ଅଜନା ରୋଗ୍‌ରେ ପୀଡ଼ିତ ଗାୟତ୍ରୀ: ସରକାରୀ ସାହାଯ୍‌ ଆଶ୍‌ରେ ବାପ୍‌, ଭାଇ

ଭବାନୀପାଟଣା, ୨୪।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ସଦର ବ୍ଲକ ଦାଦପୁର ଗଁାର ଗୁରୁ ରଣାକଁର ଝି’ ଗାୟତ୍ରୀ ରଣା(୩୬)। ସେ ଆଏଜ୍‌କେ ପାଖାପାଖି ୩ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ୍‌ ଅଛନ୍‌। ହେଲେ ପରିବାରଟା ନିହାତି ଗରିବ୍‌ ହେବାର ଲାଗି ତାକର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ଗାୟତ୍ରୀକଁର ବାପ୍‌ ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ରହିଥିବାର କହିଛନ୍‌।
ସୂଚନା ଅନ୍‌ସାରେ ଦାଦପୁର ଗଁାର ଗୁରୁ ରଣା ଝି’ ଗାୟତ୍ରୀକୁଁ ୧୯ ବଛର ହେଲା ବେଲେ ବିହା କରିଦେଇଥିଲେ। ହେଲେ ବିହାଚୁରା ଉତାରୁ ବଡ଼ଭାଗି ସମିଆ ତାକର ଦିହିପା ଖରାପ ରହିଲା। ଏନ୍‌ତାଥି ଗାୟତ୍ରୀକଁର ଆପ୍‌ନେ ତାହାକୁ କେଚ୍‌କେଚା କଲାରୁ ସେ ବାପ୍‌ ଘରେ ଆସି ଆଶ୍‌ରେ ନେଇଛନ୍‌। ଗାୟତ୍ରୀକଁର ବାପ୍‌ ଘର ବି ବହୁତ୍‌ ଗରିବ୍‌। ବାପ୍‌ ଗୁରୁ ଆର ଭାଇ ଲିଟୁ କୁଲିମଜୁରି କରି ଯେନ୍‌ ଦୁଇପଏସା ରୁଜ୍‌ଗାର କରୁଛନ୍‌ ସେଥ୍‌ରେ ଘର ଚଲୁଛେ। ଯେନ୍‌ଥିରଲାଗି ସେମାନେ ଗାୟତ୍ରୀର ଉଚ ଚିକିଛା କରେଇ ନାଇଁ ପାରବାର। ଏନ୍‌ତାଥି ଗାୟତ୍ରୀ ବାପ୍‌ ଭାଇର ଉପରେ ଗୁଟେପରକାର ବୋଝ୍‌ ପାଲଟିଯାଇଛନ୍‌। ଆଏଜ୍‌କେ ପାଖାପାଖି ୩ ବଛର ହେଲା ଗାୟତ୍ରୀ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଶଢ଼ୁଛନ୍‌। ତାକର ପେଟ୍‌ ଅସୁଆଭାବିକ ଭାବେ ବଢ଼ତେଲ ଯାଉଛେ। ଗରିବ୍‌ ବାପ୍‌, ଭାଇ ଲାଗ୍‌ବରମସ କରି ଗାୟତ୍ରୀକୁଁ ଚିକିଛା ଲାଗି ବିଷମକଟକ ମିଶନାରୀ ଡାକ୍‌ତରଖାନାକେ ନେଇଥିଲେ। ସେଠାନେ ଡାକ୍‌ତର ଗାୟତ୍ରୀକଁର ଅପରେଶନ କରବାକେ ପରାମଶ ଦେଇଥିଲେ। ହେଲେ ଗରିବ୍‌ ବାପ୍‌, ଭାଇ ଟଁକା ପଏସା ଅଭାବୁ ମୁହୁଁକାନ ଶୁଖେଇ ଗାୟତ୍ରୀକୁଁ ଘରକେ ଫିରେଇ ଆନ୍‌ଲେ। ସେଦିନ୍‌ଠାନୁ ଗାୟତ୍ରୀ ଖଟେ ପଡ଼ି ରହିବାର ସଂଗେ ଦୁଖ୍‌ ଭୁଗୁଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ବାପ୍‌ ଗୁରୁ ରଣା ଗଣମାଧ୍ୟମ ଜରିଆରେ ଝି’ର ଚିକିଛା ସାହାଯ୍‌ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

‘ଲୋକ ସଭା, ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯାଉ’

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ନାରୀ ନିର୍ଯାତନା ବଢି ଚାଲିଛି । ଗତ ୨ବର୍ଷ ମଧ୍ୟରେ ଓଡିଶା ନାରୀ ନିର୍ଯାତନା କ୍ଷେତ୍ରରେ ଦେଶରେ ଏକ ନମ୍ବର ହୋଇଛି ।…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ପ୍ରେମିକ ସହ ସ୍ତ୍ରୀ ରଖୁଥିଲେ ଶାରୀରିକ ସମ୍ପର୍କ: ପ୍ଲାନ ପକାଇ ଧରିଦେଲେ ସ୍ବାମୀ, ଗୋଟେ ଘରେ ଉଲଗ୍ନ କରି…

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡ଼ା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ସ୍ଵାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ ପ୍ରେମିକ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri