Posted inଫୁରସତ

ଦେଶରେ ଛପା ଯାଇଥିଲା ଶୂନ ଟଙ୍କିଆ ନୋଟ୍‌, ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ଆପଣ ନିଶ୍ଚିତ ୧ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ଦେଖିଥିବେ । ଆମର ଆବଶ୍ୟକତା ପୂରଣ କରିବା ପାଇଁ ଆମେ ସମସ୍ତେ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦ୍ୱାରା ମୁଦ୍ରିତ ଏହି ନୋଟଗୁଡ଼ିକୁ ବ୍ୟବହାର କରିଥାଉ। କିନ୍ତୁ ଏପରି ଏକ ନୋଟ ବିଷୟରେ କହିବୁ, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ। ଆପଣ ଜାଣନ୍ତି କି ଶୂନ ଟଙ୍କିଆ ନୋଟ୍‌ ମଧ୍ୟ ଦେଶରେ ଛପା ଯାଇଥିଲା। ତେବେ ଜାଣନ୍ତୁ ଏହା ପଛରେ ଥିବା କାହାଣୀ ସମ୍ପର୍କରେ…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ମଧ୍ୟ ଶୂନ୍‌ ନୋଟରେ ଛପା ଯାଇଛି। ଏହା ଅନ୍ୟ ନୋଟ୍‌ ପରି ଠିକ୍‌ ଦେଖାଯାଉଛି। କିନ୍ତୁ ବର୍ତ୍ତମାନ ମନରେ ପ୍ରଶ୍ନ ଉଠୁଛି ଯେ, ଶୂନ ଟଙ୍କିଆ ନୋଟ୍‌ କାହିଁକି ଛପା ହେଲା। ଏହି ନୋଟ୍‌ ସହିତ କ’ଣ ହେବ? ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ଏହି ନୋଟଗୁଡ଼ିକୁ ମୁଦ୍ରଣ କରିନାହିଁ। ଦୁର୍ନୀତି ବିରୋଧରେ ଅଭିଯାନର ଏକ ଅଂଶ ଭାବରେ ଏହି ନୋଟ୍‌ ଛପା ଯାଇଥିଲା।

ଏହି ଶୂନ ଟଙ୍କିଆ ନୋଟ୍‌ ଛାପିବା ପାଇଁ ଧାରଣା ଦକ୍ଷିଣ ଭାରତର ଏକ ଏନ୍‌ଜିଓରୁ ଆସିଥିଲା। ୨୦୦୭ ମସିହାରେ, ଏହି ନୋଟ୍‌ ଦୁର୍ନୀତି ବିରୋଧରେ ଅସ୍ତ୍ର ଭାବରେ ଆରମ୍ଭ ହୋଇଥିଲା। ତାମିଲନାଡୁରେ କାର୍ଯ୍ୟ କରୁଥିବା ଏହି ଏନ୍‌ଜିଓ ପ୍ରାୟ ୫ ଲକ୍ଷ ଟଙ୍କା ଏବଂ ଶୂନ ନୋଟ୍‌ ଛପା କରିଥିଲା। ଏହି ନୋଟ୍‌ଗୁଡିକ ଚାରୋଟି ଭାଷାରେ ମୁଦ୍ରିତ ହୋଇଥିଲା ଯଥା ହିନ୍ଦୀ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ ଯାହା ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

ଦୁର୍ନୀତି ବିରୋଧରେ ଏହି ନୋଟ୍‌ରେ ଅନେକ ବାର୍ତ୍ତା ଲେଖାଯାଇଥିଲା। ଏହି ନୋଟ୍‌ଗୁଡିକରେ ଲେଖା ଯାଇଥିଲା, ‘ଦୁର୍ନୀତି ଶେଷ’, ‘ଯଦି କେହି ଲାଞ୍ଚ ମାଗନ୍ତି, ତେବେ ଏହି ନୋଟ୍‌ ଦିଅନ୍ତୁ ଏବଂ ଆମକୁ ଏହି ବିଷୟରେ କୁହନ୍ତୁ। ଏହି ନୋଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଏନ୍‌ଜିଓର ଫୋନ ନମ୍ବର ଏବଂ ଇମେଲ ଆଇଡି ନିମ୍ନରେ ଦିଆଯାଇଛି।

ଏନ୍‌ଜିଓ ନିଜେ ଏହି ଶୂନ ଟଙ୍କିଆ ନୋଟ୍‌ ତିଆରି କରି ଲାଞ୍ଚ ମାଗୁଥିବା ଲୋକଙ୍କୁ ଦେଇଥଲା। ଶୂନ ଟଙ୍କା ନୋଟ୍‌ ଦୁର୍ନୀତି ବିରୋଧରେ ଏକ ପ୍ରତୀକ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri