ଅତ୍ୟାଧୁନିକ ଆମ୍ବୁଲାନ୍ସ କବାଡିଆ ଦରରେ ବିକ୍ରି

ଫୁଲବାଣୀ ଅଫିସ, ୨୮।୫- କନ୍ଧମାଳ ଜିଲାକୁ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଶେଷରେ କବାଡିଆ ଦରରେ ବିକ୍ରି ହୋଇଛି। ବର୍ଷବର୍ଷ ଧରି ଖରା ବର୍ଷାରେ ଅକାମୀ ହୋଇ ପଡିବା ପରେ ୩୫ ଲକ୍ଷ ଟଙ୍କାର ଏହି ଆମ୍ବୁଲାନ୍ସକୁ ମାତ୍ର ୯୬ ହଜାର ଟଙ୍କାରେ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିକ୍ରି କରି ଦିଆଯାଇଛି। ଯେଉଁ ଉଦ୍ଦେଶ୍ୟ ନେଇ ଏହି ଆମ୍ବୁଲାନ୍ସ ଜିଲାକୁ ଆସିଥିଲା, ତାହା ଫଳପ୍ରଦ ହୋଇ ପାରିଲା ନାହିଁ। କନ୍ଧମାଳର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ଜିଲା ଟ୍ରକ ମାଲିକ ସଂଘ ସଡକ ପରିବହନ ମନ୍ତ୍ରଣାଳୟକୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଅନୁରୋଧ କରିଥିଲା। ମନ୍ତ୍ରଣାଳୟ ମଧ୍ୟ ଟ୍ରକ ମାଲିକ ସଂଘକୁ ୩୫ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଆମ୍ବୁଲାନ୍ସ ଦେଇଥିଲା। ସେତବେଳେ ଆମ୍ବୁଲାନ୍ସକୁ ସାଜସଜ୍ଜା କରି ଉଦ୍‌ଘାଟନ କରିବା ସହ ସହର ପରିକ୍ରମା କରାଯାଇଥିଲା। ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ପାଇ ସମସ୍ତେ ଖୁସି ହୋଇଥିଲେ। ହେଲେ ତାହା ବେଶୀଦିନ ରହିଲା ନାହିଁ। ଟ୍ରକ ମାଲିକ ସଂଘ ଏହାକୁ ଚଳାଚଳ କରିବାରେ ବିଫଳ ହେଲା। ଏଫ୍‌ସିଆଇ ଗୋଦାମ ରାସ୍ତା ପାର୍ଶ୍ୱରେ ଏହା ୧୦/୧୨ ବର୍ଷ ଧରି ପଡି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri