ଅସ୍ଥାୟୀ ରାସ୍ତାରେ ପଡ଼ି ଅନେକ ଆହତ

ବଇଣ୍ଡା,୨।୩(ଡି.ଏନ.ଏ.) କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଉ ନ ଥିବା ବେଳେ ଏବେ ଅସ୍ଥାୟୀ ରାସ୍ତାରେ ବଢ଼ୁଛି ଦୁର୍ଘଟଣା। ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ସେଠାରେ ପଡ଼ି ସାଇକେଲ ଓ ବାଇକ୍‌ ଆରୋହୀମାନେ ଆହତ ହେଉଛନ୍ତି। ବିଶେଷ କରି କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ ବାମୁର ପର୍ଯ୍ୟନ୍ତ ଅସ୍ଥାୟୀ ରାସ୍ତାରେ ପଡ଼ି ଆହତ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସମ୍ପ୍ରସାରଣ କାର୍ଯ୍ୟ କିପରି ଶୀଘ୍ର ଶେଷ କରାଯିବ ଓ ଅସ୍ଥାୟୀ ରାସ୍ତା ମରାମତି ହେବ ସେ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ପ୍ରକାଶ ଯେ, ୫୫ ନଂ. ଜାତୀୟ ରାଜପଥ ୪ ଲେନ୍‌ କରାଯାଉଛି। ଏକ ଠିକାସଂସ୍ଥା ଏହି କାର୍ଯ୍ୟ କରୁଥିବାବେଳେ ବହୁ ବିଳମ୍ବ ହେଉଛି। ସମ୍ପ୍ରସାରଣ ପାଇଁ ଏପ୍ରିଲ ୨୦୧୮ରେ ବାମୁରରୁ ବଇଣ୍ଡା ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା ଦୋକାନ ଓ ଘର ଉଚ୍ଛେଦ ଆରମ୍ଭ କରାଯାଇଥିଲା। ତେବେ କଦଳୀମୁଣ୍ଡାଠାରେ ୨ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ମିଳୁ ନ ଥିବାରୁ ଉଚ୍ଛେଦ କାର୍ଯ୍ୟ ସେଠାରେ ଅଟକି ଯାଇଛି। ସେହିପରି ବାମୁରରୁ ଜାମ୍ବୁନାଳୀ ୩୫ କିମିରୁ ମାତ୍ର ୧୦ କିମି ଗୋଟିଏ ପାର୍ଶ୍ୱ ରାସ୍ତା ସରିଥିବା ବେଳେ ବଳକା ୨୫ କିମି ନିର୍ମାଣରେ ବହୁ ବିଳମ୍ବ ହେଉଛି। ମୁଖ୍ୟରାସ୍ତା ଖୋଳାହୋଇଥିବାରୁ ଅସ୍ଥାୟୀ ରାସ୍ତାରେ ଗାଡ଼ି ଚଳାଚଳ କରୁଛି। କିନ୍ତୁ ଉକ୍ତ ଅସ୍ଥାୟୀ ରାସ୍ତାଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବଇଣ୍ଡା ଜନତା କଲେଜ ନିକଟରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାରେ ୨ ଜଣ କଲେଜ ଛାତ୍ରୀ ସାଇକେଲରୁ ଖସିପଡ଼ି ଆହତ ହୋଇଛନ୍ତି। ସେହିପରି ଲୁହାମୁଣ୍ଡାଠାରେ ଅସ୍ଥାୟୀ ରାସ୍ତାରେ ଶନିବାର ଏକ ବାଇକ୍‌ ଦୁର୍ଘଟଣାରେ କଟରଙ୍ଗା ଅଞ୍ଚଳର ୨ ଜଣ ଆହତ ହୋଇଛନ୍ତି। ପ୍ରଶାସନିକ ଅଧିକାରୀମାନେ ରାସ୍ତା କାର୍ଯ୍ୟ ତଦାରଖ କରୁ ନ ଥିବାରୁ ଏଭଳି ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ ଦୃଷ୍ଟି ଦେବାକୁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାବିପନ୍ନଙ୍କ ସହ ଦୀପାବଳି ପାଳିବ ଗଞ୍ଜାମ ପ୍ରଶାସନ, ଘରେ ଜଳିବ ସହାନୁଭୂତିର ଦୀପ

ଛତ୍ରପୁର,୭ା୧୧(ଦିଲ୍ଲୀପ ସାମଲ): ବନ୍ୟାର କରାଳ ରୂପ ଯେଉଁଠି ଛଡ଼ାଇ ନେଇଥିଲା ହସ ଓ ଆନନ୍ଦ, ସେଠାରେ ପୁଣି ଖୁସିର ଆଲୋକ ଜାଳିବାକୁ ଆଗେଇ ଆସିଛି ଗଞ୍ଜାମ ଜିଲା…

ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହେଲେ ନବୀନ, କହିଲେ ଗଞ୍ଜାମରେ…

ହିଞ୍ଜିଳିକାଟୁ,୭ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବନ୍ୟାରେ ଉଜୁଡ଼ି ଯାଇଥିବା ଚାଷଜମି ଓ ଚାଷୀଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହୋଇଛନ୍ତି ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ।…

ମାଣ୍ଡିଆ ଉତ୍ପାଦନରେ ରାଜ୍ୟରେ ପ୍ରଥମ କୋରାପୁଟ, ୧୫୯୮୭ ହେକ୍ଟର ଜମିରେ ୨୭୭୫୦ ଚାଷୀ କରୁଛନ୍ତି ଚାଷ

କୋରାପୁଟ,୭ା୧୧(ଅମିତାଭ ବେହେରା): କୋରାପୁଟ ଜିଲା ଡିଏନ୍‌କେ ସଦ୍ଭାବନା ଗୃହଠାରେ ଜିଲାସ୍ତରୀୟ ‘ମାଣ୍ଡିଆ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ମାଣ୍ଡିଆ ଉତ୍ପାଦନରେ କୋରାପୁଟ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ…

ଆଇନଜୀବୀ ବାଳକୃଷ୍ଣଙ୍କ ପରଲୋକ: ଝୁରୁଛି ଗାଁ ମାଟି

ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଇଣ୍ଡି ଗ୍ରାମର ଯୁବ ଆଇନଜୀବୀ ତଥା ସରକାରୀ ଓକିଲ ବାଳକୃଷ୍ଣ ପୋଲାଇ (୫୦)ଙ୍କ ଶନିବାର…

ପୋଲିସ ବସ୍ ଧକ୍କାରେ ମହିଳା ଗୁରୁତର

କଟକ,୭।୧୧: କଟକ ସହରରେ ପୋଲିସ ବସ୍ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଚାଲି ଚାଲି ଯାଉଥିବାବେଳେ ମହିଳାଙ୍କୁ ଏକ ପୋଲିସ ବସ୍ ଧକ୍କା ଦେଇଥିବା…

କଟକ ସଦର ବିଡିଓଙ୍କ ବଦଳିକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ଚର୍ଚ୍ଚା

କଟକ ସଦର,୭ା୧୧(ସୁଶାନ୍ତ କୁମାର ଜେନା): ୨ ଦିନ ଧରି କଟକ ସଦର ଅଞ୍ଚଳର ସାମାଜିକ ଗଣମାଧ୍ୟମରେ ଏକ ଖବର ଭାଇରାଲ ହେବାରେ ଲାଗିଛି। ବଦଳି ସଂକ୍ରାନ୍ତୀୟ ଖବରରେ…

ଉଜୁଡ଼ିଗଲା ଫସଲ, ଜିଲାପାଳଙ୍କ ସ୍ମାରକପତ୍ର ପ୍ରଦାନ କରି ଚାଷୀ…

ଦିଗପହଣ୍ଡି,୭ା୧୧(ଅଶେଷ ନାଥ ମିଶ୍ର): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇବା ଦାବିରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗଞ୍ଜାମ…

ମଦ ବିକ୍ରିକୁ ତୀବ୍ର ବିରୋଧ: ତାତିଲେ ଗ୍ରାମବାସୀ, ଭାଙ୍ଗିଲେ କାଉଣ୍ଟର ଆଜ୍‌ବେଷ୍ଟସ୍‌

ନୟାଗଡ଼,୭ା୧୧(ଲୋକନାଥ ମିଶ୍ର): ଗାଁରେ ମଦ ବିକ୍ରିକୁ ନେଇ ତେଜିଛି ଅସନ୍ତୋଷ। ମଦ ବିକ୍ରି ବନ୍ଦ କରିବା ଦାବିରେ ଏକଜୁଟ ହୋଇ ରାସ୍ତାରୋକୋ କରିଛନ୍ତି ଗ୍ରାମବାସୀ। ନୟାଗଡ଼ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?