ଇ-ମୂଲ୍ୟାୟନ କେନ୍ଦ୍ରରେ ରହୁନି ଇଣ୍ଟରନେଟ୍‌

ବ୍ରହ୍ମପୁର ଅଫିସ୍‌,୨୬ା୪- ଶିକ୍ଷା କ୍ଷେତ୍ର ଭଳି ଏକ ସମ୍ବେଦନଶୀଳ ବିଷୟକୁ ନେଇ ରାଜ୍ୟ ସରକାର କେମିତି ଖାମଖିଆଲ ମନୋଭାବ ରଖୁଛନ୍ତି, ତାହା ଯୁକ୍ତ ୨ ଖାତାଦେଖାରେ ସୃଷ୍ଟି ହୋଇଥିବା ବିଭ୍ରାଟରୁ ପ୍ରମାଣିତ ହେଉଛି। ବର୍ତ୍ତମାନ ଯୁକ୍ତ ୨ ଖାତା ମୂଲ୍ୟାୟନ ଚାଲିଛି। ମାନୁଆଲ୍‌ ବା ଅଫ୍‌ଲାଇନ୍‌ ଏବଂ ଇ-ମୂଲ୍ୟାୟାନ ବା ଅନ୍‌ଲାଇନ୍‌ରେ ଖାତା ମୂଲ୍ୟାୟନ କରାଯାଉଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଲା ଇ-ମୂଲ୍ୟାୟାନ କେନ୍ଦ୍ରରେ ଖାତା ମୂଲ୍ୟାୟନ କାର୍ଯ୍ୟ ଅନ୍‌ଲାଇନ୍‌ରେ ହେଉଥିବା ବେଳେ ବ୍ରହ୍ମପୁରରେ ଥିବା କେନ୍ଦ୍ରରେ ଇଣ୍ଟର୍‌ନେଟ ସଂଯୋଗ ରହୁନି। ପ୍ରାୟତଃ ଇଣ୍ଟରନେଟ୍‌ ସଂଯୋଗ ବିଚ୍ଛିନ୍ନ ରହୁଛି। ଫଳରେ ଖାତା ଦେଖା ଗୁରୁତର ପ୍ରଭାବିତ ହେଉଛି। ଅଧ୍ୟାପିକା ଅଧ୍ୟାପକମାନେ କେନ୍ଦ୍ରରେ ବସି ବସି ଫେରିଯାଉଛନ୍ତି।  ତଥାପି ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।  ଯେ, ଏପ୍ରିଲ୍‌ ୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ଖାତାଦେଖା ବର୍ତ୍ତମାନ ସୁଦ୍ଧା ଚାଲିଛି। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ନିମନ୍ତେ ଦକ୍ଷିଣାଞ୍ଚଳର ୮ଟି ଜିଲାରେ ୯୯ଟି ଟେବୁଲ୍‌ରେ ମୋଟ ୬୯୨ ଜଣ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ମାନୁଆଲ ମୂଲ୍ୟାୟନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଇ-ମୂଲ୍ୟାୟନ ସରୁନି। ଆସନ୍ତା ୩୦ତାରିଖ ସୁଦ୍ଧା ସାରିବାକୁ ବିଭାଗ ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଇ-ମୂଲ୍ୟାୟନ କେନ୍ଦ୍ରରେ ଇଣ୍ଟର୍‌ନେଟ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଉଛି। ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ନିମନ୍ତେ ୫ କେନ୍ଦ୍ରରେ ୪୦ଟି ଟେବୁଲରେ ୩୦୮ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ବ୍ରହ୍ମପୁରରେ ଗିରି ରୋଡ୍‌ ସ୍ଥିତ ଏକ ଘରୋଇ ପ୍ରତିଯୋଗିତାମୂଳକ ଶିକ୍ଷାନୁଷ୍ଠାନରେ ଇ-ମୂଲ୍ୟାୟାନ କରାଯାଉଛି। ଏହି କେନ୍ଦ୍ରରେ ୩୦ କମ୍ପ୍ୟୁଟର୍‌(ପିସି) ଏବଂ ୧୦ଟି ଲ୍ୟାପଟପ୍‌ ରଖାଯାଇଛି। ଦୁଇଟି ସିଟିଂରେ ଖାତା ଦେଖାଯାଉଛି। ସକାଳ ୮ଟାରୁ ଦିନ ୧ଟା ଏବଂ ଦିନ ୧ଟାରୁ ଅପରାହ୍ନ ୪ଟା। ମୋଟ ୬୨ଜଣ ଅଧାପିକା ଏବଂ ଅଧ୍ୟାପକ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ଏହି ଇ-ମୂଲ୍ୟାୟନ କେନ୍ଦ୍ରରେ ସମସ୍ୟା ହେଲା ଇଣ୍ଟର୍‌ନେଟ୍‌। ପ୍ରଥମ ତିନି ଦିନ ଅର୍ଥାତ୍‌ ଏପ୍ରିଲ୍‌ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଆଦୌ ଇଣ୍ଟରନେଟ୍‌ ସଂଯୋଗ ରହିଲାନି।

ଆରମ୍ଭରୁ ହିଁ ଗୁରୁତର ବିଭ୍ରାଟ ଦେଖିବାକୁ ମିଳିଲା। ଅଧ୍ୟାପିକା ଅଧ୍ୟାପକମାନେ କେନ୍ଦ୍ରକୁ ଆସି ଇଣ୍ଟରନେଟ୍‌କୁ ଅପେକ୍ଷା କରି କରି ଶେଷରେ ନିରାଶ ହେଲେ। ଏଣୁ ଏହି ତିନି ଦିନ ପ୍ରାୟତଃ ଖାତା ଦେଖା ହୋଇପାରିଲା ନାହିଁ। ପରବର୍ତ୍ତୀ ଦିନଗୁଡ଼ିକରେ ଇଣ୍ଟର୍‌ନେଟ୍‌ ସଂଯୋଗ ରହୁଥିଲେ ମଧ୍ୟ ତାହା କଟିଯାଉଥିଲା। ଫଳରେ ସ୍ବାଭାବିକ ଭାବେ ଖାତା ଦେଖା ହୋଇପାରିଲାନି। ଏବେ ପୁଣି ଥରେ ଗତ କିଛି ଦିନ ହେଲା ଇଣ୍ଟର୍‌ନେଟ୍‌ ସଂଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଛି। ଖାତା ଦେଖା ଅଧା ହୋଇଥିବ, ସଂଯୋଗ କଟିଯାଉଛି, ଯାହାକୁ ନେଇ ଅଧ୍ୟାପିକା ଅଧ୍ୟାପକମାନେ ହଇରାଣ ହେଉଛନ୍ତି। ସକାଳ ୮ଟା ସୁଦ୍ଧା ସେମାନେ କେନ୍ଦ୍ରରେ ପହଞ୍ଚି ଯାଉଛନ୍ତି। କିନ୍ତୁ ଇଣ୍ଟର୍‌ନେଟ୍‌  ସଂଯୋଗ  ରହୁନାହିଁ। ଗୁରୁବାର ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଆଦୌ ଇଣ୍ଟର୍‌ନେଟ୍‌ ନ ଥିଲା। ପ୍ରଥମ ସିଟିଂ ଖାତା ଦେଖା ହୋଇପାରିଲା ନାହିଁ। ଦ୍ୱିତୀୟ ସିଟିଂ ମଧ୍ୟ ଇଣ୍ଟର୍‌ନେଟ୍‌ ସମସ୍ୟା ଯୋଗୁ ପ୍ରଭାବିତ ହେଲା। ତେବେ କେତେକ ଅଧ୍ୟାପିକା ଅଧ୍ୟାପକ ଏକ କାମଚଳା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଲ୍ୟାପଟପ୍‌ରେ ହଟ୍‌ସ୍ପଟ୍‌(ୱାଇ-ଫାଇ) ସୁବିଧା ଥାଏ। ଏଣୁ ସେମାନେ ମୋବାଇଲ୍‌ର ଇଣ୍ଟର୍‌ନେଟ୍‌କୁ ହଟ୍‌ସ୍ପଟ୍‌ ଜରିଆରେ ଲ୍ୟାପଟପ୍‌ରେ ସଂଯୋଗ କରି ଖାତା ମୂଲ୍ୟାୟନ କରୁଛନ୍ତି। କିନ୍ତୁ କମ୍ପ୍ୟୁଟର୍‌(ପିସି)ରେ ଏ ସୁବିଧା ନ ଥିବା ଯୋଗୁ ମୂଲ୍ୟାୟାନ ବନ୍ଦ ହୋଇଯାଉଛି। ନିୟମିତ ମୂଲ୍ୟାୟନକାରୀମାନେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ବିଭାଗ ତରଫରୁ ଇ-ମୂଲ୍ୟାାନ କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ଶେଷ ହୋଇ ନ ଥିବା ବେଳେ ମେ’ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଏଣୁ ଖାତା ମୂଲ୍ୟାୟନ କାର୍ଯ୍ୟ ନିର୍ଦ୍ଦାରିତ ସମୟରେ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ପ୍ରହସନ! ଶୁଭାରମ୍ଭର ମାସେ ପରେ ବି ଜଳୁନି ଷ୍ଟ୍ରିଟ ଲାଇଟ

ଗଞ୍ଜାମ, ୫।୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ଏବେ ପ୍ରହସନରେ ପରିଣତ ହୋଇଛି। ଗତ ଅଗଷ୍ଟ ୩୧ ତାରିଖରେ ସହରରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାର…

ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ଅଜିତ କୁମାର: ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟ

ପୁରୁଷୋତ୍ତମପୁର,୫।୧୦(ସବିତା ମିଶ୍ର): ଦୀର୍ଘ ଏକ ବର୍ଷ ପରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିକୁ ମିଳିଛି ନୂତନ ନିର୍ବାହୀ ଅଧିକାରୀ। ଅଜିତ କୁମାର ପଟ୍ଟନାୟକ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?