ଭୁବନେଶ୍ୱର,୧୪।୩(ବ୍ୟୁରୋ): ରାଜ୍ୟରେ ଥିବା ହାର୍ଡକୋର ଅପରାଧୀ ମାନଙ୍କୁ ସାବାଡ କରିବାକୁ ଏସ୍ଟିଏଫ୍ ଆରମ୍ଭ କରିଛି ଭିନ୍ନ ପ୍ରୟାସ। ଏଥର ଏସ୍ଟିଏଫ୍କୁ ଅପରାଧୀ ଏବଂ ଅପରାଧ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର। ଏପରିକି ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ସୂଚନା ଆଧାରରେ ଏସ୍ଟିଏଫ୍କୁ ସଫଳତା ମିଳିଲେ ପୁରସ୍କାର ବାବଦକୁ ୫ ହଜାର ଟଙ୍କା ମିଳିବ। ତାହା ଯେକୌଣସି ଅପରାଧ ସମ୍ପର୍କରେ ହୋଇଥିଲେ ବି ସବୁ ମାମଲାକୁ ଏସ୍ଟିଏଫ ଗୁରୁତର ସହ ନେଇ ତଦନ୍ତ କରିବ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ, ଠିକଣା ଆଦି ଗୁପ୍ତ ରଖାଯିବ। ଏପରିକି ଯେଉଁ ପୁରସ୍କାର ବାବଦକୁ ଅର୍ଥ ରାଶି ଦିଆଯିବ ତାହା ମଧ୍ୟ ଗୁପ୍ତ ରଖାଯିବା ବୋଲି ଏସ୍ଟିଏଫ ପକ୍ଷରୁ କୁହାଯାଇଛି।
ବିଗତ ଦିନଗୁଡ଼ିକରେ ଦେଖିବାକୁ ମିଳିଛି ଯେ, ଅପରାଧୀମାନେ ସ୍ଥାନୀୟ ପୋଲିସକୁ ହାତ କରି ବ୍ରାଉନ ସୁଗାର କାରବାରଠାରୁ ଆରମ୍ଭ କରି ବନ୍ଧୁକ ବେପାର କରୁଛନ୍ତି। ଯାହାଫଳରେ ପୋଲିସ ହାତ ବାନ୍ଧି ବସୁଛି। ତେଣୁ ଓଡ଼ିଶାକୁ ଅପରାଧୀମୁକ୍ତ କରିବା ପାଇଁ ଏଭଳି ପଦେକ୍ଷପ ନେଇଛି। ସାଧାରଣ ଜନତାଙ୍କୁ ଏସ୍ଟିଏଫ୍ ସହଯୋଗର ହାତ ବଢାଇଛି। ନିଜ ପଞ୍ଚାୟତ ହେଉ ଅବା ନିଜ ଗ୍ରାମ ଯେଉଁଠି ଅପରାଧ ହେଉଛି ତାହା ସ୍ଥାନୀୟ ପୋଲିସକୁ ଜଣାଇବା ପୂର୍ବରୁ ଏସ୍ଟିଏଫ୍କୁ ଜଣାଇବା ପାଇଁ ନିବେଦନ କରାଯାଇଛି। ଏସ୍ଟିଏଫ୍ର ଏଭଳି କାର୍ଯ୍ୟକୁ ଅନେକ ବୃଦ୍ଧିଜୀବୀ ପ୍ରଶଂସା କରିଛନ୍ତି।
ଏ ନେଇ ଆଇନିଜୀବୀ ଦୁର୍ଗାମାଧବ ମିଶ୍ର କହିଛନ୍ତି ଯେ, ଦିନକୁ ଦିନ ଓଡିଶା ପୋଲିସ ଉପରେ ଲୋକଙ୍କ ଭରସା ତୁଟୁଛି। ଅପରାଧୀଙ୍କ ସହ ସ୍ଥାନୀୟ ପୋଲିସ ମଧୁଚନ୍ଦ୍ରିକା କରି ଗିରଫ ବଦଳରେ ହାତ ବାନ୍ଧି ବସୁଛି। ତେଣୁ ଲୋକେ ନ୍ୟାୟ ପାଇଁ ଏଠିସେଠି ଦୌଡ଼ି ହୀନସ୍ତା ହେଉଛନ୍ତି। ତେଣୁ ଏବେ ସ୍ଥାନୀୟ ପୋଲିସ ବଦଳରେ ଏସ୍ଟିଏଫ୍ ଉପରେ ଲୋକଙ୍କୁ ଭରସା ପାଇଲାଣି। ତେଣୁ ଲୋକେ ଅପରାଧ ସମ୍ପର୍କରେ ଏସ୍ଟିଏଫ୍କୁ ଖବର ଦେଲେ ନିହାତି ଅପରାଧୀମାନେ ସାବାଡ଼ ହେବେ ବୋଲି ସେ କହିଛନ୍ତି। ପୂର୍ବରୁ କେନ୍ଦ୍ରାପଡାରୁ ଟିଟୋ, ବ୍ରାଉନ ସୁଗାର ମାଫିଆ ଛୋଟ, ସୟଦ ଅଲ୍ଲୀ, ବ୍ରଜକାପ୍ତା ଚୋରା ଚାଲାଣ ମାମଲା,ବନ୍ଧୁକ କାରବାର, ଖୋର୍ଦ୍ଧାରେ ଚୋରା ପଥର କାରବାର ମାମଲା ଭଳି ଅନେକ ମାମଲାରେ ଏସ୍ଟିଏଫ୍ ତଦନ୍ତ କରି ଅନେକ ବଡବଡ ହସ୍ତୀମାନଙ୍କୁ ଗିରଫ କରି ଜେଲର ଚାରିକାନ୍ଥ ଦେଖାଇଛି। ତେଣୁ ଏବେ ଏସ୍ଟିଏଫକୁ ଜନସାଧାରଣ ଖବର ଦେଲେ ବହୁମାତ୍ରାରେ ଅପରାଧ ରୋକି ହେବ ବୋଲି ଅନେକ ଆଶା କରୁଛନ୍ତି।
ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର
ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…
ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର
ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…
ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର
ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…
ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍ଜା କଲା ବିଡିଏ
ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…
ଏନଟିପିସି ପାୱାର୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…
୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…
କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ
ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…
ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ତ୍ରୀ ଫେରି ଆସିବ ବୋଲି ଦେଇଥିଲେ ନରବଳି
ବଲାଙ୍ଗୀର,୨୨ା୮(ବୀରେନ୍ଦ୍ର କୁମାର ଝାଙ୍କର): ଘର ଛାଡି ଚାଲିଯାଇଥିବା ସ୍ତ୍ରୀ ଘରକୁ ଫେରିଆସିବ ବୋଲି ଅଭିଯୁକ୍ତ ଦେଇଛନ୍ତି ନରବଳି। ଏକଥା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପୋଲିସ…
Archives

