ଆନ୍ତଃରାଜ୍ୟ ଟେନିସ୍‌ କ୍ରିକେଟ: ଶ୍ରୀକାକୁଲମ୍‌ ଚାମ୍ପିୟନ

ବ୍ରହ୍ମପୁର ଅଫିସ୍‌,୧୩ା୧-ସ୍ଥାନୀୟ ଗୋଷାଣୀନୂଆଗଁା କେସି ହାଇସ୍କୁଲ ପଡିଆରେ କେସି ଏକାଦଶ କ୍ରିକେଟ ବ୍ଲକ ଆନୁକୂଲ୍ୟରେ ଆନ୍ତଃ ରାଜ୍ୟ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ଅନ୍ୟ ଅତିଥିଙ୍କ ମଧ୍ୟରେ ବିଜେଡି ଡିଷ୍ଟ୍ରିକ୍ଟ ଭାଇସ୍‌ ପ୍ରେସିଡେଣ୍ଟ ସଞ୍ଜିିତ ପାଣିଗ୍ରାହୀ, ଅମିୟ ଦାଶ, ଗୋବିନ୍ଦ ପାଢ଼ୀ, ବୁଦ୍ଧିଆ ସାହୁ, ପ୍ରମୋଦ ଚୌଧୁରୀ, କୈଳାସ ଚୌଧୁରୀ, ଜଗନ୍ନାଥ ସାହୁ, ବିଜୟ କୁମାର ପଟ୍ଟନାୟକ, ଏନ.ତ୍ରିିପତି ପାତ୍ର, ନୟନ ଆଚାର୍ଯ୍ୟ, ଡ.ଅସୀମ ଅମିତାଭ ପଟ୍ଟନାୟକ, ନୀଳମାଧବ ବେହେରା, ସନ୍ତୋଷ ପାଢ଼ୀ ଓ ପ୍ରଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ ମ୍ୟାଚ ଶ୍ରୀକାକୁଲମ ଏଫସିସି ବନାମ ଆଜାଦ ସ୍ପୋର୍ଟିଂ ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶ୍ରୀକାକୁଲମ ଦଳ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୧୫ ଓଭର ମ୍ୟାଚ ଖେଳି ୬ ଉଇକେଟ ବିନିମୟରେ ୨୩୨ ରନ କରିଥିଲା। ଦଳପକ୍ଷରୁ ସାଇ ୨୨ ବଲ ଖେଳି ୬୪ ରନ ଓ ସନ୍ତୁ ୨୦ ବଲ ଖେଳି ୫୩ ରନ କରିଥିଲେ । ଆଜାଦ ସ୍ପୋର୍ଟିଂ ତରଫରୁ ସୁନୀଲ ପାଣିଗ୍ରାହୀ ଓ ମନୋଜ ଚୌଧୁରୀ ଦୁଇଟି ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଆଜାଦ ସ୍ପୋର୍ଟିଂ କ୍ଲବ ୧୦ ଓଭର ଖେଳି ସମସ୍ତ ଉଇକେଟ ହରାଇ ୬୦ ରନ କରିଥିଲା । ଦଳପକ୍ଷରୁ ସୁନୀଲ ୬ ବଲ ଖେଳି ୧୬ ରନ କରିଥିଲେ ।
ଶ୍ରୀକାକୁଲମ ତରଫରୁ ବୋଲିଂରେ ସୋନୁ ୨ ଓଭରରେ ୯ ରନ ଦେଇ ୪ ଉଇକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚକୁ ଶ୍ରୀକାକୁଲମ ଦଳ ୧୭୨ ରନ ଜିତି ନେଇଥିଲା। ଡି.ରଜନୀକାନ୍ତ ରେଡ୍ଡୀ ଓ ପ୍ରସନ୍ନ ପାଢ଼ୀ ମ୍ୟାଚ୍‌ ପରିଚାଳନା କରିଥିଲେ। ସ୍କୋରର ଭାବେ ସୂର୍ଯ୍ୟନାରାୟଣ ପରିଡା ସହଯୋଗ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ଭାବେ ଓ ମ୍ୟାନ ଅଫ ଦି ସିରିଜ ଭାବେ ଶ୍ରୀକାକୁଲମର ସାଇ ବେଷ୍ଟ ବୋଲର, ଶ୍ରୀକାକୁଲମର ସୋନୁ, ବେଷ୍ଟ ବ୍ୟାଟ୍ସମ୍ୟାନ ଓ ଆଜାଦ ଟିମର ସୁନୀଲ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା । ବିଜେତା ଟିମ୍‌କୁ ଟ୍ରଫି ସହ ୩୦ ହଜାର ଟଙ୍କା ଓ ରନର୍ସ ଟିମ୍‌କୁ ଟ୍ରଫି ସହ ୨୦ ହଜାର ଟଙ୍କା ବ୍ରହ୍ମପୁର ବିଧାୟକ ପଣ୍ଡା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?