ଆତ୍ମହତ୍ୟା କାହିଁକି

ଡା. ସମ୍ରାଟ କର

ଆମ ଦେଶରେ ପ୍ରତିଦିନ ଅନେକ ବ୍ୟକ୍ତି କୌଣସି କାରଣରୁ ଆତ୍ମହତ୍ୟା କରିଥାନ୍ତି। ଆତ୍ମହତ୍ୟା ଏକ ଅପରାଧ। ଏଭଳି ଏକ ଘୃଣ୍ୟ ମାନସିକତାକୁ ମନରୁ ଦୂରେଇବା ଓ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ଉଚିତ। ସର୍ବେକ୍ଷଣ ଅନୁସାରେ ୧୯୯୦ ପରଠାରୁ ଯୁବପିଢ଼ିରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି।
ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଚାହୁଁଛି ବୋଲି ଜାଣିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନାହିଁ। ମାତ୍ର କେତେକ ଲକ୍ଷଣ ଯାହାକୁ ଆମେ ବିପଦ ସଂକେତ ବୋଲି ଜାଣିପାରିବା, ତାହା ହେଲା ଇଚ୍ଛାପତ୍ର ବା ଉତ୍ତରାଧିକାରୀ ପତ୍ର ଲେଖିବା, ହଠାତ୍‌ ପରିବାର ଓ ବନ୍ଧୁମାନଙ୍କ ସହିତ ଦେଖାକରିବା (ଶେଷଥର ପାଇଁ), ଆତ୍ମହତ୍ୟା ପାଇଁ ସରଞ୍ଜାମ କିଣିବା ଯଥା-ଦଉଡ଼ି, ବିଷ ଓ ପେଟ୍ରୋଲ ଇତ୍ୟାଦି। ଯେଉଁ ବ୍ୟକ୍ତିଟି ଆତ୍ମହତ୍ୟା କରେ, ପ୍ରାୟ ସେ ମାନସିକ ବିଷାଦଗସ୍ତ ହୋଇଥାଏ। ଆତ୍ମହତ୍ୟାର ଇଚ୍ଛା କରୁଥିବା ବ୍ୟକ୍ତି ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଆସିଲେ, ପ୍ରଥମେ ତା’ର ଭାବନା ତଥା ବ୍ୟବହାରର ଆକଳନ କରାଯାଏ। ପୂର୍ବରୁ ସେ କେବେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି କିମ୍ବା ପରିବାରର କିଏ କରିଛନ୍ତି ଆଦି ଜାଣିବା ଦରକାର। ଲୋକଟିର ମାନସିକ ଚାପ ବିଷୟରେ ଜାଣିଲେ ଚିକିତ୍ସା ସହଜ ହୋଇଥାଏ। ଯେଉଁମାନଙ୍କର ପରିବାର ଓ ବନ୍ଧୁମାନଙ୍କ ସହିତ ନିବିଡ଼ ସମ୍ପର୍କ ଥାଏ ତଥା ମାନସିକ ଚାପ ଦୂରକରିବାର ଇଚ୍ଛାଶକ୍ତି ଥାଏ, ସେମାନେ ଚିକିତ୍ସାରେ ଖୁବ୍‌ଶୀଘ୍ର ଲାଭବାନ ହୁଅନ୍ତି। ବିଷାଦଗସ୍ତ ଥିବା, ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଓ ନିଶାସେବନ କରୁଥିବା ବ୍ୟକ୍ତିମାନଙ୍କର ଅଧିକ ଦିନ ଚିକିତ୍ସା ଆବଶ୍ୟକ। ଏବେ ଏକ ଆନ୍ତର୍ଜାତିକ ରିପୋର୍ଟ ଅନୁସାରେ ଭାରତରେ ୧୮ରୁ ୩୯ ବର୍ଷ ବୟସର ଲୋକମାନଙ୍କ ଭିତରେ ଆତ୍ମହତ୍ୟା ମୃତ୍ୟୁର ଏକ ଅଗ୍ରଗାମୀ କାରଣ ଭାବେ ଉଭା ହୋଇଛି। ଦେଶରେ ପ୍ରତିଦିନ ୬୩୦ଜଣ ଆତ୍ମହତ୍ୟା କରୁଥିବାବେଳେ ରିପୋର୍ଟ ପ୍ରକାଶ ପାଇବା ଦିନ ଜଣେ ୧୮ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ଆତ୍ମହତ୍ୟା କରିଛି ଯିଏ କି ତା’ର ଆତ୍ମହତ୍ୟା ଚିଠିରେ ଆତ୍ମହତ୍ୟାର କାରଣ ‘ଇଞ୍ଜିନିୟରିଂ ଆଘାତ’ ବୋଲି ଉଲ୍ଲେଖ କରିଛି। ଅଧିକାଂଶ ଯୁବକ ଆର୍ଥିକ ସମସ୍ୟା, ପାଠପଢ଼ାର ବୋଝ, ପରୀକ୍ଷାର ଚାପ, ବିଚ୍ଛିନ୍ନ ସମ୍ପର୍କ ଇତ୍ୟାଦି କାରଣ ଯୋଗୁ ଭାବପ୍ରବଣତାର ଶିକାର ହୋଇ ଜୀବନ ହାରି ଦିଅନ୍ତି।
୨୦୧୯ରେ ଘଟିଥିବା ସର୍ବମୋଟ ୨,୩୦,୩୧୪ ଆତ୍ମହତ୍ୟା ମଧ୍ୟରୁ ମହିଳାଙ୍କ ହାର ହେଉଛି ୭୧.୨ ଏବଂ ପୁରୁଷଙ୍କ ହାର ହେଉଛି ୫୭.୭ ପ୍ରତିଶତ। ସମଗ୍ର ପୃଥିବୀରେ ଯୁବ ସମ୍ପ୍ରଦାୟଙ୍କ କ୍ଷେତ୍ରରେ ଆତ୍ମହତ୍ୟା ସବୁଠାରୁ ଅଧିକ। ପୃଥିବୀର ସର୍ବମୋଟ ଜନସଂଖ୍ୟାର ୧୭.୮ ପ୍ରତିଶତ ଲୋକ ଭାରତରେ ବାସ କରନ୍ତି। କିନ୍ତୁ ପୃଥିବୀର ସର୍ବମୋଟ ଆତ୍ମହତ୍ୟାର ୩୬.୬ ପ୍ରତିଶତ ମହିଳା ଓ ୨୪.୩ ପ୍ରତିଶତ ପୁରୁଷ ଭାରତରେ ଆତ୍ମହତ୍ୟା କରନ୍ତି। ଭାରତରେ ଆତ୍ମହତ୍ୟା କ୍ଷେତ୍ରରେ ମହିଳାମାନଙ୍କ ଅନୁପାତ ହେଉଛି ୨:୧ ଯାହା ବିଶ୍ୱ ପରିସଂଖ୍ୟାନଠାରୁ ଅଧିକ କାହିଁକି ନା ସମଗ୍ର ବିଶ୍ୱରେ ବେଶି ପୁରୁଷ ଆତ୍ମହତ୍ୟା କରିଥାନ୍ତି। ଭାରତରେ ବେଶି ବିବାହିତା ମହିଳା ମଧ୍ୟ ଆତ୍ମହତ୍ୟା କରନ୍ତି। ଏହା ଅବଶ୍ୟ ଚିନ୍ତାର ବିଷୟ। ଭାରତରେ ବି ମେଣ୍ଟାଲ ହେଲ୍‌ଥ କେୟାର ଆକ୍ଟ -୨୦୧୭ରେ ମାନସିକ ରୋଗର ନିରାକରଣ ପାଇଁ ବିଧି ବ୍ୟବସ୍ଥା ହୋଇଛି। ସେହି ଆଇନରେ ମନୋବିଜ୍ଞାନୀମାନଙ୍କ ପରାମର୍ଶ, ସାମାଜିକ କର୍ମୀଙ୍କ ନିଯୁକ୍ତି ଭଳି ଅନେକ ପ୍ରକାର ଉତ୍ତମ ବ୍ୟବସ୍ଥା ବି ରହିଛି। ତେବେ କେବଳ ଆଇନ ଭିତରେ ଏହାକୁ ସୀମିତ ରଖିଲେ ଚଳିବନି, ସେଗୁଡ଼ିକ କାର୍ଯ୍ୟକାରୀ ହେଲେ ହିଁ ଆତ୍ମହତ୍ୟାକୁ ଟାଳି ହେବ। ଆତ୍ମହତ୍ୟାକୁ ଏକ ଉତ୍କଟ ସାମାଜିକ ବ୍ୟାଧି ଭାବରେ ଆମକୁ ଗ୍ରହଣ କରିବାକୁ ହେବ। ଏଥିପାଇଁ ଉପରକୁ କେବଳ ଦାୟିତ୍ୱ ଖସାଇ ଦେଇ ଆମେ ନୀରବଦ୍ରଷ୍ଟା ସାଜିଲେ ଲାଭ ହେବନାହିଁ। ସରକାର, ମନୋବିଜ୍ଞାନୀ, ସାମାଜିକକର୍ମୀ, ମନସ୍ତାତ୍ତ୍ୱିକ ପରାମର୍ଶଦାତା, ଧାର୍ମିକ, ବ୍ୟକ୍ତିବିଶେଷ, ଦାର୍ଶନିକ, ବୁଦ୍ଧିଜୀବୀ ଓ ଶିକ୍ଷକଙ୍କ ଭଳି ବିଜ୍ଞଜନମାନେ ଏ ବାବଦରେ ସଚେତନତା ସୃଷ୍ଟି ପାଇଁ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ସ୍ତରରେ ପ୍ରୟାସ କରିବା ଉଚିତ।
ମାନସିକ ରୋଗ ବିଶେଷଜ୍ଞ
ମୋ- ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?