ଆନ୍ଦୋଳନ ପାଇଁ ଭଞ୍ଜସେନାର ଚେତାବନୀ

ବାରିପଦା ଅଫିସ,୩ା୧- ମୟୂରଭଞ୍ଜ ଜିଲାରେ ପର୍ଯ୍ୟଟନସ୍ଥଳ ଭରପୁର ଥିଲେ ମଧ୍ୟ ଏହାର ଉନ୍ନତି କିମ୍ବା ରକ୍ଷଣାବେକ୍ଷଣ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ବିଭିନ୍ନ ସଂଗଠନ ଜିଲାରେ ପର୍ଯ୍ୟଟନ ଶିଳ୍ପ ସ୍ଥାପନ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଏନେଇ ଆସନ୍ତା ୮ ତାରିଖରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ଓ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟକୁ ସାମାଜିକ ସଂଗଠନ ଭଞ୍ଜସେନା ଘେରାଉ କରିବ ବୋଲି ଚେତାବନୀ ଦେଇଛି। ଅନ୍ୟପକ୍ଷେ ଏହି ଦିନ ବାରିପଦାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଥିବାରୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ସମ୍ପର୍କରେ ଜଣାଇବା ପାଇଁ ସେନା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆ ଯାଇଥିବା ସେନାର ସଭାପତି ପିଣ୍ଟୁ ମାଇତି ସୂଚନା ଦେଇଛନ୍ତି।
ସେହିପରି ସେନାର ସଭାପତି ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗୁରୁବାର ଜିଲାପାଳ ବିନିତ ଭରଦ୍ୱାଜଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଅଧିକାରୀ ମାସ ମାସ ଧରି ରହୁ ନ ଥିବା ବେଳେ ସେ ଭୁବନେଶ୍ୱରେ ରହି ଜିଲାର କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ କିଛି ଦିନ ତଳେ ଶିମିଳିପାଳର ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜ କୁମାରଙ୍କୁ ଶିମିଳିପାଳରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାକାର ପରିବେଶ ସହିତ ଖାପ ଖୁଆଇ ପାରୁ ନ ଥିବାରୁ ମହେନ୍ଦ୍ରର ସ୍ବାସ୍ଥ୍ୟବସ୍ଥା ଠିକ ନାହିଁ। ଏଣୁ ହାତୀ ଦୁଇଟିକୁ ତୁରନ୍ତ ଶିମିଳିପାଳକୁ ଫେରାଇ ଅଣାଯିବା ପାଇଁ ମଧ୍ୟ ସେନା ଦାବି କରିଛି। ପର୍ଯ୍ୟଟନ ସ୍ଥଳ ଦେବକୁଣ୍ଡର ରାସ୍ତାଘାଟ, ସୁରକ୍ଷା ଓ ପାନୀୟଜଳ ବ୍ୟବସ୍ଥା କରିବା ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ମଧ୍ୟ ସେନା ଜିଲାପାଳ ଭରଦ୍ୱାଜଙ୍କଠାରେ ଦାବି କରିଛି। ଏହି ପ୍ରତିନିଧି ଦଳରେ ସେନାର ଉପାଧ୍ୟକ୍ଷ ରାକେଶ ସିଂ, ଯୁବ ଛାତ୍ର ସଂଯୋଜକ ରାକେଶ ବେହେରା, ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ ଓ ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri