଅଖତର ଭାରତ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଥିରୁ ଉପାର୍ଜିତ ଅର୍ଥ ଦୁଇ ପଡୋଶୀ ଦେଶରେ କୋଭିଡ୍‌-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ବୋଲି ସେ କହିଛନ୍ତି। ମ୍ୟାଚଗୁଡ଼ିକ ବିନା ଦର୍ଶକରେ ଆୟୋଜିତ ହୋଇ ପାରିବ। ଲୋକେ କେବଳ ଟେଲିଭିଜନ ଜରିଆରେ ଦେଖିପାରିବେ। ଭାରତରେ ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନର ଆକ୍ରମଣ ଘଟଣା ପରେ ୨୦୦୭ରୁ ଦୁଇ ପଡୋଶୀ ଦେଶ ମଧ୍ୟରେ ଗୋଟିଏ ହେଲେ ପୂର୍ଣ୍ଣାଙ୍ଗ ସିରିଜ ଖେଳାଯାଇ ନାହିଁ। ଉଭୟେ କେବଳ ଏସିଆ କପ୍‌ ଏବଂ ଆଇସିସି ଇଭେଣ୍ଟରେ ପରସ୍ପରକୁ ଭେଟିଛନ୍ତି । ବର୍ତ୍ତମାନର ସଂକଟଜନକ ପରିସ୍ଥିତରେ ମ୍ୟାଚର ଫଳାଫଳ ଯାହା ହେଉ ନା କାହିଁକି କୌଣସି ଦେଶର ଲୋକଙ୍କ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଇସ୍‌ଲାମାବାଦରୁ ଏକ ସାକ୍ଷାତ୍‌କାରରେ ଅଖତର ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିରାଟ କୋହଲି ଅବା ବାବର ଆଜାମ ଯେକେହି ଶତକ ହାସଲ କଲେ ମଧ୍ୟ ଉଭୟ ଦେଶର ଖେଳପ୍ରେମୀ ଏହାକୁ ସହଜରେ ଗ୍ରହଣ କରିବେ। ପଡ଼ିଆରେ ଫଳାଫଳ ଯାହା ହେଉ ନା କାହିଁକି ସେଥିରେ ଉତ୍ତେଜନା ସୃଷ୍ଟି ହେବ ନାହିଁ ବୋଲି ମୋର ବିଶ୍ୱାସ। ଏଥିରୁ ଉପାର୍ଜିତ ଅର୍ଥକୁ ଉଭୟ ଭାରତ ଓ ପାକିସ୍ତାନ ସରକାରଙ୍କ ଅଧା ଅଧା ପରିମାଣରେ ଦାନ କରାଯିବ। ମହାମାରୀ ବ୍ୟାପିବାରୁ ରୋକିବା ଲାଗି ଉଭୟ ଦେଶରେ ବର୍ତ୍ତମାନ ଲକ୍‌ ଡାଉନ୍‌ ଚାଲିଛି। ପରିସ୍ଥିତିରେ ସୁଧାର ଆସିଲେ ଯାଇ ଏହି ସିରିଜ ଖେଳାଯାଇ ପାରିବ। ଅନ୍ୟପକ୍ଷରେ ଅଖତର କହିଛନ୍ତି, ତାଙ୍କର ଏହି ପ୍ରସ୍ତାବ କେତେଦୂର ଯୁକ୍ତିଯୁକ୍ତ ତାହା ସେ କହିପାରିବେ ନାହିଁ। କିନ୍ତୁ ଏଭଳି ଏକ ଉଦ୍ୟମ ହେବା ଦରକାର। ପୂର୍ବତନ ପେସ୍‌ ବୋଲର କହିଛନ୍ତି, ଭାରତ ଓ ପାକିସ୍ତାନରେ ବହୁ କ୍ରିକେଟପ୍ରେମୀ ରହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଲୋକେ ବର୍ତ୍ତମାନ ଘରେ ରହୁଛନ୍ତି। ମ୍ୟାଚକୁ ସେମାନେ ଉପଭୋଗ କରିପାରିବେ। ସିରିଜକୁ ନିରପେକ୍ଷ ସ୍ଥାନ ଦୁବାଇରେ ଆୟୋଜନ କରାଯାଇପାରେ। ଏହା ଯଦି ସମ୍ଭବ ହୁଏ ତେବେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସମ୍ପର୍କ ସ୍ଥାିପତ ହେବା ସହ କୂଟନୈତିକ ସମ୍ପର୍କରେ ଉନ୍ନତି ଘଟିପାରିବ ବୋଲି ଅଖତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri