Posted inଫୁରସତ

ନିଶାସେବନକୁ ଦୀର୍ଘ ଜୀବନର କାରଣ କହି ଚର୍ଚ୍ଚାରେ ଚାଇନାର ଏହି ୧୦୦ ବର୍ଷୀୟ ବୃଦ୍ଧ: ଦୈନିକ ଜୀବନଚର୍ଯ୍ୟା ଏଭଳି..

ନିଶାସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ସିଗାରେଟଠାରୁ ଆରମ୍ଭ କରି ଅନ୍ୟ ନିଶାଜାତୀୟ ଦ୍ରବ୍ୟକୁ ନିୟମିତ ସେବନ କରିବା ଦ୍ୱାରା ଏହା ଅଭ୍ୟାସରେ ପରିଣତ ହୋଇଥାଏ। ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ରୋଗର କାରଣ ମଧ୍ୟ ପାଲଟେ। ହେଲେ ଚାଇନାର ଜଣେ ବ୍ୟକ୍ତି ଅଜବ ଯୁକ୍ତି କରିଛନ୍ତି। ଜିନ୍‌ଜିନ୍‌ରେ ରହୁଥିବା ଜେଙ୍ଗ କେମିନ ନିକଟରେ ନିଜର ୧୦୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ସେ ଏକ ସାକ୍ଷାତକାର ଦେଇଥିଲେ। ଏଥିରେ ସେ ନିଜର ସୁସ୍ଥ ଜୀବନ ତଥା ଦୀର୍ଘାୟୁର କାରଣ ନିଶା ସେବନ ବୋଲି କହିଥିଲେ।

ଜେଙ୍ଗ କେବେ ହେଲେ ରାଗନ୍ତି ନାହିଁ। ଏପରିକି ସେ କ’ଣ ଖାଇବେ ସେ ନେଇ ଚିନ୍ତା କରନ୍ତି ନାହିଁ। ୧୫ ବର୍ଷ ବୟସରେ ସେ ଘର ଛାଡ଼ିଥିଲେ। ବାହାରେ କାମ କରିବା ସମୟରେ ସେ ସିଗାରେଟ୍‌ ଟାଣିବା ଆରମ୍ଭ କରିଥିଲେ। ଧିରେ ଧିରେ ସେ ମଦ ମଧ୍ୟ ପିଇଥିଲେ। ହେଲେ ୩୦ ବର୍ଷ ବୟସରେ ସେ ମଦ ପିଇବା କମ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏବେ ଜେଙ୍ଗଙ୍କୁ ୧୦୦ ବର୍ଷ। ତଥାପି ସେ ପ୍ରତ୍ୟେହ ୧ ପ୍ୟାକେଟ୍‌ ସିଗାରେଟ୍‌ ଟାଣିଥାନ୍ତି। ବୟସାଧିକ ହୋଇଯିବା ଯୋଗୁ ସେ ଘରେ ରହୁଛନ୍ତି। ହେଲେ ଏଯାବତ ନିଶାସେବନ ଖରାପ କିମ୍ବା ଭଲ ସେ ଜାଣିପାରି ନ ଥିବା ସେ କୁହନ୍ତି। ଏପରିକି ନିଜର ନିରାମୟ ଜୀବନର ରହସ୍ୟ ବୋଲି ସେ କହିଛନ୍ତି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri