ଖଣ୍ଡିଆଗୁଡ଼ାରେ ୧୩ ଦିନରେ ୬ ଜଣଙ୍କ ମୃତ୍ୟୁ

ତେନ୍ତୁଳିଖୁଣ୍ଟି,୧୨୧୦(ଡି.ଏନ୍‌.ଏ.):  ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଆଗୁଡ଼ା ଗ୍ରାମ ପରଜା ସାହିରେ ୧୩ ଦିନ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେପ୍ଟେମ୍ବର ୨୯ରେ ପ୍ରଥମେ ଚନ୍ଦ୍ରମା ଜାନିଙ୍କ ମୃତ୍ୟୁ ଘଟିଥିଲା। ପରେ ଅକ୍ଟୋବର ୧ ରେ ଗୋରୀ ଜାନି, ୫ ରେ କୁସ୍‌ମତି ଜାନି, ୯ ରେ ସୋନୁ ଜାନି ଏବଂ ମଙ୍ଗଳବାର ବୁଦାଇ ଜାନିଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଅତ୍ୟଧିକ ମଦ୍ୟପାନ କାରଣରୁ ମୃତ୍ୟୁ ହେଉଥିବା ସନ୍ଦେହ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଗାଁରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିନାହିଁ। ମୃତ୍ୟୁର କାରଣ ବିଷାକ୍ତ ମଦ ନାଁ ଅନ୍ୟ କିଛି ତାହାର ତଦନ୍ତ ନ କରି ସ୍ବାସ୍ଥ୍ୟ ଟିମ୍‌ କେବଳ ମଦ ନ ପିଇବାକୁ ଗାଁରେ ସଚେତନ କରି କାମ ସାରିଦେଇଛି। ଅନ୍ୟପକ୍ଷରେ ମୃତ୍ୟୁକୁ ନେଇ ଗ୍ରାମବାସୀ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛନ୍ତି। ଗାଁରେ ଥିବା ଦେବୀ, ଦେବତାଙ୍କ ପୂଜାବିଧି ଠିକ୍‌ରେ ହେଉ ନ ଥିବାରୁ ଏଭଳି ଘଟୁଥିବା ମନରେ ଘର କଲାଣି। ତେଣୁ ବୈଠକ କରି ଗଁାକୁ ଭଲ ଦିଶାରି ଆଣି ପୂଜା କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପରଜାସାହିରେ ୬୦ ପରିବାର ବସବାସ କରୁଛନ୍ତି। ଦୁଇଦିନ ବ୍ୟବଧାନରେ ଲୋକଙ୍କ ମୃତ୍ୟୁ ଘଟିବା ଗାଁରେ ଭୟର ବାତାବରଣ ସୃଷ୍ଟି କରିଛି। ସୋମବାର ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଗାଁକୁ ଯାଇ ଲୋକଙ୍କୁ ମଦ ନ ପିଇବା ପାଇଁ ସଚେତନ କରି ଫେରିଛି। ମଙ୍ଗଳବାର ସ୍ଥାନୀୟ ସରପଞ୍ଚ ଶୋଭା ନାୟକ, ପିଇଓ ଏବଂ ସମିତିସଭ୍ୟା ମଧୁସ୍ମିତା ପାଣିଗ୍ରାହୀ ଗାଁକୁ ଯାଇ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଟଙ୍କା ଦେଇ କାମ ସାରିଥିବା ଜଣାପଡ଼ିଛି। ଶୀଘ୍ର ପ୍ରଶାସନ ନ ଚେତିଲେ ଏବଂ ମୃତ୍ୟୁର କାରଣ ନ ଖୋଜିଲେ ଗାଁରେ ଅନ୍ଧବିଶ୍ୱାସର ପରିଣତି ମଧ୍ୟ ଭୟଙ୍କର ହେବା ଆଶଙ୍କା ରହିଥିବା ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri