କ୍ୱିଭ୍,୧୨।୧୦ : ରୁଷିଆର ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗ୍ରୁପ ଅଫ ସେଭେନ ଅର୍ଥାତ୍ ଜି -୭ ଦେଶର ନେତାଙ୍କ ଶରଣ ନେଇଛନ୍ତି। ସେ ଏହି ସମସ୍ତ ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଥିଲେ। ଏହି ବୈଠକରେ ସେ ରୁଷିଆର ବିପଦ ବିଷୟରେ ଚେତାବନୀ ଦେବା ସହିତ ସୁରକ୍ଷା ପାଇଁ ଜେଲେନସ୍କି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦାବି କରିଛନ୍ତି।
ଜି-୭ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହିତ ଭ୍ଲାଡିମିର ପୁଟିନ ଆକ୍ରମଣ ବନ୍ଦ କରିବା ଉଚିତ ଜେଲେନସ୍କି ଚେତାବନୀ ଦେଇଛନ୍ତି। ନଚେତ ଫଳାଫଳ ଖରାପ ହେବ ବୋଲି ସେ କହିଛନ୍ତି।
ବୈଠକ ଶେଷରେ ଜାରି ହୋଇଥିବା ମିଳିତ ବିବୃତ୍ତିରେ ଆମେରିକା, ଜର୍ମାନୀ, ଫ୍ରାନ୍ସ, ଜାପାନ, ବ୍ରିଟେନ, ଇଟାଲୀ ଏବଂ କାନାଡାର ଆଦି ଜି-୭ ଦେଶଗୁଡିକ ଆର୍ଥିକ, ମାନବିକ, ସାମରିକ, କୂଟନୈତିକ ଏବଂ ଆଇନଗତ ସହାୟତା ପାଇଁ ପ୍ରତିଶୃତି ଦେଇଥିବା କୁହାଯାଇଛି।