Posted inଖେଳ

‘ଅନ୍‌ଲାଇନ୍‌ ଚେସ୍‌ କୋଚିଂ ଉପାଦେୟ ହେଉଛି’

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ଚେସ କଥା ଭାବୁଥିବା ଗୁରୁ ସତ୍ୟରଞ୍ଜନ ପଟ୍ଟନାୟକ ଏବେ ଏହି ଗେମ୍‌କୁ ନେଇ ବେଶ୍‌ ଚିନ୍ତିତ। କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଏବେ ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତ ପ୍ରଭାବିତ। ତେଣୁ ଗୁରୁତର ଭାବେ ଚେସ୍‌ ମଧ୍ୟ ପ୍ରଭାବିତ ହୋଇଛି। ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଏବେ ଘରୁ ବାହାରିବା ମନା। ବର୍ଷ ସାରା କୋଚିଂ ଦେଇ ରାଜ୍ୟ ଓ ଦେଶର ଭବିଷ୍ୟତ ଗଢ଼ୁଥିବା ସତ୍ୟରଞ୍ଜନ ଏପରି ସ୍ଥିତିରେ ନାଚାର। ଘରେ ବସି ଚେସ୍‌ ଖେଳରେ ପଡ଼ିଥିବା ତାଲାକୁ କିପରି ଖୋଲିହେବ ସେହି ଚିନ୍ତାରେ ସେ ଥିଲେ। କାରଣ ପୂର୍ବରୁ ଅନ୍‌ଲାଇନ୍‌ରେ କୋଚିଂ ଦେବାର ଅଭିଜ୍ଞତା ତାଙ୍କର ନ ଥିଲା। ଏପରି ସ୍ଥିତିରେ ତାଙ୍କର ଜଣେ ବନ୍ଧୁଙ୍କ ପିତା ଡାକ୍ତର ମାନସ ରଞ୍ଜନ ମିଶ୍ର(କିମ୍ସ)ଙ୍କ ପରାମର୍ଶ ତାଙ୍କ ପାଇଁ ବେଶ୍‌ ଉପାଦେୟ ହୋଇଛି। ଅନ୍‌ଲାଇନ୍‌ କୋଚିଂ ପାଇଁ ଆବଶ୍ୟକ ଉପକରଣ ଯୋଗାଡ଼ କରି ସେ ଏବେ ୫୦ରୁ ୭୦ ପିଲାଙ୍କୁ ପ୍ରତି ଶନିବାର ଓ ରବିବାର କୋଚିଂ ଦେଉଛନ୍ତି। ଏଥିରୁ ତାଙ୍କୁ ମାନସିକ ଶାନ୍ତି ମିଳିବା ସହ ପିଲାମାନଙ୍କ ପାଇଁ ଉପଯୋଗୀ ହେଉଛି ବୋଲି ଏସ୍‌ଆରଚେସ୍‌ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ରାଜ୍ୟର ଉଦୀୟମାନ ଚେସ୍‌ ପ୍ରତିଭା ଝିଅ ପି. ସାଇରୂପାଙ୍କ ସହ ଚେସ୍‌ ଖେଳି ସମୟ ଅତିବାହିତ ହେଉଛି ବୋଲି ସେ କହିଛନ୍ତି।
ଗତ ସମର କ୍ୟାମ୍ପରେ କୋଚିଂ ଦେଇ ଆମେ ପିଲାମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ଭଲ ପ୍ରସ୍ତୁତ କରିଥିଲୁ। ମାତ୍ର କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଏବେ ବିଶ୍ୱରେ ସମସ୍ତ ଗ୍ରାଣ୍ଡମାଷ୍ଟର ଟୁର୍ନାମେଣ୍ଟ ଏବଂ ଏଜ୍‌ ଗ୍ରୁପ ପ୍ରତିଯୋଗିତା ଗୁଡ଼ିକ ବାତିଲ ହୋଇଛି। ଖେଳ ସହ ବ୍ୟକ୍ତିଗତ କୋଚିଂ ବନ୍ଦ। ମୋଟାମୋଟି କହିଲେ ଚେସ୍‌ ଗୁରୁତର ପ୍ରଭାବିତ ହୋଇଛି। ଖେଳ ବନ୍ଦ ହୋଇଯିବା ଦ୍ୱାରା ଛୋଟ ପିଲା ଦିଗହରା ହେବା ସମ୍ଭାବନା ରହିଛି। ତେଣୁ ଆମ ସେଣ୍ଟର ସହ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ପିଲାଙ୍କୁ କିପରି କୋଚିଂ ଦିଆଯିବ ସେଥିନେଇ ଚିନ୍ତା ରହିଥିଲା। ପୂର୍ବରୁ ଅନ୍‌ଲାଇନ୍‌ କୋଚିଂ ଦିଆଯାଇ ନ ଥିବାରୁ ସେ ସମ୍ପର୍କରେ ବିଶେଷ ଜ୍ଞାନ ମଧ୍ୟ ନ ଥିଲା। ମାତ୍ର ଲକ୍‌ ଡାଉନ୍‌ ସମୟ ମୋତେ ବହୁତ କିଛି ଶିକ୍ଷା ଦେଲା ଏବଂ ମୋ ପାଇଁ ପରୋକ୍ଷରେ ବରଦାନ ସଦୃଶ ହୋଇଛି। ଡାକ୍ତର ମାନସ ମୋତେ ଜୁମ୍‌ କ୍ଲାସ ସମ୍ପର୍କରେ ଅବଗତ କରାଇଲେ। ଏଥିରେ ମୁଁ ଖୁବ୍‌ ଉତ୍ସାହିତ ହେଲି। ତାହାକୁ କାର୍ଯ୍ୟରେ ଲଗାଇ ଜୁମ୍‌ ଆପ୍‌ ମାଧ୍ୟମରେ ପିଲାମାନଙ୍କୁ ପ୍ରତି ଶନିବାର ଓ ରବିବାର ଦିନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ କୋଚିଂ ଦେବା ଆରମ୍ଭ କଲି। ଏବେ ଆମେରିକା ଓ ଇଂଲଣ୍ଡର ଜଣେ ଲେଖାଏ ପିଲା ମଧ୍ୟ ମୋ ନିକଟରୁ କୋଚିଂ ନେଉଛନ୍ତି। ଚେସ୍‌ ସେଣ୍ଟରରେ ପୂର୍ବରୁ ନିୟମିତ କୋଚିଂ ନେଉଥିବା ପିଲାଙ୍କ ମଧ୍ୟରୁ ୨୦ ଜଣଙ୍କୁ ପ୍ରତିଦିନ ଅନ୍‌ଲାଇନ୍‌ କୋଚିଂ ଦିଆ ଯାଉଛି। ‘ଚେସିଫାୟ’ ଆପ୍‌ ମାଧ୍ୟମରେ ପିଲାମାନେ ମୋ ସହିତ ଖେଳୁଛନ୍ତି। ଆବଶ୍ୟକ ସ୍ଥଳେ ସେହି ଆପ୍‌ ମାଧ୍ୟମରେ ବିଭିନ୍ନ ଟିପ୍ସ ମଧ୍ୟ ଦିଆଯାଇ ପାରୁଛି। ପିଲାମାନେ ପ୍ରଶ୍ନ ମଧ୍ୟ ପଚାରି ପାରୁଛନ୍ତି। ଜୁମ୍‌ କ୍ଲାସରେ ଥିଓରିକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିରେ ପୋଜିଶନ, ଏଣ୍ଡଗେମ୍‌, ମିଡଲ ଗେମ୍‌, ଓପନିଂ ସମ୍ପର୍କରେ ଶିକ୍ଷା ଦିଆଯାଉଛି।
ବର୍ତ୍ତମାନର ସଙ୍କଟ ସମୟରେ ଚେସ୍‌ ଶିଖୁଥିବା ପିଲା ଏବଂ ଏହାକୁ ଜୀବିକାଭାବେ ଗ୍ରହଣ କରିଥିବା କୋଚ୍‌ମାନେ ବହୁତ ପ୍ରଭାବିତ ହୋଇଛନ୍ତି। ବ୍ୟକ୍ତିଗତ କୋଚିଂ ସମ୍ଭବ ନ ଥିବାରୁ ଅନେକ କୋଚ୍‌ ଏବେ ବେକାର ହୋଇ ଯାଇଛନ୍ତି। ଆୟୋଜକମାନେ ମଧ୍ୟ ଚିନ୍ତିତ ଅଛନ୍ତି। ମାତ୍ର ଏବେ ଜୀବନ ଆଗ ହୋଇ ଯାଇଛି। ଅନ୍ୟ ସବୁ ପଛ। ଝିଅ ସାଇରୂପା ଏବେ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ସହ ଚେସ୍‌ ଶିଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆରେ ସର୍ବାଧିକ ଥର ‘ଶୂନ୍ୟ’ରେ ଆଉଟ ହୋଇଥିବା ୫ ଭାରତୀୟ: ତାଲିକାରେ କେଉଁ ସ୍ଥାନକୁ ଗଲେ ରୋହିତ ଶର୍ମା? ଜାଣନ୍ତୁ

ନୂଆଦିଲ୍ଲୀ, ୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଜିତିବା ପାଇଁ ଭାରତକୁ ୧୮୬ ରନର ଲକ୍ଷ୍ୟ ମିଳିଥିଲା, ଯାହାର ପିଛା କରିବାକୁ ଯାଇ ଆରମ୍ଭ ଭଲ ରହିନଥିଲା।…

ଦିନିକିଆରେ ଆଉ ଏକ ନୂଆ ଇତିହାସ ରଚିଲେ କୋହଲି, ନିଜ ନାଁରେ କଲେ ବଡ଼ ରେକର୍ଡ, ତେନ୍ଦୁଲକରଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ, ୪।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ (ODI) ସିରିଜର ପ୍ରଥମ ମୁକାବିଲାରେ ଟିମ ଇଣ୍ଡିଆର ଦିଗ୍ଗଜ ଖେଳାଳି ବିରାଟ…

‘ଲଢ଼ିବିନି ନିର୍ବାଚନ, ସିଧା ନେବି CM ଶପଥ’, ଅଖିଳେଶ ଯାଦବଙ୍କ ବଡ଼ ଘୋଷଣା! ରାଜନୀତିରେ ହଲଚଲ

ନୂଆଦିଲ୍ଲୀ, ୪।୧୧: ସମାଜବାଦୀ ପାର୍ଟି (ଏସ୍‌ପି) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଗାମୀ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼…

ଡୁଙ୍ଗୁରୀରେ ବେଆଇନ ମଦ ବିକ୍ରିକୁ ନେଇ ତାତି: ଥାନା ଘେରିଲେ ମହିଳା

ଅମରପାଲି, ୩।୧୧ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ପଞ୍ଚାୟତର ଡୁଙ୍ଗୁରୀ ଗ୍ରାମରେ ବେଆଇନ ମଦ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି।…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ପାଇଁ ଏମିତି କାମ କଲେ ଅର୍ଶଦୀପ: ଖୋଲି କହିଲେ ମନର କଥା

ଅକଲାଣ୍ଡ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବୋଲର ଅର୍ଶଦୀପ ସିଂହଙ୍କ ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଥିଲା। ସେ ୧୦ ଓଭର ବୋଲିଂ କରି ୭୦ ରନ…

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର: ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି, ୪।୧୧ (ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ବୁଧବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି କୁଲଡିହା ଅଭୟାରଣ୍ୟ। ପ୍ରଥମ…

ଧନତେରସରୁ ଚମକିବ ୪ରାଶିଙ୍କ ଭାଗ୍ୟ, ପ୍ରଚୁର ଧନଲାଭ! ମିଳିବ ପୁଳାପୁଳା ଟଙ୍କା…

ନଭେମ୍ୱର 8, 2026 ରେ ଦୀପାବଳିର ମହାପର୍ୱ ପାଳନ କରାଯାଉଛି। ଏହାକୁ ବର୍ଷର ସବୁଠାରୁ ବିଶେଷ ପର୍ୱ ଭାବରେ ବିବେଚନା କରାଯାଏ, ଯାହା ଜୀବନରେ ଖୁସି, ଶୁଭପ୍ରଦତା,…

ଅଦ୍ଭୁତ କ୍ୟାଚ୍‌ ଧରି ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି: ନ୍ୟୁଜିଲାଣ୍ଡ ମାଟିରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?