ଆଜି ସରିବ ଯାତ୍ରା, ନିଜସ୍ବ ମନ୍ଦିରକୁ ବାହୁଡ଼ିବେ ମା’

ବ୍ରହ୍ମପୁର ଅଫିସ,୨୯ା୪-ମାସାଧିକ ସମୟ ଧରି ଅନୁଷ୍ଠିତ ହୋଇଥିବା ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ସୋମବାର ଶେଷ ହେବ।   ରବିବାର ଥିଲା ମା’ଙ୍କ ଯାତ୍ରାର ୩୦ତମ ଦିବସ ତଥା ଅସ୍ଥାୟୀ ପୀଠରେ ଶେଷ ରଜନୀ। ଏହି ଅବସରରେ ରବିବାର ମା’ଙ୍କ ଘଟ ପରିକ୍ରମା ବନ୍ଦ ରହିଥିଲା। ଭୋରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅସ୍ଥାୟୀ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ବେଶଧାରୀଙ୍କ ସମାଗମ ହୋଇଥିଲା। ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମ ଓ ଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ସାହି ଓ ଅନୁଷ୍ଠାନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ମାଗଣା ରନ୍ଧାଖାଦ୍ୟ, ଥଣ୍ଡାପାନୀୟ ଆଦି ବଣ୍ଟନର ବ୍ୟବସ୍ଥା ହୋଇଥିଲା।   ରାତିସାରା ଯାତ୍ରାସ୍ଥଳ ସମେତ ଯାତ୍ରା ଅନୁଷ୍ଠିତ ହେଉଥିବା ୧୧୬ ସାହି ଚଳଚଞ୍ଚଳ ହୋଇ ଉଠିଥିଲା ା

ମାର୍କେଟ, ଚକାଡୋଳା ବଜାର, ଦେଶୀ ବେହେରା ସାହି ବଣିକ ସଂଘ, ନଡିଆ ବଜାର, କାଳୁପାତ୍ର ସାହିର ଜ୍ୱଳାମୁଖୀ ଯୁବକ ସଂଘ ସମେତ ସାହିବାସିନ୍ଦା ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ, ଆଇସକ୍ରିମ, ଥଣ୍ଡା, ପାନୀୟ ବଣ୍ଟନ କରାଯାଇଥିଲାv କନ୍ୟକା ପରମେଶ୍ୱରୀ ମନ୍ଦିରରେ ବ୍ରହ୍ମପୁର କ୍ୟାଟରିଂ ଆସୋସିଏଶନ ପକ୍ଷରୁ ମଧ୍ୟାହ୍ନ ଓ ରାତିରେ ମାଗଣା ରନ୍ଧାଖାଦ୍ୟ   ପର୍ଯ୍ୟଟକଙ୍କ ପାଇଁ ଆୟୋଜିତ ହୋଇଥିଲା। ସେହିପରି କେଦାରେଶ୍ୱର ମନ୍ଦିର ସୁଖୀ ୱେଲଫର ଆସୋସିଏଶନ ପକ୍ଷରୁ ମଧ୍ୟାହ୍ନରେ ରନ୍ଧାଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଥିଲା।

ଅନ୍ୟପଟରେ ଯାତ୍ରାର ଶେଷ ରଜନୀକୁ ଅଧିକ ଆକର୍ଷଣୀୟ କରିଥିଲା ବିଜିପୁର ବୌଦ୍ଧ ପ୍ରଚାର ସଂଘର ପାରମ୍ପରିକ ଗଣ ବୌଦ୍ଧ ବେଶ। ସନ୍ଧ୍ୟାରେ ଗେରୁଆ ବସ୍ତ୍ର ପରିଧାନ କରି ପ୍ରାୟ ୫୦ ବୌଦ୍ଧ ବେଶଧାରୀ ବୁଦ୍ଧଂ ଶରଣଂ ଗଚ୍ଛାମି ମନ୍ତ୍ର ଗାଇ ବିଜିପୁର ଅଞ୍ଚଳରୁ ଶୋଭାଯାତ୍ରାରେ ବାହାରିଥିଲେ। ଗୌତମ ବୁଦ୍ଧଙ୍କ ଫଟୋ ଚିତ୍ର ଧରି ବୌଦ୍ଧ ଧର୍ମର ଗାଥା ଗାଇ ମା’ଙ୍କ ଅସ୍ଥାୟୀ ପୀଠକୁ ଯାଇଥିଲେ। ଫଳରେ ସହରରେ ଅଧ୍ୟାମତ୍ିକ ପରିବେଶ ସୃଷ୍ଟି ହୋଇଥିଲାା ସୂଚନାଯୋଗ୍ୟ, ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମା’ ବୁଢୀଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ବିଜିପୁରରୁ ଲଣ୍ଡା ଓ ବୌଦ୍ଧ ବେଶ ପାରମ୍ପରିକ ଭାବେ ବାହାରିଥାଏ। ଚଳିତ ଯାତ୍ରାରେ ଗତ ୨୫ ତାରିଖରେ ବିଜିପୁରର ଲଣ୍ଡା ବେଶ ବାହାରିଥିଲା।

ଏହାର ଦିନକ ପରେ ପାରମ୍ପରିକ ଭାବେ ଗଣ ବୁଦ୍ଧ ବେଶ ରବିବାର ବାହାରିଥିଲା। ଅନ୍ୟପଟରେ ଶେଷ ରଜନୀରେ ମଧ୍ୟ ଶତାଧିକ ବାଘ ବେଶ ସମେତ ରାକ୍ଷସ, ଭୂତ, ଶବରୀ ସମେତ ବିଭିନ୍ନ ଆଧୁନିକ ବେଶ ଯାତ୍ରାସ୍ଥଳରେ ଶ୍ର୍‌ଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମନୋରଞ୍ଜନ କରିଥିଲା। ଅନ୍ୟପଟରେ ଯାତ୍ରା ଦାଣ୍ଡକୁ ଆସିଥିବା ୨୫ ରଥ ଓ ୪୭ କଳାକୁଞ୍ଜ ନିକଟରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ କମିଟି ଓ ସାହି ବାସିନ୍ଦାଙ୍କ ପକ୍ଷରୁ ବିଭିନ୍ନ ଆଧ୍ୟାମତ୍ିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାତିସାରା ସାହିଗୁଡିକରେ ଥିବା ରଥ ଓ କଳାକୁଞ୍ଜ ନିକଟରେ ଭିଡ ଜମିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ପୁଅ ହିଁ ଏହି କାମ କରିବେ: ମୋଦି

ନୂଆଦିଲ୍ଲୀ/ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାର ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିରୋଧୀଙ୍କୁ କଡ଼ା ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri