ଅନିଶ୍ଚିତତା ମଧ୍ୟରେ ସମ୍ବଲପୁରରେ କମିଶନରେଟ୍‌ ପୋଲିସ ବ୍ୟବସ୍ଥା

ସମ୍ବଲପୁର,୧୫।୩(ବ୍ୟୁରୋ)-୨୦୧୪ରେ ସମ୍ବଲପୁରକୁ ମହାନଗର ନିଗମ ଭାବେ ଘୋଷଣା କରାଯାଇଥିଲା । ଇତିମଧ୍ୟରେ ୬ ବର୍ଷ ବିତିଛି। ହେଲେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ କରାଯାଇପାରିନାହିଁ । କେବେ ଏହି ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି । ପୂର୍ବରୁ ଏଥିପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଯେଉଁ ରିପୋର୍ଟରେ କମିଶନରେଟ୍‌ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଥିଲା। ସହରର ଲୋକସଂଖ୍ୟାକୁ ଭିତ୍ତି କରି କେତୋଟି ଥାନା ରହିବ। ଥାନାର ସୀମା ନିର୍ଦ୍ଧାରଣ ସହିତ କେତେ ପୋଲିସ କର୍ମଚାରୀଙ୍କ ଆବଶ୍ୟକତା ଅଛି ତାହା ଉଲ୍ଲେଖ । ପୂର୍ବତନ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ୨୦୧୮ରେ ସମ୍ବଲପୁର ସମେତ ରାଉରକେଲା ଓ ବ୍ରହ୍ମପୁରରେ ଖୁବ୍‌ ଶୀଘ୍ର କମିଶନର ପୋଲିସ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ। ଏପରି କି ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସୂଚନା ଦେଇଥିଲେ । କମିଶନରେଟ୍‌ ପୋଲିସ ବ୍ୟବସ୍ଥା ଲାଗୁ ହେଲେ ମହିଳାଙ୍କ ସୁରକ୍ଷା ସହିତ ଅପରାଧିକ କାର୍ଯ୍ୟକଳାପ ରୋକାଯାଇ ପାରିବ ବୋଲି ସେ କହିଥିଲେ । ହେଲେ ସରକାର ଆଜି ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ମହାନଗର ନିଗମ ଘୋଷଣା ପରେ ସମ୍ବଲପୁର ପୌରାଞ୍ଚଳ ସହିତ ବୁର୍ଲା,ହୀରାକୁଦ ସମେତ ମାନେଶ୍ୱର ଓ ଧନକଉଡା ବ୍ଲକର ୧୨ ପଞ୍ଚାୟତକୁ ସାମିଲ କରାଯାଇଛି। ସହରର ପରିସୀମା ବୃଦ୍ଧି ସହିତ ଲୋକସଂଖ୍ୟା ୩ ଲକ୍ଷ ୩୧ ହଜାରରୁ ଊର୍ଦ୍ଧ୍ୱ ରହିଛି । ଏପରି ପରିସ୍ଥିତିରେ ଆଇନଶୃଙ୍ଖଳା ପରିସ୍ଥିତିକୁ ରୋକିବା ସହିତ ଟ୍ରାଫିକ୍‌ ନିୟନ୍ତ୍ରଣରେ ପୋଲିସ ବିଫଳ ହେଉଛି । ମହାନଗର ନିଗମ ଅଞ୍ଚଳରେ ପ୍ରତିଦିନ ଛୋଟ ବଡ଼ ଅପରାଧ ଘଟୁଛି। ଅନ୍ୟପକ୍ଷେ ନୂଆ ନୂଆ ଅପରାଧ ଘଟୁଥିବାରୁ ପୁରୁଣା ମାମଲାର ତଦନ୍ତରେ ପୋଲିସ ଅଡୁଆରେ ପଡୁଛି । ଆବଶ୍ୟକ ପୋଲିସ କର୍ମଚାରୀଙ୍କ ଅଭାବ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ସହରବାସୀ କମିଶନରେଟ୍‌ ପୋଲିସ ବ୍ୟବସ୍ଥାକୁ ଅପେକ୍ଷା କରିଛନ୍ତି । ଏ ସମ୍ପର୍କରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ କହିଛନ୍ତି, ଏଥିପାଇଁ ଗତ କିଛିବର୍ଷ ତଳେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସରକାରୀସ୍ତରରେ ସେଥିପାଇଁ ପଦକ୍ଷେପ ନିଆଯିବ। ତେବେ ସେହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଆଉ କେତେଦିନ ସମୟ ଲାଗିବ ସେ ସଂକ୍ରାନ୍ତରେ ମୋ ପାଖରେ କୌଣସି ସୂଚନା ନାହିଁ।
ଅବସରପ୍ରାପ୍ତ ଏସ୍‌ପି ସୁଶୀଲ ପାଣିଗ୍ରାହୀ କହିଛନ୍ତି, କମିଶନରେଟ୍‌ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଅଧିକାରୀ ଓ କର୍ମଚାରୀ ସଂଖ୍ୟା ବୃଦ୍ଧି ହେବ । ଅଧିକ ଅନୁଦାନ ଆସିବ। ଫଳରେ ପୋଲିସ ତଦନ୍ତ ପାଇଁ ଆବଶ୍ୟକ ହେଉଥିବା ଅତ୍ୟାଧୁନିକ ଉପକରଣ,ସାମଗ୍ରୀ ଉପଲବ୍ଧ ହେବ । ସହର ସାରା ସିସିଟିଭି ଲଗାଯିବ। ଫଳରେ ଆପରାଧିକ କାର୍ଯ୍ୟକଳାପ ଓ ଗତିବିଧି ଉପରେ ନଜର ରଖାଯାଇପାରିବ । ସେହିପରି ପାଟ୍ରୋଲିଂ ବ୍ୟବସ୍ଥା କଡାକଡି ହୋଇପାରିବ । ଟ୍ରାଫିକ ସମସ୍ୟା ଦୂର ହୋଇଯିବ । ଜଣେ ଆଇଜି ପାହ୍ୟାର ଅଧିକାରୀ ନିଯୁକ୍ତ ହେବେ । ତାଙ୍କର ମାଜିଷ୍ଟ୍ରେଟ କ୍ଷମତା ରହିବ । ଜରୁରୀ ପରିସ୍ଥିିତିରେ ମାଜିଷ୍ଟ୍ରେଟ ପାଇଁ ଅନ୍ୟ ବିଭାଗ ଅଧିକାରୀଙ୍କ ଅପେକ୍ଷା କରିବାକୁ ପଡିବ ନାହିଁ । ସହର ଅନେକ ଛକରେ ସ୍ଥାୟୀ ଟ୍ରାଫିକ ପୋଷ୍ଟ ନାହିଁ। କମିଶନରେଟ୍‌ ପୋଲିସ ବ୍ୟବସ୍ଥା ଦ୍ୱାରା ଯାନବାହନ ନିୟନ୍ତ୍ରଣ କରିହେବ । ସମଗ୍ର ପୋଲିସିଂ ବ୍ୟବସ୍ଥାରେ ଉନ୍ନତି ଆସିବ । ରାଜ୍ୟ ସରକାର ଖୁବ୍‌ ଶୀଘ୍ର କମିଶନରେଟ୍‌ ପୋଲିସ ବ୍ୟବସ୍ଥା ଲାଗୁ କରିବାକୁ ସେ ଅନୁରୋଧ କରିଛନ୍ତି ।
ଏବେ କ୍ଷେତରାଜପୁର, ହୀରାକୁଦ, ଅଇଁଠାପାଲି, ସଦର, ଟାଉନ, ଧନୁପାଲି ଥାନା ସହ ଚିପିଲିମା, ଗୋଶାଳା, ବୁର୍ଲା ମେଡିକାଲ, ଜ୍ୟୋତିବିହାର, ବାହାଲପଡା, ବଡବଜାର, କ୍ଷେତରାଜପୁର ବିଟ ହାଉସ୍‌, ଫାଟକ ଫାଣ୍ଡି ରହିଛି । ହେଲେ ଉପରୋକ୍ତ ଥାନା ଓ ଫାଣ୍ଡିରେ ଆବଶ୍ୟକତା ଅନୁସାରେ ପୋଲିସ ଅଧିକାରୀ ଓ କର୍ମଚାରୀ ନ ଥିବାରୁ ଅପରାଧ, ଚୋରି, ଡକାୟତି, ଲୁଟ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri