ଅଚଳ ଚଳଚ୍ଚିତ୍ର ଜଗତ

ଓଡ଼ିଆ ଚଳଚ୍ଚିତ୍ର ଅବସ୍ଥା ଏବେ ସଙ୍ଗିନ ଆଡ଼କୁ ଗତିକରୁଛି। କେବଳ ଟିଭି ଚ୍ୟାନେଲଗୁଡ଼ିକ ନିଜ ନିଜର ଚଳଚ୍ଚିତ୍ର ମାଧ୍ୟମରେ ହୋହଲ୍ଲା ଜାରି ରଖିଛନ୍ତି। ଏପରି ଅଚଳ ଅବସ୍ଥା ପାଇଁ ଆମେ ନିଜକୁ ପ୍ରଥମରୁ ଦାୟୀ କରିନେବା ଠିକ୍‌ ହେବ। ଅନେକ ପ୍ରଯୋଜକ ଅଛନ୍ତି, ଯେଉଁମାନେ କି ଚଳଚ୍ଚିତ୍ରକୁ ବ୍ୟବସାୟ ନ ଭାବି ଫୂର୍ତ୍ତି କରିବା ଉଦ୍ଦେଶ୍ୟରେ ଆସନ୍ତି, ଆଉ କେହି କେହି ଅନ୍ୟାନ୍ୟ ବ୍ୟବସାୟରୁ ଅର୍ଥ ବିନିଯୋଗ କରି ଜଣେ ପ୍ରଯୋଜକ ଭାବେ ସମାଜରେ ପ୍ରତିଷ୍ଠିତ ହେବା ଲକ୍ଷ୍ୟ ନେଇ କାର୍ଯ୍ୟ କରନ୍ତି। ଖୁବ୍‌ କ୍ୱଚିତ୍‌ ପ୍ରଯୋଜକ ସଂସ୍ଥା ଅଛି, ଯେଉଁମାନଙ୍କ ଚଳଚ୍ଚିତ୍ର କରିବାକୁ ପେସାଦାର ଭାବ ନେଇ ସେମାନେ ମଇଦାନରେ ରୁହନ୍ତି। ପ୍ରଯୋଜକ ବସନ୍ତ ନାୟକ, ଅମିୟ ପଟ୍ଟନାୟକ, କେଶବ ରାଉତ, ବାସୁଦେବ ତ୍ରିପାଠୀ, ସୁବାସ ରାଉତ, ବିରଞ୍ଚତ୍ ମିଶ୍ର ଓ ଫେଲୁ ପଟ୍ଟନାୟକ ଏମାନଙ୍କ ମଧ୍ୟରୁ ଅନ୍ୟତମ।
ଉପରୋକ୍ତ ପ୍ରଯୋଜକମାନେ ଯାହା କରନ୍ତି ପ୍ରଯୋଜନା କ୍ଷେତ୍ରରେ ସେ ଦିଗରେ ଅନେକ କଳାକାର, ଟେକ୍ନିସିଆନ୍‌ ଉପକୃତ ହୁଅନ୍ତି। ବୁଝାମଣାଭିତ୍ତିରେ ପ୍ରଯୋଜକମାନେ କାର୍ଯ୍ୟ କରିଥିଲେ ପ୍ରଯୋଜନାଗତ କ୍ଷତି ହୁଅନ୍ତା ନାହିଁ। ପରସ୍ପର ପରସ୍ପରଙ୍କ ମଧ୍ୟରେ ଅହଂ ଭାବରୁ ହିଁ ପ୍ରଯୋଜନାରେ କୌଣସି ନା କୌଣସି କ୍ଷେତ୍ରରେ କ୍ଷତି ପହଞ୍ଚାଇଛି। ସମନ୍ବୟ ରକ୍ଷାକରି ପ୍ରଯୋଜନା କ୍ଷେତ୍ରରେ ଆରମ୍ଭରୁ ଶୃଙ୍ଖଳିତ ହୋଇଥିଲେ ଓଡିଆ ଚଳଚ୍ଚିତ୍ରଗୁଡିକୁ ପରବର୍ତ୍ତୀ ପିଢିମାନେ ଠିକ ମାର୍ଗରେ ପରିଚାଳନାରେ ପରିଚାଳିତ ହୋଇଥାନ୍ତେ। ନୂଆ ଓଡ଼ିଆ ଚଳଚ୍ଚିତ୍ର ପ୍ରେକ୍ଷାଳୟଗୁଡ଼ିକରୁ ଅକସ୍ମାତ୍‌ ଆସି ଅଚାନକ ଚାଲିଯିବା ଏହା ପ୍ରଯୋଜନା ପାଇଁ ଶୁଭଖବର ନୁହେଁ। ପ୍ରେକ୍ଷାଳୟ କମି କମି ଯାଉଥିବା ବେଳେ ୭୦ଟି ପ୍ରେକ୍ଷାଳୟ ମଧ୍ୟରୁ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଯୋଜନା ପାଇଁ ବିନିଯୋଗ କରିବା ଦୂରଦୃଷ୍ଟିବିହୀନ ଦୃଷ୍ଟିଭଙ୍ଗୀ ବୋଲି ବିବେଚନା କରାଯିବ। ଅଳ୍ପ ବ୍ୟୟରେ ଚଳଚ୍ଚିତ୍ର ବ୍ୟବସାୟ ନିମନ୍ତେ କେବଳ ଟିଭି ଚ୍ୟାନେଲଗୁଡିକ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଆ ଚଳଚ୍ଚିତ୍ରର ଅଡୁଆ ପରିସ୍ଥିତି ପାଇଁ ଚଳଚ୍ଚିତ୍ର ନିଗମ ଦୃଢ଼ ପଦକ୍ଷେପ ନେବା ଜରୁରୀ।
ଓଡ଼ିଆ ଚଳଚ୍ଚିତ୍ରର ସଙ୍ଗିନ ପରିସ୍ଥିତି କେବେ ସୁଧୁରିବ ତାହା ସମୟ ହିଁ କହିବ। ଆମେ କେବଳ ବର୍ଷକୁ ବର୍ଷ ତାଲିକା ଦେଇ ସଂଖ୍ୟା ମାଧ୍ୟମରେ ଆଗ ଓ ପୂର୍ବ ବର୍ଷର ତାଲିକା ଅନୁପାତ ଦେଖି ସମୀକ୍ଷା ଆଉ କେତେଦିନ। ଆମ ଚଳଚ୍ଚିତ୍ର ଶିଳ୍ପର ଅବସ୍ଥା ସମ୍ପର୍କରେ ଉଚ୍ଚସ୍ତରୀୟ ଆଲୋଚନାର ଆବଶ୍ୟକତା ରହିଛି। ପଦବୀ ମୋହରେ ଠିକ୍‌ କଥା ସରକାରଙ୍କ ପାଖରେ ଉପସ୍ଥାପିତ ନ କରିବା ଯୋଗୁ ଆମେ ଦିଗହରା ହୋଇ ବୁଲୁଛୁ। କେବଳ ଭିନ୍ନ ଭିନ୍ନ ସମୟରେ ଓଡିଆ ଚଳଚ୍ଚିତ୍ର ସମ୍ପର୍କରେ ବାହାସ୍ଫୋଟ କଥା କହି ନିଜର ଅସ୍ତିତ୍ୱ ବଞ୍ଚାଇବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ୭୧ ବର୍ଷର ପରିପକ୍ୱତା ଥିବା ଚଳଚ୍ଚିତ୍ର ଜଗତ କେବଳ ପ୍ରଯୋଜକମାନଙ୍କ ଚିତ୍ର ନିଶା ଯୋଗୁ ବର୍ଷକୁ ବର୍ଷ କିଛି ଚଳଚ୍ଚିତ୍ର ଦର୍ଶକ ଦର୍ଶନ କରୁଛନ୍ତି। ଲାଭ ଅପେକ୍ଷା କ୍ଷତି ଅଧିକ। ସେଇ କ୍ଷତାକ୍ତ ଅବସ୍ଥାକୁ ସମ୍ଭାଳି ନେଇ ପ୍ରଯୋଜନାର ଛାପ ଧରି ନିଜ ନିଜର ଅପରିପକ୍ୱତାର ପରିଚୟ ବଖାଣିବା ସାର ହେଉଛି। ଓଡ଼ିଆ ଚଳଚ୍ଚିତ୍ରର ସାମଗ୍ରିକ ଉଦ୍ୟମ ପାଇଁ ପ୍ରଯୋଜକ, ଟେକ୍ନିସିଆନ ଓ କଳାକାରମାନେ ଏକତ୍ର ହେବା ଜରୁରୀ ହୋଇପଡିଛି। ଶିଳ୍ପ ବିଭାଗ ପକ୍ଷରୁ ଯଦି ବିଧିବଦ୍ଧ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ନୀତିଗତ ନିଷ୍ପତ୍ତି ପ୍ରକାଶ ନ ପାଏ, ତେବେ ଓଡ଼ିଆ ଚଳଚ୍ଚିତ୍ରର ଅଡୁଆ ପରିସ୍ଥିତି ସେଭଳି ଲାଗି ରହିବ। କେବଳ ଚଳଚ୍ଚିତ୍ର ରିଲିଜ୍‌ ଦିନ ନାମ ପଢ଼ି ସଂଖ୍ୟା ଗଣିବା ସାର ହେବ। ଭଲ ସିନେମା ଆଉ ଶୁଭମୁକ୍ତି ହେବ, ଏ ଆଶା ନିରର୍ଥକ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

ଚନ୍ଦ୍ରଗ୍ରହଣରେ ସମ୍ଭାଳିକି ରୁହନ୍ତୁ ଏହି ଗୋଟିଏ ରାଶି , ବଢ଼ିବ ମାନସିକ ଚାପ, ମାସେ ଯାଏ ଭାବିଚିନ୍ତି ନିଅନ୍ତୁ ନିଷ୍ପତ୍ତି!

ଜ୍ୟୋତିଷ ସିଦ୍ଧାନ୍ତ ଅନୁସାରେ, ଯେତେବେଳେ ବି କୌଣସି ବଡ଼ ଖଗୋଳୀୟ ଘଟଣା ଘଟେ, ସେତେବେଳେ ଏହାର ସିଧାସଳଖ ପ୍ରଭାବ ଦେଶ-ଦୁନିଆ ଏବଂ ରାଶିଗୁଡ଼ିକ ଉପରେ ପଡ଼ିଥାଏ। କିନ୍ତୁ…

ନେପାଳରେ ବନ୍ୟା ବିପର୍ଯ୍ୟୟ: ଭାସିଗଲା ଅନେକ ଗାଁ, ୭ଜଣଙ୍କ ମୃତ୍ୟୁ, ୧୦୫ ଜଣ ଭାରତୀୟଙ୍କ ସମେତ ୨୯୧ ବିଦେଶୀ ନିଖୋଜ

କାଠମାଣ୍ଡୁ,୨୬।୮: ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ହଠାତ ବନ୍ୟା ଆସିଥିଲା। ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସମୟରେ, ୨୯୧ ବିଦେଶୀ ନାଗରିକଙ୍କ…

‘ଛାତ୍ରଙ୍କୁ ଚାକିରି ନୁହେଁ ଲାଠି ମିଳୁଛି’, ରାସ୍ତାରେ ଗର୍ଜିଲେ ୬ ବର୍ଷର ବାଳକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ପାଟନା,୨୬।୮: ରୋଜଗାର ସମେତ ବିଭିନ୍ନ ଦାବି ନେଇ ପାଟନାର ଡାକବଙ୍ଗଲା ଛକରେ ଛାତ୍ର ଓ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଭିଡ଼ ମଧ୍ୟରେ ପ୍ରାୟ…

Video: ନେପାଳରେ ପ୍ରକୃତିର କୋପ, ଆସିଲା ଭୟଙ୍କର ଭଡ଼ିଓ, ହଠାତ୍‌ ମାଡିଆସିଲା ପାଣି ୧୦୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା

କାଠମାଣ୍ଡୁ,୨୬।୮: ପ୍ରତିବର୍ଷ ମୌସୁମୀ ଋତୁରେ, ନେପାଳ ଏବଂ ଭାରତର ପାର୍ବତ୍ୟାଞ୍ଚଳ ପ୍ରକୃତିର କୋପ ଦେଖିଥାଏ। ବୁଧବାର ସକାଳେ ନେପାଳରେ ସମାନ ଦୃଶ୍ୟ ଦେଖାଦେଇଥିଲା ଯେତେବେଳେ ତିବ୍ଦତ ସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri