Posted inଖେଳ

‘ଅନ୍‌ଲାଇନ୍‌ ଚେସ୍‌ କୋଚିଂ ଉପାଦେୟ ହେଉଛି’

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ଚେସ କଥା ଭାବୁଥିବା ଗୁରୁ ସତ୍ୟରଞ୍ଜନ ପଟ୍ଟନାୟକ ଏବେ ଏହି ଗେମ୍‌କୁ ନେଇ ବେଶ୍‌ ଚିନ୍ତିତ। କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଏବେ ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତ ପ୍ରଭାବିତ। ତେଣୁ ଗୁରୁତର ଭାବେ ଚେସ୍‌ ମଧ୍ୟ ପ୍ରଭାବିତ ହୋଇଛି। ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଏବେ ଘରୁ ବାହାରିବା ମନା। ବର୍ଷ ସାରା କୋଚିଂ ଦେଇ ରାଜ୍ୟ ଓ ଦେଶର ଭବିଷ୍ୟତ ଗଢ଼ୁଥିବା ସତ୍ୟରଞ୍ଜନ ଏପରି ସ୍ଥିତିରେ ନାଚାର। ଘରେ ବସି ଚେସ୍‌ ଖେଳରେ ପଡ଼ିଥିବା ତାଲାକୁ କିପରି ଖୋଲିହେବ ସେହି ଚିନ୍ତାରେ ସେ ଥିଲେ। କାରଣ ପୂର୍ବରୁ ଅନ୍‌ଲାଇନ୍‌ରେ କୋଚିଂ ଦେବାର ଅଭିଜ୍ଞତା ତାଙ୍କର ନ ଥିଲା। ଏପରି ସ୍ଥିତିରେ ତାଙ୍କର ଜଣେ ବନ୍ଧୁଙ୍କ ପିତା ଡାକ୍ତର ମାନସ ରଞ୍ଜନ ମିଶ୍ର(କିମ୍ସ)ଙ୍କ ପରାମର୍ଶ ତାଙ୍କ ପାଇଁ ବେଶ୍‌ ଉପାଦେୟ ହୋଇଛି। ଅନ୍‌ଲାଇନ୍‌ କୋଚିଂ ପାଇଁ ଆବଶ୍ୟକ ଉପକରଣ ଯୋଗାଡ଼ କରି ସେ ଏବେ ୫୦ରୁ ୭୦ ପିଲାଙ୍କୁ ପ୍ରତି ଶନିବାର ଓ ରବିବାର କୋଚିଂ ଦେଉଛନ୍ତି। ଏଥିରୁ ତାଙ୍କୁ ମାନସିକ ଶାନ୍ତି ମିଳିବା ସହ ପିଲାମାନଙ୍କ ପାଇଁ ଉପଯୋଗୀ ହେଉଛି ବୋଲି ଏସ୍‌ଆରଚେସ୍‌ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ରାଜ୍ୟର ଉଦୀୟମାନ ଚେସ୍‌ ପ୍ରତିଭା ଝିଅ ପି. ସାଇରୂପାଙ୍କ ସହ ଚେସ୍‌ ଖେଳି ସମୟ ଅତିବାହିତ ହେଉଛି ବୋଲି ସେ କହିଛନ୍ତି।
ଗତ ସମର କ୍ୟାମ୍ପରେ କୋଚିଂ ଦେଇ ଆମେ ପିଲାମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ଭଲ ପ୍ରସ୍ତୁତ କରିଥିଲୁ। ମାତ୍ର କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଏବେ ବିଶ୍ୱରେ ସମସ୍ତ ଗ୍ରାଣ୍ଡମାଷ୍ଟର ଟୁର୍ନାମେଣ୍ଟ ଏବଂ ଏଜ୍‌ ଗ୍ରୁପ ପ୍ରତିଯୋଗିତା ଗୁଡ଼ିକ ବାତିଲ ହୋଇଛି। ଖେଳ ସହ ବ୍ୟକ୍ତିଗତ କୋଚିଂ ବନ୍ଦ। ମୋଟାମୋଟି କହିଲେ ଚେସ୍‌ ଗୁରୁତର ପ୍ରଭାବିତ ହୋଇଛି। ଖେଳ ବନ୍ଦ ହୋଇଯିବା ଦ୍ୱାରା ଛୋଟ ପିଲା ଦିଗହରା ହେବା ସମ୍ଭାବନା ରହିଛି। ତେଣୁ ଆମ ସେଣ୍ଟର ସହ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ପିଲାଙ୍କୁ କିପରି କୋଚିଂ ଦିଆଯିବ ସେଥିନେଇ ଚିନ୍ତା ରହିଥିଲା। ପୂର୍ବରୁ ଅନ୍‌ଲାଇନ୍‌ କୋଚିଂ ଦିଆଯାଇ ନ ଥିବାରୁ ସେ ସମ୍ପର୍କରେ ବିଶେଷ ଜ୍ଞାନ ମଧ୍ୟ ନ ଥିଲା। ମାତ୍ର ଲକ୍‌ ଡାଉନ୍‌ ସମୟ ମୋତେ ବହୁତ କିଛି ଶିକ୍ଷା ଦେଲା ଏବଂ ମୋ ପାଇଁ ପରୋକ୍ଷରେ ବରଦାନ ସଦୃଶ ହୋଇଛି। ଡାକ୍ତର ମାନସ ମୋତେ ଜୁମ୍‌ କ୍ଲାସ ସମ୍ପର୍କରେ ଅବଗତ କରାଇଲେ। ଏଥିରେ ମୁଁ ଖୁବ୍‌ ଉତ୍ସାହିତ ହେଲି। ତାହାକୁ କାର୍ଯ୍ୟରେ ଲଗାଇ ଜୁମ୍‌ ଆପ୍‌ ମାଧ୍ୟମରେ ପିଲାମାନଙ୍କୁ ପ୍ରତି ଶନିବାର ଓ ରବିବାର ଦିନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ କୋଚିଂ ଦେବା ଆରମ୍ଭ କଲି। ଏବେ ଆମେରିକା ଓ ଇଂଲଣ୍ଡର ଜଣେ ଲେଖାଏ ପିଲା ମଧ୍ୟ ମୋ ନିକଟରୁ କୋଚିଂ ନେଉଛନ୍ତି। ଚେସ୍‌ ସେଣ୍ଟରରେ ପୂର୍ବରୁ ନିୟମିତ କୋଚିଂ ନେଉଥିବା ପିଲାଙ୍କ ମଧ୍ୟରୁ ୨୦ ଜଣଙ୍କୁ ପ୍ରତିଦିନ ଅନ୍‌ଲାଇନ୍‌ କୋଚିଂ ଦିଆ ଯାଉଛି। ‘ଚେସିଫାୟ’ ଆପ୍‌ ମାଧ୍ୟମରେ ପିଲାମାନେ ମୋ ସହିତ ଖେଳୁଛନ୍ତି। ଆବଶ୍ୟକ ସ୍ଥଳେ ସେହି ଆପ୍‌ ମାଧ୍ୟମରେ ବିଭିନ୍ନ ଟିପ୍ସ ମଧ୍ୟ ଦିଆଯାଇ ପାରୁଛି। ପିଲାମାନେ ପ୍ରଶ୍ନ ମଧ୍ୟ ପଚାରି ପାରୁଛନ୍ତି। ଜୁମ୍‌ କ୍ଲାସରେ ଥିଓରିକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିରେ ପୋଜିଶନ, ଏଣ୍ଡଗେମ୍‌, ମିଡଲ ଗେମ୍‌, ଓପନିଂ ସମ୍ପର୍କରେ ଶିକ୍ଷା ଦିଆଯାଉଛି।
ବର୍ତ୍ତମାନର ସଙ୍କଟ ସମୟରେ ଚେସ୍‌ ଶିଖୁଥିବା ପିଲା ଏବଂ ଏହାକୁ ଜୀବିକାଭାବେ ଗ୍ରହଣ କରିଥିବା କୋଚ୍‌ମାନେ ବହୁତ ପ୍ରଭାବିତ ହୋଇଛନ୍ତି। ବ୍ୟକ୍ତିଗତ କୋଚିଂ ସମ୍ଭବ ନ ଥିବାରୁ ଅନେକ କୋଚ୍‌ ଏବେ ବେକାର ହୋଇ ଯାଇଛନ୍ତି। ଆୟୋଜକମାନେ ମଧ୍ୟ ଚିନ୍ତିତ ଅଛନ୍ତି। ମାତ୍ର ଏବେ ଜୀବନ ଆଗ ହୋଇ ଯାଇଛି। ଅନ୍ୟ ସବୁ ପଛ। ଝିଅ ସାଇରୂପା ଏବେ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ସହ ଚେସ୍‌ ଶିଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri