ଆଜି ଧରାବତରଣ କରିବେ ମା’ ଲକ୍ଷ୍ମୀ: ସଜେଇ ହୋଇଛି ୨୯ ମଣ୍ଡପ

ଅନୁଗୋଳ ଅଫିସ, ୧୩ା୧୦ – ଧରାବତରଣ କରିବେ ମା ଲକ୍ଷ୍ମୀ। ଏ ନେଇ ଅନୁଗୋଳ ସହର ସଜେଇ ହୋଇଛି। ରବିବାରଠାରୁ ମା’ଙ୍କ ପୂଜା ଆରମ୍ଭ ହେବ। ମା’ଙ୍କ ଆଗମନ ପାଇଁ ସହରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ମୋଟ ୨୯ ପୂଜା ମଣ୍ଡପ ନିର୍ମାଣ କରାଯାଇଥିବାବେଳେ କେବଳ ଚକ୍ଷୁଦାନକୁ ଅପେକ୍ଷା କରିଛନ୍ତି ସହରବାସୀ।
ପୂଜା ପାଇଁ ଆୟୋଜକଙ୍କ ଠାରୁ ଆରମ୍ଭ କରି ସହରବାସୀଙ୍କ ପର୍ଯ୍ୟନ୍ତ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳୁଛି। ଆଲୋକମାଳାରେ ନବବଧୂ ଭଳି ସହର ସଜେଇ ହୋଇଛି। ରଙ୍ଗ ବେରଙ୍ଗର ଆଲୋକମାଳା ସାଙ୍ଗକୁ ଏଲ୍‌ଇଡ଼ି ଲାଇଟ୍‌ ଗେଟ ଗୁଡ଼ିକ ସହରର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଛି। ରବିବାର ସନ୍ଧ୍ୟାରେ ବିଭିନ୍ନ ମଣ୍ଡପର କଳସ ଶୋଭାଯାତ୍ରା କରାଯାଇ ପୂଜାର୍ଚ୍ଚନା କରିବା ପରେ କଳସ ସ୍ଥାପନ କରାଯିବ। ରାତିରେ ମା’ଙ୍କର କପର୍ଦକ ପୂଜା ସହ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯିବ। ସହରର ସବୁଠାରୁ ପୁରାତନ ମଣ୍ଡପ ମଧ୍ୟରେ ଲକ୍ଷ୍ମୀ ବଜାର, ବଜାର ଛକ, ବସ୍‌ଷ୍ଟାଣ୍ଡ, କାଞ୍ଚନ ଟକିଜ୍‌ ବଜାର, ଅମଲାପଡ଼ା ଜୟଦୁର୍ଗା ପୂଜା କମିଟି, ହୁଲୁରୁସିଂହା, ହରିମହୁରୀ ଛକ, କଲେଜ ଛକ ପ୍ରଭୃତି ମଣ୍ଡପ ସହ କରଡ଼ାଗାଡ଼ିଆ, କଳିଙ୍ଗ ମାର୍କେଟ, ଶାନ୍ତି ବଜାର, ସୂଚନା କେନ୍ଦ୍ର, ମା’ ବୁଢ଼ୀ ବଜାର, ଡେଲି ମାର୍କେଟ, ସଞ୍ଜିବନୀ ମାର୍କେଟ, ରାଜ୍‌ ହୋଟେଲ ଛକ, ଏନ୍‌ଏଚ୍‌ ଅଫିସ ଛକ, ହନୁମାନ ବଜାର, ତାମ୍ରିତ କଲୋନୀ, ଆଶ୍ରମ ଛକ, ଡିଆଇସି ଛକ, ଶିକ୍ଷକପଡ଼ା, ନନ୍‌ ଭେଜ ମାର୍କେଟ, କମଳା ଫାର୍ମ ଛକ, ହାତୀଶାଲ ପଡ଼ା, ପଞ୍ଚମୁଖୀ ମାର୍କେଟ, ଜଗନ୍ନାଥ ମାର୍କେଟ କମ୍ପ୍ଲେକ୍ସ, ପ୍ରଗତିନଗର ଆଦି ସ୍ଥାନରେ ଏଥର ମା ଲକ୍ଷ୍ମୀଙ୍କ ପୂଜା ଧୁମ୍‌ଧାମରେ ପାଳନ କରାଯାଉଛି। ସେହିପରି ସହରକୁ ପୂଜା ଦେଖିବାକୁ ଆସୁଥିବା ଲୋକଙ୍କୁ ଆକୃଷ୍ଟ କରିବାକୁ ଦଶହରା ପଡ଼ିଆରେ ମିନା ବଜାର ଖୋଲାଯାଇଛି। ପୂଜାକୁ ଶାନ୍ତି ଶୃଙ୍ଖଳା ସହ ଶେଷ କରିବା ପାଇଁ ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ସହରବାସୀଙ୍କୁ ନିବେଦନ କରାଯାଇଛି। ସହରସାରା ପୋଲିସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଛିନତାଇ, ପକେଟମାର, ମଦ୍ୟପଙ୍କ ଉପରେ ସାଦା ପୋଷାକଧାରୀ ପୋଲିସ ନଜର ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri