Posted inଫୁରସତ

ନିଶାସେବନକୁ ଦୀର୍ଘ ଜୀବନର କାରଣ କହି ଚର୍ଚ୍ଚାରେ ଚାଇନାର ଏହି ୧୦୦ ବର୍ଷୀୟ ବୃଦ୍ଧ: ଦୈନିକ ଜୀବନଚର୍ଯ୍ୟା ଏଭଳି..

ନିଶାସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ସିଗାରେଟଠାରୁ ଆରମ୍ଭ କରି ଅନ୍ୟ ନିଶାଜାତୀୟ ଦ୍ରବ୍ୟକୁ ନିୟମିତ ସେବନ କରିବା ଦ୍ୱାରା ଏହା ଅଭ୍ୟାସରେ ପରିଣତ ହୋଇଥାଏ। ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ରୋଗର କାରଣ ମଧ୍ୟ ପାଲଟେ। ହେଲେ ଚାଇନାର ଜଣେ ବ୍ୟକ୍ତି ଅଜବ ଯୁକ୍ତି କରିଛନ୍ତି। ଜିନ୍‌ଜିନ୍‌ରେ ରହୁଥିବା ଜେଙ୍ଗ କେମିନ ନିକଟରେ ନିଜର ୧୦୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ସେ ଏକ ସାକ୍ଷାତକାର ଦେଇଥିଲେ। ଏଥିରେ ସେ ନିଜର ସୁସ୍ଥ ଜୀବନ ତଥା ଦୀର୍ଘାୟୁର କାରଣ ନିଶା ସେବନ ବୋଲି କହିଥିଲେ।

ଜେଙ୍ଗ କେବେ ହେଲେ ରାଗନ୍ତି ନାହିଁ। ଏପରିକି ସେ କ’ଣ ଖାଇବେ ସେ ନେଇ ଚିନ୍ତା କରନ୍ତି ନାହିଁ। ୧୫ ବର୍ଷ ବୟସରେ ସେ ଘର ଛାଡ଼ିଥିଲେ। ବାହାରେ କାମ କରିବା ସମୟରେ ସେ ସିଗାରେଟ୍‌ ଟାଣିବା ଆରମ୍ଭ କରିଥିଲେ। ଧିରେ ଧିରେ ସେ ମଦ ମଧ୍ୟ ପିଇଥିଲେ। ହେଲେ ୩୦ ବର୍ଷ ବୟସରେ ସେ ମଦ ପିଇବା କମ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏବେ ଜେଙ୍ଗଙ୍କୁ ୧୦୦ ବର୍ଷ। ତଥାପି ସେ ପ୍ରତ୍ୟେହ ୧ ପ୍ୟାକେଟ୍‌ ସିଗାରେଟ୍‌ ଟାଣିଥାନ୍ତି। ବୟସାଧିକ ହୋଇଯିବା ଯୋଗୁ ସେ ଘରେ ରହୁଛନ୍ତି। ହେଲେ ଏଯାବତ ନିଶାସେବନ ଖରାପ କିମ୍ବା ଭଲ ସେ ଜାଣିପାରି ନ ଥିବା ସେ କୁହନ୍ତି। ଏପରିକି ନିଜର ନିରାମୟ ଜୀବନର ରହସ୍ୟ ବୋଲି ସେ କହିଛନ୍ତି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri