Advertisement

‘ଭାରତକୁ ହରାଇଲେ ଜିମ୍ବାଓ୍ବେ ଖେଳାଳିଙ୍କୁ ବାହାହେବି’

ନୂଆଦିଲ୍ଲୀ: ଏବେ ଟି-୨୦ ବିଶ୍ୱ କପ୍‌ ଚାଲୁଥିବାବେଳେ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ବିବାଦୀୟ ଟୁଇଟ୍‌ ସାମ୍‌ନାକୁ ଆସିଛି। ଅଭିନେତ୍ରୀ ଶେହର ସିନୱାରୀ ତାଙ୍କ ଟୁଇଟ୍‌ରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବାବଦରେ ଟିପ୍ପଣୀ ଦେଇଛନ୍ତି। ସେ ଲେଖିଛନ୍ତି, ଭାରତ ଏବଂ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ଯଦି ଭାରତ ହାରିଯାଏ, ତେବେ ସେ ଜିମ୍ବାୱେର ଜଣେ କ୍ରିକେଟରଙ୍କୁ ବିବାହ କରିବେ। ତାଙ୍କ ଏହି ଟୁଇଟ୍‌ ନେଇ ସେ ଟ୍ରୋଲ ହୋଇଛନ୍ତି। ତେବେ ତୁମର ବିବାହ ହୋଇ ପାରିବନି ବୋଲି ଜଣେ ୟୁଜର ତାଙ୍କ ଟୁଇଟ୍‌ରେ କମେଣ୍ଟ କରିଛନ୍ତି। ଭାରତ ବାଂଲାଦେଶକୁ ହରାଇଲେ ସେ ତାଙ୍କ ଟୁଇଟର ଆକାଉଣ୍ଟ ଡିଲିଟ୍‌ କରିଦେବେ ବୋଲି ସିନୱାରୀଙ୍କ ପୂର୍ବରୁ ଏକ ଟୁଇଟ୍‌ କରିଥିବା ନେଇ ଆଉ ଜଣେ ୟୁଜର ତାଙ୍କୁ ଟ୍ରୋଲ କରିଛନ୍ତି। ଏପରି ଅନେକ ୟୁଜର ତାଙ୍କୁ ବିଭିନ୍ନ ପ୍ରକାରର ଟ୍ରୋଲ କରିଥିବା ଦେଖିବାକୁ ମିଳିଛି। ତେବେ ରବିବାର ଭାରତ ଏବଂ ଜିମ୍ବାୱେ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି। ଏଥିପାଇଁ ଅନେକେ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମିଠାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ମିଠା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କୌଣସି ପବପର୍ବାଣୀ ହେଉ କିମ୍ବା ନ ହେଉ, ମିଠାର ସବୁବେଳେ ଚାହିଦା ଥାଏ। ନିକଟରେ ସୋସିଆଲ ମିଡିଆରେ...

ଭାରତକୁ ୨୬୧ ରନ୍‌ର ବିଜୟ ଲକ୍ଷ୍ୟ

ଖ୍ରୀଷ୍ଟଚର୍ଚ୍ଚ,୧୦।୩: ଆଇସିସି ମହିଳା ବିଶ୍ୱକପ ୨୦୨୨ର ଏକ ମ୍ୟାଚ୍‌ରେ ଗୁରୁବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟିକା ମିତାଲି ରାଜ ଟସ ଜିତି...

ଈଶ୍ୱରଙ୍କ ଉପରେ ଆସ୍ଥା ରଖ

ସର୍ବବ୍ୟାପୀ ପରମାତ୍ମା ସବୁଆଡ଼େ ଅଛନ୍ତି ସତ୍ୟ କିନ୍ତୁ ସେ ମଧ୍ୟ ଆମ ଭିତରେ, ଆମ ହୃଦୟରେ ଅଛନ୍ତି l ସେଥିପାଇଁ ପଞ୍ଚସଖା ସନ୍ଥ ଅଚ୍ୟୁତାନନ୍ଦ କହିଲେ,...

ବାର୍ବି କ୍ୟାଫେ

ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଆଜିକାଲି ଖାଦ୍ୟ ଉଦ୍ୟୋଗ ସଂସ୍ଥା ବିଭିନ୍ନ ଥିମ୍‌କୁ ନେଇ ରେସ୍ତୋଁରା, କ୍ୟାଫେ ଆଦି ନିର୍ମାଣ କରୁଛନ୍ତି। ସେହିଭଳି ପିଲାମାନଙ୍କ ପ୍ରିୟ...

ଆମକୁ ଘରକୁ ପଠାନ୍ତୁନି ସାର୍‌, ପାରୋଲରେ ନ ଯିବାକୁ ଅନୁରୋଧ କଲେ କଏଦୀ…

ଗାଜିଆବାଦ୍‌,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜେଲ୍‌ରେ ଭିଡ଼ କମ୍‌ କରିବା ଲାଗି କଏଦୀଙ୍କୁ ପାରୋଲ୍‌ରେ ପଠାଇବା ଲାଗି ନିର୍ଦ୍ଦେଶ ଜାରି...

ଉନାଡ୍‌କଟଙ୍କ ଦମ୍‌ରେ ସୌରାଷ୍ଟ୍ର ଜିତିଲା ପ୍ରଥମ ରଣଜୀ ଟାଇଟଲ

ରାଜକୋଟ,୧୩।୩(ପି.ଟି.)- ଅଧିନାୟକ ଉନାଡ୍‌କଟଙ୍କ ଦମଦାର ସ୍ପେଲ ବଳରେ ସୌରାଷ୍ଟ୍ର ଦଳ ପ୍ରଥମ ଥର ପାଇଁ ରଣଜୀ ଟାଇଟଲ ହାସଲ କରିଛି। ଗତବର୍ଷ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିବା...

ହାଇ ସ୍କୋରିଂ ମ୍ୟାଚ୍‌ରେ ବାଜିମାରିଲା ଦିଲ୍ଲୀ

ମୁମ୍ବାଇ,୫।୫: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ଦେଇଛି। ଓପନର...

ହାମିଲଟନଙ୍କ ୯୩ତମ ଫର୍ମୁଲା ଓ୍ବାନ ବିଜୟ

ଇମୋଲା (ଇାଟାଲୀ):ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ରବିବାର ଇମିଲିଆ ରୋମାଗ୍ନା ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ଫଳରେ ସବୁଠାରୁ ଅଧିକ ଫର୍ମୁଲା ଓ୍ବାନ...

Advertisement
Archives

Model This Week