ଆବାସ ଅଧାରେ ଥାଇ ହଡ଼ପ ହେଉଛି ଅର୍ଥ

ଦଶମନ୍ତପୁର,୧୯।୪(ଡି.ଏନ୍‌.ଏ.): ଆବାସ ଯୋଜନାରେ ଦୁର୍ନୀତିର ଗନ୍ତାଘର ସାଜିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ। କେଉଁଠି ପୁନାଦିରେ କାମ ରହି ମଧ୍ୟ ଶେଷ ବିଲ୍‌ ଉଠାଯାଇ ଥିବାବେଳେ ଅନ୍ୟ କେଉଁଠି ଗୃହ ସଂପୂର୍ଣ୍ଣ ହୋଇ ନଥିଲେ ହେଁ କାର୍ଯ୍ୟାଳୟରେ ଫଟୋ ଦେଖାଇ କିଛି କର୍ମଚାରୀଙ୍କ ସହ ସଲାସୁତୁରାରେ ଟଙ୍କା ଉଟିଛି। ଏପଟେ ହିତାଧିକାରୀ ଗୃହ ସରିବା ବାଟକୁ ଚାହିଁ ଚାହିଁ ଆରପାରିକି ଚାଲିଯାଉଛନ୍ତି। ଗିର୍ଲିଗୁମ୍ମା ପଞ୍ଚାୟତ ଡଣ୍ଡାବାଡ଼ ଗ୍ରାମରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।
୨୦୧୭/୧୮ ଆର୍ଥିକ ବର୍ଷରେ ଗ୍ରାମର ପାନ ଜାନିଙ୍କୁ ଆବାସ ଗୃହ ମିଳିଥିଲା। ସ୍ବାମୀ ବୁଟାଙ୍କ ମୃତ୍ୟୁ ପରେ ଗୃହ ନିର୍ମାଣ ତାଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ିଥିଲା। ଜଣେ ଠିକାଦାର ‘ଖୁବ୍‌ଶୀଘ୍ର ତୁମ ଘର ଶେଷ କରାଇଦେବି’ କହି କାମ ହାତେଇ ନେଇଥିଲେ। କିନ୍ତୁ ୨ବର୍ଷ ବିତିଯାଇଥିଲେ ମଧ୍ୟ ଘରର ଛାତ ପଡ଼ିନାହିଁ। ନୂଆଘରେ ମୁଣ୍ଡ ଗୁଞ୍ଜିବା ପାଇଁ ଆଶା ରଖିଥିବା ପାନ ମଧ୍ୟ ଇତିମଧ୍ୟରେ ଆଉ ନାହାନ୍ତି। କିନ୍ତୁ ତାଙ୍କ ପୁତୁରା ଓ ଭାଇ ଅଧପନ୍ତରିଆ ଗୃହର ଛାତ ଶୀଘ୍ର ଶେଷ କର ବୋଲି ଠିକାଦାରଙ୍କୁ ଜଣାଇଲେ ସେ କହୁଛନ୍ତି, ମୋ ବିରୋଧରେ ତୁମେ ଯାହାକୁ ଅଭିଯୋଗ ଜଣାଇଲେ ମଧ୍ୟ କିଛି ହେବନାହିଁ। ତେଣୁ ତୁରନ୍ତ ଘରକାମ ନ ସରିଲେ ବ୍ଲକ କାର୍ଯ୍ୟାଳୟରେ ତାଲା ଠୁଙ୍କିବା ସହ ଜିଲାପାଳଙ୍କ ଦ୍ୱାରସ୍ଥ ହେବୁ ବୋଲି ପାନଙ୍କ ସମ୍ପର୍କୀୟ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଠିକାଦାର ଛବି ଖୋସଲା କହିଥିଲେ, ହଁ ମୁଁ କରିଦେବି ଏବଂ ସାହେବ ମାଝିର ଇଟା ଟଙ୍କା ଓ ଶ୍ରମିକଙ୍କ ୬୦୦୦ ଟଙ୍କା ଖୁବଶୀଘ୍ର ପ୍ରଦାନ କରିଦେବି। ଏ ସମ୍ପର୍କରେ ବିଡିଓ ଡମ୍ବରୁଧର ମଲ୍ଲିକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…

କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri