ରୁଷିଆରେ ଜାରା-ପେପଲ୍‌-ସାମସଙ୍ଗ୍‌ କାରବାର ବନ୍ଦ…

ଓ୍ବାଶିଂଟନ, ୬।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏହାକୁ ବିରୋଧ କରି ରୁଷିଆରେ ଜାରା, ପେପଲ୍‌ ଏବଂ ସାମସଙ୍ଗ୍‌ ନିଜ ନିଜ କାରବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍‌ ଲାଇନ୍‌ ପେମେଣ୍ଟ କମ୍ପାନୀ ପେପଲ ଏହାର ସେବାକୁ ବନ୍ଦ କରିବାକୁ ଘୋଷଣା କରିଛି। ସେହିପରି ରୁଷିଆରେ ସ୍ମାର୍ଟଫୋନ କାରବାର କରୁଥିବା ସାମସଙ୍ଗ ଏହାର କାରବାରକୁ ବନ୍ଦ କରିବାକୁ ସୂଚନା ଦେଇଛି। ସେହିପରି ଜାରା ମଧ୍ୟ ରୁଷିଆରେ କାରବାର ବନ୍ଦ କରିବାକୁ କହିଛି।

ପୋଷାକ ରିଟେଲର ଇଣ୍ଡିଟେକ୍ସ୍‌ ଏହାର ର୍ବେଶାକା, ଷ୍ଟାଡିଭାରିଅସ୍‌ ଏବଂ ଓୟୋସୋ ଆଦି ୮ ବ୍ରାଣ୍ଡ୍‌ର ୫୦୨ ଷ୍ଟୋର୍‌କୂ ବନ୍ଦ କରିଛି। ଏହା ସହିତ ଆପଲ, ଏଚ୍‌ ଆଣ୍ଡ୍‌ ଏମ୍‌, ଆଇକିଆ,ରୋଲ୍ସ ରୋଏସ,ବୁର୍ବେରୀ ,ଜାଗୁଆର ଲ୍ୟାଣ୍ଡ ରୋଭର , ଜେନେରାଲ ମୋଟର୍ସ,ଆଷ୍ଟନ ମାର୍ଟିନ,ନେଟଫ୍ଲିକ୍ସ ପ୍ରଭୃତି ବିଶ୍ୱସ୍ତରୀୟ ବ୍ରାଣ୍ଡଗୁଡିକ କାରବାର ବନ୍ଦ କରିଛନ୍ତି।

ବ୍ୟାଙ୍କ ରିସର୍ଚ୍ଚର ବିଶ୍ଳେଷକ ଆଡାମ କୋଚ୍ରେନ ରଏଟର୍ସକୁ କହିଛନ୍ତି ଯେ ଲଜିଷ୍ଟିକ ଅସୁବିଧା ଏବଂ ରୁଷିଆ ମୁଦ୍ରା ରୁବେଲ ଦୁର୍ବଳ ହେବାରେ ଲାଗିଛି। ଫଳରେ ରୁଷିଆରେ ଗ୍ରାହକଙ୍କ ପାଇଁ ମୂଲ୍ୟ ବୃଦ୍ଧି ଯୋଗୁ ଆମଦାନୀ କରୁଥିବା ସମସ୍ତ ଖୁଚୁରା ବ୍ୟବସାୟୀଙ୍କ ଲାଗି କାରବାର କରିବା କଷ୍ଟସାଧ୍ୟ ହେବ।

ଅନ୍‌ଲାଇନ ପେମେଣ୍ଟ କମ୍ପାନୀ ପେପଲ ଏହାର ସେବା ବନ୍ଦ କରିଦେଇଛି। କିନ୍ତୁ ଏହା କିଛି ସମୟ ପାଇଁ ଓ୍ବିଥଡ୍ରାଲରେ ସହଯୋଗ କରିବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ହଜାର ଟଙ୍କାରେ ଚଳିପାରିବେ ଆପଣ: ରୁଷିଆ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କଲେ ମହିଳା

ସେଣ୍ଟ ପିଟର୍ସବର୍ଗ,୨୦।୨: ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ ଜଣେ ମହିଳା କରିଥିବା ପ୍ରଶ୍ନ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ପୁଟିନ୍‌ ପୂର୍ବରୁ ବାସ କରୁଥିବା...

ଏହି ହାତୀକୁ ୩୫ ବର୍ଷ ଧରି ଗୋଟିଏ ସ୍ଥାନରେ ଏକାକୀ ରଖିଥିଲା ପାକିସ୍ତାନ

କାମ୍ବୋଡିଆ,୬ା୯: ପାକିସ୍ତାନର ପ୍ରାଣୀ ଉଦ୍ୟାନରେ ଏକ ହାତୀକୁ ୩୫ ବର୍ଷ ଧରି ଏକ ସ୍ଥାନରେ ଏକାକୀ ରଖାଯାଇଥିଲା। କାର୍ଯ୍ୟକର୍ତ୍ତାଙ୍କ ଦୀର୍ଘ ଉଦ୍ୟମ ପରେ, ବର୍ତ୍ତମାନ ଏହି...

ଚାଇନାରେ କରୋନା ଉତ୍ପତ୍ତି

ଲଣ୍ଡନ,୩୧ା୫: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ପାଇଁ ସବୁଠୁ ଘାତକ ସାବ୍ୟସ୍ତ ହୋଇଥିବା କୋଭିଡ୍‌-୧୯ ଭୂତାଣୁର ଉତ୍ପତ୍ତିକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ ବ୍ରିଟେନର ଗବେଷକମାନେ...

ଉହାନ୍‌ରେ ହେବ ସମସ୍ତଙ୍କ କରୋନା ଟେଷ୍ଟ

ଉହାନ୍‌, ୧୩ା୫: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କୁ ଆତଙ୍କିତ କରି ରଖିଛି। ଚାଇନାରେ ଏହି ଭୂତାଣୁ କିଛିଟା ନିୟନ୍ତ୍ରଣକୁ ଆସିଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହାକୁ...

ଆଖି ଥାଏ ସବୁବେଳେ ଜାଗ୍ରତ…

ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ନିଦ୍ରାରେ ଥିବାବେଳେ କେବଳ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ...

ଭାରତ ଚାଲିଯାଆନ୍ତୁ ଇମ୍ରାନ: ମରିୟମ

ଇସଲାମାବାଦ,୯ ।୪: ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଭାଷଣକୁ ନେଇ ଏବେ ପୁଣିଥରେ ରାଜନୀତି ହୋଇଛି ସରଗରମ ।...

୨୦୨୦ ଶେଷ ସୁଦ୍ଧା ଆର୍ଥିକ ସମସ୍ୟା ଯୋଗୁ ୮ କୋଟି ୬୦ ଲକ୍ଷ ଶିଶୁଙ୍କୁ ମିଳିବନି ଖାଦ୍ୟ

ଜେନେଭା,୨୮।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ଆଗାମୀ ଦିନରେ ଖାଦ୍ୟ ସଙ୍କଟ ଦେଖାଯିବ। ଫଳରେ ୮ କୋଟି ୬୦ ଲକ୍ଷ ଶିଶୁ ଆର୍ଥିକ ସମସ୍ୟା ଯୋଗୁ...

କୋଭିଡ-୧୯ରେ ପୀଡ଼ିତ ପ୍ରଥମ ଶିଶୁଙ୍କ ମୃତ୍ୟୁ

ନ୍ୟୁୟର୍କ,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଥିବା ବେଳେ ଆମେରିକାରେ ପ୍ରଥମ କରି ଜଣେ ଶିଶୁର ମୃତ୍ୟୁ ହୋଇଛି। ୧ବର୍ଷରୁ...

Advertisement
Archives

Model This Week