Posted inଖେଳ

ଅର୍ଜୁନ ପୁରସ୍କାର ବିଜେତା ମାଇକେଲଙ୍କ କ୍ଷୋଭ

ରାଉରକେଲା ଅଫିସ,୧୫ା୩: ୧୯୭୫ ମାର୍ଚ୍ଚ ୧୫। ସେଦିନ ମାଲେସିଆର କ୍ୱାଲାଲମ୍ପୁରଠାରେ ଆୟୋଜିତ ବିଶ୍ୱ କପ୍‌ ହକିରେ ପାକିସ୍ଥାନକୁ ଭାରତ ୨-୧ ଗୋଲରେ ପରାସ୍ତ କରି ନୂଆ ଇତିହାସ ସୃଷ୍ଟି କରିଥିଲା। ଏଥିରେ ରାଉରକେଲାର ମାଇକେଲ କିଣ୍ଡୋ ଉଚ୍ଚମାନର କ୍ରୀଡା ପ୍ରଦର୍ଶନ କରି ହକିପ୍ରେମୀଙ୍କ ପାଇଁ ଆଦର୍ଶ ସାଜିଥିଲେ।ହେଲେ ଆଜିର ଦିନରେ ସେହି ଖେଳାଳି ଜଣକ ଯେମିତି ସମସ୍ତଙ୍କ ପାଇଁ ଅଲୋଡା ପାଲଟିଛନ୍ତି। ୧୯୭୧ ବିଶ୍ୱ କପ୍‌ ହକିରେ ବ୍ରୋଞ୍ଜ, ୧୯୭୩ ବିଶ୍ୱ କପ୍‌ ହକିରେ ରୌପ୍ୟ ଓ ୧୯୭୫ ବିଶ୍ୱ କପ୍‌ ହକିରେ ନିଜର ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସ୍ବର୍ଣ୍ଣ ପ୍ରଦକ ଜିଣି ଦେଶକୁ ଗୌରବାନ୍ବିତ କରିଥିବା ମାଇକେଲ ଆଜି ଅବହେଳିତ। ସେଦିନର ଅଭୁଲା ମୁହୂର୍ତ୍ତକୁ ମନେପକାଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଆଉ କେହି ଦେଶ ପାଇଁ ଏଭଳି ସୁନାମ ଆଣିବାକୁ ଯୋଗ୍ୟ ହେଲେ ନାହିଁ, ଏହା ହିଁ ତାଙ୍କୁ ଦୁଃଖ ଦେଇଛି ବୋଲି ସେ କୁହନ୍ତି। ୨୦୦୪ରୁ ରାଉରକେଲା ଇସ୍ପାତ କାରଖାନା ଖେଳ ବିଭାଗରୁ ଅବସର ନେଇଛନ୍ତି ମାଇକେଲ। ଏବେ ତାଙ୍କ ବୟସ ୭୫। ଆଖିକୁ ଭଲ ଦିଶୁନି। କାନକୁ ଶୁଭୁନି। ତଥାପି ଖେଳ ପ୍ରସଙ୍ଗ ନେଇ ଆଲୋଚନା ହେଲେ ଶିହରି ଉଠନ୍ତି ସେ। ରାଉରକେଲାର ସେକ୍ଟର ୬ସ୍ଥିତ ନିଜ କ୍ୱାଟର୍ସରେ ଅବସର ଜୀବନ କାଟୁଥିବା ମାଇକେଲ କୁହନ୍ତି, ୧୯୭୫ ମାର୍ଚ୍ଚ ୧୫ରେ ଯେତେବେଳେ ପାକିସ୍ତାନକୁ ହରାଇ ଆମେ ବିଶ୍ୱକପ ଜିଣିଥିଲୁ ସେଦିନର ଆନନ୍ଦ କହିଲେ ନ ସରେ। ହେଲେ ଦୀର୍ଘ ୪୫ ବର୍ଷ ମଧ୍ୟରେ ଆଉ କେହି ଏଭଳି ସଫଳତା ନ ଆଣିବା ମୋତେ ମର୍ମାହତ କରିଛି। ଯୁବପିଢି ଏନେଇ ଯନତ୍ବାନ ହେବା ଆବଶ୍ୟକ। ସେତେବେଳେ ଆମକୁ ହକି ଖେଳ ପାଇଁ ଗୋଟିଏ ଟଙ୍କା ମିଳୁ ନ ଥିଲା। ଆମେ ଉତ୍ସର୍ଗୀକୃତ ମନୋଭାବ ନେଇ ଖେଳୁଥିଲୁ। ବଦଳରେ କିଛି ପାଇବାର ଆଶା ନ ଥିଲା। ଆଜି ଭଳିଦିନରେ ମୋତେ କେହି ମନେରଖି ନାହାନ୍ତି। ମୁଁ କିନ୍ତୁ ମୋ ଦେଶକୁ ମନେରଖିଛି। ସ୍ମୃତିକୁ ନେଇ ବଞ୍ଚିଛି। ଯୁବ ପିଢି ନିଜ ସହ ଦେଶ ପାଇଁ ସୁନାମ ଆଣନ୍ତୁ ଏତିକି ମୋ ବାର୍ତ୍ତା। ଅର୍ଜୁନ ପୁରସ୍କାର ସହ ଅନେକ କିଛି ପାଇଛି। ହେଲେ ରାଜ୍ୟ ସରକାର ମୋତେ ଭୁଲି ଗଲେ। ଏତିକି ମୋ ମନରେ କୋହ ଆଣିଛି। ପରିଣତ ବୟସରେ ମୋର କିଛି ମନେରହୁନି। ତଥାପି ପିଲାଙ୍କୁ ଏତିକି କହିବି, କିଛି ମିଳୁ କି ନ ମିଳୁ ନିଜକୁ ପଛରେ ରଖି ଏ ଦେଶ ଜାତି ପାଇଁ ଗୌରବ ଆଣିବା ଜଣେ ଖେଳାଳିର ପରମ କର୍ତ୍ତବ୍ୟ।
କିଣ୍ଡୋଙ୍କ ସ୍ତ୍ରୀ ଶୀଲା କୁହନ୍ତି, ମୋ ସ୍ବାମୀ କେବଳ ଜଣେ ଅନ୍ତର୍ଜାତୀୟ ଖେଳାଳି ନୁହନ୍ତି, ସେ ଜଣେ ଦେଶଭକ୍ତ। ଆମ ସମସ୍ତଙ୍କ ପାଇଁ ଗର୍ବ ଗୌରବ। ଖେଳ ବଦଳରେ କିଛି ଫେରି ପାଇବାର ଆଶା ରଖି ନାହଁାନ୍ତି ସେ। ଏହା ହିଁ ଆମକୁ ଆତ୍ମସନ୍ତୋଷ ପ୍ରଦାନ କରିଛି। ପୁଅ ତଥା ଜାତୀୟ ଟେନିସ ଖେଳାଳି ଆଲବର୍ଟ ଚାର୍ଲର୍ସ କିଣ୍ଡୋଙ୍କ ମତରେ ମୋ ବାପାଙ୍କ ତ୍ୟାଗ ପାଇଁ ଆମେ ଗର୍ବିତ। ଆଜିକାଲି ଯୋଗ୍ୟତା ନ ଥାଇ ବହୁ ଖେଳାଳିଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଉଛି। ମୋ ବାପାଙ୍କୁ ଏଥିରେ ସାମିଲ କରା ନ ଯିବା ଆମକୁ ମ୍ରିୟମାଣ କରିଛି। ତଥାପି ଆମେ ବାପାଙ୍କ ଲାଗି ଗର୍ବିତ ବୋଲି କହିଛନ୍ତି ପୁଅ ଆଲବର୍ଟ।

ବସନ୍ତ ଧଳ


Enter your email to get our daily news in your inbox.

All Right Reserved By Dharitri.Com

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

୨୪ ଘଣ୍ଟାରେ ୪ ଥର ଅଫର ଦେଲେ ସରକାର, ହେଲେ CJP କହିଲା ନା ନଡ୍ଡାଙ୍କ ଘର ନା ଅଫିସ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟିର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହା ନିରପେକ୍ଷ ଆଲୋଚନାକୁ ପସନ୍ଦ କରେ। ଏହା କାହାର କାର୍ଯ୍ୟାଳୟ କିମ୍ବା ମନ୍ତ୍ରଣାଳୟରେ ଆଲୋଚନା କରିବାକୁ…

CJP ପ୍ରଦର୍ଶନ ପ୍ରଭାବ! NDMCର ବଡ଼ ନିଷ୍ପତ୍ତି, ଏହି ସମୟରୁ ବନ୍ଦ ହେବ ଦୋକାନ

ନୂଆଦିଲ୍ଲୀ,୨୩ା୭: ଗୁରୁବାର ସନ୍ଧ୍ୟା ୬:୩୦ ସୁଦ୍ଧା ଜାତୀୟ ରାଜଧାନୀ ଦିଲ୍ଲୀର କନଟ୍ ପ୍ଲେସ୍ ଖାଲି ହୋଇପାରେ । ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ (NDMC)ର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ…

CJPର ବଡ଼ ଘୋଷଣା: ଆସନ୍ତାକାଲି ସାରା ଦେଶରେ ହେବ ପ୍ରତିବାଦ

ନୂଆଦିଲ୍ଲୀ,୨୩।୯: କକ୍ରୋଚ ଜନତା ପାର୍ଟି (CJP) ଗୁରୁବାର ଏକ ବଡ଼ ଘୋଷଣା କରିଛି। ପୋଲିସ ବର୍ବରତା ବିରୋଧରେ ଦଳ ସାରା ଦେଶରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଡାକରା…

ମଣିଷ-ହାତୀ ସଂଘର୍ଷ ପ୍ରଶମନକୁ ସୁଦୃଢ଼ କରିବା ପାଇଁ ପ୍ରୟାସ

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡରେ କେନ୍ଦୁଝରର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଅଧ୍ୟକ୍ଷତାରେ ମଣିଷ-ହାତୀ ସଂଘର୍ଷ ପ୍ରଶମନ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

NEET ପେପର୍‌ ଲିକ ବିବାଦ: ଛାତ୍ରୀଛାତ୍ରଙ୍କୁ ଆଲୋଚନା ପାଇଁ ଖୋଲା ନିମନ୍ତ୍ରଣ ଦେଲେ ସରକାର

ନୂଆଦିଲ୍ଲୀ,୨୩।୭: NEET ପେପର ଲିକ ନେଇ ସାରା ଦେଶରେ ପ୍ରତିବାଦ ଜାରି ରହିଛି। ସଡ଼କଠାରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ବାତାବରଣ ଉଷ୍ମ ହୋଇଛି। ଛାତ୍ର ସଂଗଠନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri