ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ: ୧୦ ବର୍ଷ ପରେ ବି ହୋଇପାରୁନି ପଞ୍ଜୀକରଣ

ବ୍ରହ୍ମପୁର ଅଫିସ,୧ା୫-ନିର୍ମାଣ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ତଥା ଆର୍ଥତ୍କ, ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି| ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଓ ସୁଦୃଢ କରିବାକୁ ମାଳ ମାଳ ଯୋଜନା ମଧ୍ୟ ହାତକୁ ନିଆଯାଉଛି। ଏଥିପାଇଁ   ୨୦୦୯ରୁ ରାଜ୍ୟ ସରକାରଙ୍କ କୋଠାବାଡି ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ସହ ୨୦୧୩ ରୁ ନିର୍ମାଣ ଶ୍ରମିକ ବୋର୍ଡ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସହାୟତା ପ୍ରଦାନର ମଧ୍ୟ ବ୍ୟବସ୍ଥା ରହିଛି ା କିନ୍ତୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ୧୦ ବର୍ଷ ବିତିବା ପରେ ମଧ୍ୟ ଏଯାଏ ରାଜ୍ୟର ସମସ୍ତ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରିବାରେ ରାଜ୍ୟ ସରକାର ଅସମର୍ଥ ହୋଇଛନ୍ତି ା

ମିଳିଥିବା ସୂଚନା ପ୍ରକାରେ, ୨୦୦୯ରୁ ୨୦୧୮ -୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବ୍ରହ୍ମପୁର ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ୯୩,୩୯୬ ନିର୍ମାଣ ଶ୍ରମିକଙ୍କ ନାମ ପଞ୍ଜୀକୃତ ହୋଇଛି ା ସେଥିମଧ୍ୟରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୧୩,୯୩୫ ନୂତନ ନିର୍ମାଣ ଶ୍ରମିକଙ୍କ ନାମ ପଞ୍ଜୀକୃତ କରାଯାଇଛି। ସେମାନଙ୍କ ମଧ୍ୟରୁ ଚଳିତ ବର୍ଷ ମାତ୍ର ୨୭ ହଜାର ଶ୍ରମିକଙ୍କୁ   ସହାୟତା ପ୍ରଦାନ କରାଯିବାରେ ବିଭାଗ ସକ୍ଷମ ହୋଇଛି ା ଅନ୍ୟପଟେ  ଏବେ ବି ଅନେକ ପଞ୍ଜୀକୃତ ନିର୍ମାଣ ଶ୍ରମିକ ବୋର୍ଡ ପକ୍ଷରୁ ପ୍ରଦାନ କରାଯାଉଥିବା ସନ୍ତାନଙ୍କ ଶିକ୍ଷା, କନ୍ୟାସନ୍ତାନଙ୍କ ବିବାହ ସମେତ ଶ୍ରମିକଙ୍କୁ ଦୁର୍ଘଟଣା ଜନିତ  ସହାୟତା, ଯନ୍ତ୍ରପାତି କ୍ରୟ, ପକ୍କାଘର ନିର୍ମାଣ ଜନିତ ସହାୟତା ପାଇବାରୁ  ବଞ୍ଚିତ ରହିଥିବା ଦୃଷ୍ଟାନ୍ତ ରହିଛି ା ତେବେ ଏହି ବଳକା ପଞ୍ଜୀକୃତଙ୍କୁ ସହାୟତା ପ୍ରଦାନ କ୍ଷେତ୍ରରେ ବୋର୍ଡ ତଥା ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବାକୁ ଦାବି ଜୋର ଧରିଛି ା

ବ୍ରହ୍ମପୁର ଜିଲା ଶ୍ରମ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ୨୦୧୮-୧୯ ଆର୍ଥିକ ବର୍ଷର ବିଭିନ୍ନ କ୍ଷେତ୍ରରେ ୨୭ ହଜାରରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ୧୪ କୋଟି ୭୮ ଲକ୍ଷ ୩୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି ା ସେଥିମଧ୍ୟରେ  ୮୮୭୧ ଜଣଙ୍କୁ ୪ କୋଟି ୫୦ ଲକ୍ଷ ୯୧ ହଜାର ଟଙ୍କାର ସନ୍ତାନଙ୍କ ଶିକ୍ଷା ଜନିତ ସହାୟତା, ୪୮୩ ଜଣଙ୍କୁ ୧ କୋଟି ୨୦ ଲକ୍ଷ ୭୫ ହଜାର ଝିଅ ବିବାହ ଜନିତ ସହାୟତା ପ୍ରଦାନ କରାଯାଇଛି ା ସେହିପରି ୧୮୮ଜଣଙ୍କୁ ୧ କୋଟି ୯୬ ଲକ୍ଷ ୮୬ ହଜାର  ଟଙ୍କାର ମୃତ୍ୟୁ ଜନିତ ସହାୟତା, ୧୩,୧୬୯ ଜଣଙ୍କୁ ୫ କୋଟି ୨୫ ଲକ୍ଷ ୩୭ ହଜାର ୮୮ଟଙ୍କାର ସାଇକେଲ ସହାୟତା ମିଳିଛି ା ୮୦ ଜଣଙ୍କୁ ୭ ଲକ୍ଷ ୯୨ ହଜାରର ପ୍ରସୂତି କାଳୀନ ସହାୟତା, ୧୮୬୩ ଜଣଙ୍କୁ ୯୩ ଲକ୍ଷ ୧୫ ହଜାର ଟଙ୍କା ଯନ୍ତ୍ରପାତି କ୍ରୟ ଜନିତ ସହାୟତା ପ୍ରଦାନ କରାଯାଇଥିବା ଜିଲା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ନିର୍ମାଣ ଶ୍ରମିକଙ୍କ ପକ୍କାଘର ଯୋଜନାରେ ଜିଲାରେ ୨୮୮୬ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮୦୦ ଜଣଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଥିବା ଜିଲା ଶ୍ରମ ଅଧିକାରୀ(ଡିଏଲଓ) ବାବୁ ଚରଣ ପାତ୍ର କହିଛନ୍ତି ା ଆଗାମୀ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ପକ୍କାଘର ସହାୟତା ପ୍ରଦାନ କରାଯିବାର ଯୋଜନା ରହିଥିବା ସୂଚାଇଛନ୍ତି ା ଚଳିତ ବର୍ଷ  ବ୍ଲ୍ଳକସ୍ତରରେ ଶ୍ରମ ବିଭାଗ ପକ୍ଷରୁ କରାଯାଇଥିବା ବିିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ପିଠା ଯୋଜନା ମାଧ୍ୟମରେ ବିଗତ ବର୍ଷ ତୁଳନାରେ ଅଧିକ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇଛି। ବିଗତ ବର୍ଷ ତୁଳନାରେ ଚଳିତ ଥର ଅଧିକ ଶ୍ରମିକଙ୍କୁ ସହାୟତା  ମଧ୍ୟ ପ୍ରଦାନ କରାଯାଇଥିବା ପାତ୍ର କହିଛନ୍ତି। ବଳକା ଥିବା ତଥା ଅପହଞ୍ଚ  ବା ବିଭିନ୍ନ ଦଲାଲଙ୍କ ଯୋଗୁ ପଞ୍ଜୀକୃତ ଓ ସହାୟତା ପାଇବାରୁ ବଞ୍ଚିତ ଶ୍ରମିକଙ୍କ ନିକଟରେ ମଧ୍ୟ ପହଞ୍ଚିବାକୁ ପ୍ରୟାସ ଜାରି ରହିଛି ବୋଲି ଡିଏଲଓ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

ନିର୍ବାଚନ ମଇଦାନରେ ନବୀନ ଷଷ୍ଠ, ବିକ୍ରମ ଆରୁଖ ସପ୍ତମ

ବ୍ରହ୍ମପୁର,୨୮ା୪(ନରସିଂହ ସାହୁ):ଗଞ୍ଜାମ ଜିଲାରୁ ରାଜନୀତି ଆରମ୍ଭ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ବିଧାନସଭା କ୍ଷେତ୍ର ହିଞ୍ଜିଳିରୁ ଏଥର ଷଷ୍ଠଥର...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri