କଟକଣା, କଟକଣା

ହିନ୍ଦୀ ଟେଲିଭିଜନ ଚ୍ୟାନେଲ ସୁଦର୍ଶନ ନ୍ୟୁଜରେ ପ୍ରସାରିତ ‘ବିନ୍ଦାସ ବୋଲ’ କାର୍ଯ୍ୟକ୍ରମ ଉପରେ ଏବେ ସୁପ୍ରିମକୋର୍ଟ କଟକଣା ଲଗାଇଛନ୍ତି। ଭାରତୀୟ ସିଭିଲ ସର୍ଭିସରେ ମୁସଲମାନଙ୍କ ଅନୁପ୍ରବେଶକୁ ‘ୟୁପିଏସ୍‌ସି ଜିହାଦ’ ବା ‘ବ୍ୟୁରୋକ୍ରାସି ଜିହାଦ’ ନାମ ଦିଆଯାଇ ଏକ ବିବାଦୀୟ କାର୍ଯ୍ୟକ୍ରମ ପ୍ରସାରଣ ହେବା ପରେ ସର୍ବୋଚ୍ଚ ଅଦାଲତ ଏପରି ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୯ ସେପ୍ଟେମ୍ବରରେ ଏହି କାର୍ଯ୍ୟକ୍ରମ ପ୍ରସାରଣ ଲାଗି ସମ୍ପୃକ୍ତ ଚ୍ୟାନେଲ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ପାଇଥିଲା। କାର୍ଯ୍ୟକ୍ରମ ବିବାଦୀୟ ହେବା ପରେ ସୁପ୍ରିମକୋର୍ଟ ଏହାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଲାବେଳକୁ ଏହାର ୪ଟି ଏପିସୋଡ ପ୍ରସାରଣ ହୋଇସାରିଥିଲା ଏବଂ ୧୦ଟି ଏପିସୋଡ ପ୍ରସାରଣ ବାକି ଅଛି। ତେବେ ୧୮ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ ଯେ, ଏକ ସମ୍ପ୍ରଦାୟର ମର୍ଯ୍ୟାଦା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଭଳି ସାମ୍ବାଦିକତାର ସ୍ବାଧୀନତା ଅଛି। ଏହାପରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦେଇ କହିଛନ୍ତି ଯେ, ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯିବାକୁ ହେଲେ ପ୍ରଥମେ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରାଯାଉ। କାରଣ ଡିଜିଟାଲ ମିଡିଆ ବା ସୋସିଆଲ ମିଡିଆ ତୀବ୍ର ଓ ତ୍ୱରିତ ଗତିରେ ଖବର ବା ମନ୍ତବ୍ୟ ପ୍ରସାରଣ କରିପକାଉଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ, କେନ୍ଦ୍ରରେ ମୋଦି ସରକାର ୨୦୧୪ରେ କ୍ଷମତାସୀନ ହେବାରେ ସୋସିଆଲ ମିଡିଆର ପ୍ରବଳ ମାତ୍ରାର ସାହାରା ନେଇଥିଲା। ଏବେ ଯେତେବେଳେ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମର ବିଫଳତା ଚାରିଆଡେ ସେହି ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେଉଛି ସେତେବେଳେ କେନ୍ଦ୍ର ସରକାର ସ୍ବାଭାବିକ ଭାବେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ପାରମ୍ପରିକ ଗଣମାଧ୍ୟମ ଉପରେ ସରକାର ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ସହଜ। ଅନ୍ୟପକ୍ଷରେ ସୋସିଆଲ ମିଡିଆ ଉପରେ ଲଗାମ ଲାଗିପାରୁନାହିଁ। କାରଣ ଏହାର ନିର୍ର୍ଦ୍ଦିିଷ୍ଟ ମାଲିକ କୌଣସି ନିର୍ର୍ଦ୍ଦିିଷ୍ଟ ଦେଶ ଭିତରେ ସୀମିତ ନାହିଁ। ବିଶ୍ୱବ୍ୟାପୀ ଏହାର ଉପସ୍ଥିତି ରହିଥିବାରୁ ଏହା ଉପରେ କିଭଳି କଟକଣା ଲଗାଯାଇ ପାରିବ ତା କେନ୍ଦ୍ର ସରକାରଙ୍କ ମୁଣ୍ଡକୁ ଜୁଟୁନାହିଁ। ସେଥିପାଇଁ ଅଦାଲତକୁ ବ୍ୟବହାର କରି ନିଜର ଅଳିଆ କାମ କରାଇବାକୁ ଚାହିଁଛନ୍ତି।
ବାସ୍ତବରେ ଦେଖିଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ସତ୍ୟପାଠ ଅନୁଯାୟୀ ସୋସିଆଲ ମିଡିଆ ଉପରେ କଟକଣା ଜାରି କରାଯିବା ଲାଗି କୁହାଯାଇଛି। ଏଥିରୁ ବୁଝିବାକୁ ହେବ ଯେ, ସରକାରଙ୍କୁ ସୁହାଇଲା ଭଳି କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ମିଡିଆକୁ ଗେହ୍ଲା ପୁଅ ଭଳି ବ୍ୟବହାର ଦେଖାଯାଉଛି। ସମ୍ଭବତଃ ସୁଦର୍ଶନ ନ୍ୟୁଜ କାର୍ଯ୍ୟକ୍ରମ ୟୁପିଏସ୍‌ସି ଜେହାଦ ପ୍ରସାରଣ ସରକାରରେ ଥିବା ରାଜନୈତିକ ବ୍ୟକ୍ତିଙ୍କୁ ଭଲ ଲାଗିଛି। ତାହା ନ ହୋଇଥିଲେ କଣ୍ଟେଣ୍ଟ ବା ବିଷୟବସ୍ତୁ ଜାଣି ମଧ୍ୟ କେନ୍ଦ୍ର ସରକାର ଉକ୍ତ କାର୍ଯ୍ୟକ୍ରମ ପ୍ରସାରଣ ଲାଗି ଅନୁମତି ଦେଇଥିଲେ। ଏଭଳି ଚିନ୍ତାଧାରା ରହିଲେ ଗଣତନ୍ତ୍ରର ମୃତ୍ୟୁ ଘଟିବ। ଆଜିର ସମୟରେ ଦର୍ଶକ କାର୍ଯ୍ୟକ୍ରମକୁ ଦେଖିଲେ ବା କୌଣସି ଗଣମାଧ୍ୟମରେ ଫେକ ନିଉଜ ବା ମିଥ୍ୟା ଖବର ପ୍ରକାଶ ପାଇଲେ ତାହାକୁ ସହଜରେ ଜାଣିପାରୁଛନ୍ତି। ସାଧାରଣ ନାଗରିକଙ୍କୁ ବୋକା ଭାବିବା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ। ଉପଭୋକ୍ତାଙ୍କ ଆଗରେ ପରଷା ଯାଉଥିବା ବିଷୟ ଅବିଶ୍ୱାସ ମନେ ହେଲେ ତାହା ଦୀର୍ଘଦିନ ତିଷ୍ଠି ପାରିବ ନାହିଁ। ଏବେର ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ବିଶେଷ କରି ବମ୍ବେ ଫିଲ୍ମ ଜଗତର ଉଦାହରଣ ଦେଖିଲେ ଅନେକ କଥା ଆଲୋଚନା ପରିସରକୁ ଆସିଯାଉଛି। ଆଜିଯାଏ ବମ୍ବେ ଫିଲ୍ମ ଜଗତରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦ ଦେଖାଦେଲା ଭଳି ପରିସ୍ଥିତି ଉପୁଜିନାହିଁ। ସେହିଭଳି ଜଣେ କଳାକାରଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସିନେମା ଶିଳ୍ପ ବଦନାମ ହୋଇ ନ ଥିଲା। ସୁଶାନ୍ତ ସିଂ ରାଜପୁତ ତଥା ଏସଏସଆରଙ୍କ ଆତ୍ମହତ୍ୟା ନିଶ୍ଚିତ ଭାବେ ସିନେପ୍ରେମୀଙ୍କୁ ଦୁଃଖ ଦେଇଛି। ସେଭଳି ଜଣେ ପ୍ରତିଷ୍ଠିତ ଅଭିନେତାଙ୍କ ମୃତ୍ୟୁରହସ୍ୟ ସାଧାରଣରେ ଜଣାପଡି ନ ଥିବାରୁ ଏହା ନିଶ୍ଚିତ ଭାବେ ପୋଲିସ ତଦନ୍ତ ଯୋଗ୍ୟ ଘଟଣା ଭାବେ ରହିବା କଥା। କିନ୍ତୁ ସେଥିରେ ରିଆ ଚକ୍ରବର୍ତ୍ତୀ, ତାଙ୍କ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ଅନୁରାଗ କାଶ୍ୟପ, କରନ ଜୋହରଙ୍କ ଭଳି ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଟଣାଯିବା ଦ୍ୱାରା ବମ୍ବେ ଚଳଚ୍ଚିତ୍ର ଜଗତକୁ ଧ୍ୱଂସ ଆଡକୁ ଠେଲି ଦିଆଯାଉଛି। ଗଞ୍ଜେଇ ଟାଣିବା ଅଭିଯୋଗରେ ରିଆଙ୍କୁ ଜେଲ ପଠାଗଲା। ଅନ୍ୟପଟେ ଭାରତର କୋଣଅନୁକୋଣରେ ଗଞ୍ଜେଇ ଟାଣୁଥିବା ସାଧୁମାନଙ୍କୁ ସେହିଭଳି ଜେଲ ପଠାଯାଇ ପାରିବ କି, ହେଉଛି ପ୍ରଶ୍ନ। ଅନ୍ୟପକ୍ଷରେ କଙ୍ଗନା ରାଣାଓ୍ବତ ଯେଭଳି ଭାବେ ଏସ୍‌ଏସ୍‌ଆର୍‌ ମାମଲାକୁ ବଡ ଆକାର ଦେଇ ଦେଶବ୍ୟାପୀ ଏକ ପ୍ରସଙ୍ଗ କରି ଦେଇଛନ୍ତି ତାହା ଦ୍ୱାରା ତାଙ୍କ ନିଜର ସିନେମା କ୍ୟାରିୟରକୁ ଧ୍ୱଂସ କରିଦେଲା ଭଳି ମନେ ହେଉଛି। ଅବଶ୍ୟ ତାଙ୍କୁ ମତାଇବାରେ ପ୍ରଚ୍ଛଦପଟରେ ଥିବା ଶକ୍ତି ସେହିଭଳି ବିରାଟକାୟ ହୋଇଥିବେ। ସମସ୍ତେ ଜାଣନ୍ତି ଯେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡୋନେସିଆଠାରୁ ଆରମ୍ଭ କରି ୟୁରୋପ ଓ ଆଫ୍ରିକୀୟ ଦେଶରେ ବେଶ ଲୋକପ୍ରିୟତା ଅର୍ଜନ କରି ଆସିଛି। ଏକଦା ରାଜ କପୁରଙ୍କ ଚଳଚ୍ଚିତ୍ର ସୋଭିଏଟ୍‌ ରୁଷିଆରେ ଏଭଳି ଚର୍ଚ୍ଚିତ ହୋଇଥିଲା ଯେ, ବିଦେଶରେ ଭାରତୀୟ ଅଭିନେତାଙ୍କ ଉଚ୍ଚକୋଟୀର ଅଭିନୟ ପ୍ରଶଂସିତ ହୋଇଆସୁଛି। ହେଲେ ଏବେ ଏହି ଶିଳ୍ପ ପଛରେ ଡାହାଳ କୁକୁର ଲଗାଇ ଦିଆଗଲା।
ସମଗ୍ର ବିଶ୍ୱରେ ସୋସିଆଲ ମିଡିଆର ସ୍ବାଧୀନତା ଏବଂ କାଟ୍‌ତି ବୃଦ୍ଧି ପାଉଥିବାବେଳେ ଭାରତର କେନ୍ଦ୍ର ସରକାର ତାହା ଉପରେ କଟକଣା ଲଗାଇବାକୁ ଉଦ୍ୟମ କରୁଥିବା ଅତ୍ୟନ୍ତ ନିନ୍ଦନୀୟ। ଭାରତର ସମ୍ବିଧାନରେ ଜନସାଧାରଣଙ୍କୁ ବାକ୍‌ସ୍ବାଧୀନତା ପ୍ରଦାନ କରାଯାଇଛି। ସେହି ସ୍ବାଧୀନତାରୁ ଜନ୍ମ ନେଇଛି ଗଣମାଧ୍ୟମ। ଯଦି ନ୍ୟାୟାଳୟକୁ ବ୍ୟବହାର କରି ଗଣମାଧ୍ୟମର କଣ୍ଠରୋଧ କରାଯାଏ, ତେବେ ତାହା ଭାରତୀୟ ସମ୍ବିଧାନକୁ ଧ୍ୱଂସ କରିବାର ଏକ ବିରାଟ ପଦକ୍ଷେପ ଭାବେ ବୁଝାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?