ଝଗଡ଼ା ପରେ ହୀରାର ମୁଦି ମାଗନ୍ତି ଧନଶ୍ରୀ! ସମସ୍ତଙ୍କ ସାମ୍ନାରେ ପୋଲ୍‌ ଖୋଲିଲେ ଚହଲ, କହିଲେ…

ମୁମ୍ବାଇ,୨୬।୨: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ଖବର ଆଜିକାଲି ସବୁଠି ଚର୍ଚ୍ଚାରେ। ୟୁଜଭେନ୍ଦ୍ର ଏବଂ ଧନଶ୍ରୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ଏବଂ ମାମଲା କୋର୍ଟରେ ଅଛି। ଏହି ସବୁ ଖବର ମଧ୍ୟରେ, ଦୁହିଁଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ କ୍ରିକେଟର ଜଣଙ୍କ କହୁଥିବାର ଦେଖାଯାଉଛି ଯେ ତାଙ୍କ ପତ୍ନୀ ପ୍ରତ୍ୟେକ ଝଗଡ଼ା ପରେ ହୀରା ମାଗନ୍ତି।

ଏହି ଭିଡିଓଟି ଝଲକ ଦିଖଲା ଜା ସିଜନ ୧୧’ର। ଧନଶ୍ରୀ ବର୍ମା ଏହି ନୃତ୍ୟ ରିଆଲିଟି ଶୋ’ରେ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କ ସ୍ବାମୀ-କ୍ରିକେଟର୍‌ ୟୁଜଭେନ୍ଦ୍ର ଚହଲ ତାଙ୍କୁ ଉତ୍ସାହିତ କରିବା ପାଇଁ ଶୋ’କୁ ଆସିଥିଲେ। ଶୋ’ର ଏକ ଖେଳ ସମୟରେ, ଋତ୍ୱିକ ଧନଜାନି ଏବଂ ଗୌହର ଖାନ ଦମ୍ପତିଙ୍କୁ ଏକ ଖେଳରେ ଅଂଶଗ୍ରହଣ କରିବାକୁ ମଞ୍ଚକୁ ଡାକିଥିଲେ, ଯେଉଁଥିରେ ସେମାନଙ୍କୁ ପାଳି କରି ଏକ ପ୍ଲାକାର୍ଡ ଉଠାଇ ୧୦ ସେକେଣ୍ଡ ମଧ୍ୟରେ ସେଥିରେ ଲେଖାଯାଇଥିବା ରହସ୍ୟମୟ ଶବ୍ଦକୁ ଚିହ୍ନଟ କରିବାକୁ କୁହାଯାଇଥିଲା।

ଯେତେବେଳେ ଧନଶ୍ରୀଙ୍କ ପାଳି ଆସିଲା, ତାଙ୍କ ପ୍ଲାକାର୍ଡରେ‘ହୀରା’ ଲେଖାଯାଇଥିଲା। ଖେଳ ସମୟରେ, ଯେତେବେଳେ ଧନଶ୍ରୀ ଚହଲଙ୍କୁ ଏକ ଶବ୍ଦ ପାଇଁ ସଙ୍କେତ ମାଗିଲେ, ସେ କହିଲେ, ତୁମେ ସବୁବେଳେ ଯାହା ମାଗୁଛ। ଧନଶ୍ରୀ ପଚାରିଲେ, କଣ?। ଏହାର ଉତ୍ତରରେ, ୟୁଜଭେନ୍ଦ୍ର କହିଥିଲେ ପ୍ରତ୍ୟେକ ଲଢ଼େଇ ପରେ ତୁମେ ଏହା ମାଗ। ବୋଲି ପ୍ଲାକାର୍ଡ ଦେଖାଇ କହିଲେ। କ୍ରିକେଟରଙ୍କ କଥା ଶୁଣି ଧନଶ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେ ସ୍ପଷ୍ଟୀକରଣ ଦେଇ କହିଲେ ଯେ ସେ କେବେ ହୀରା ମାଗନ୍ତି ନାହିଁ।

କହିରଖୁଛୁ ଯେ, ଧନଶ୍ରୀ ବର୍ମା ଏବଂ ୟୁଜଭେନ୍ଦ୍ର ଚହଲଙ୍କ ପ୍ରେମ କାହାଣୀ ୨୦୨୦ରେ କରୋନା ଲକଡାଉନ ସମୟରେ ଆରମ୍ଭ ହୋଇଥିଲା। ଡିସେମ୍ବର ୨୦୨୦ରେ ଏହି ଦମ୍ପତି ବହୁତ ଧୁମ୍‌ଧାମରେ ବିବାହ କରିଥିଲେ ଏବଂ ସେମାନେ ସେମାନଙ୍କ ବିବାହର ଭିଡିଓ ମଧ୍ୟ ପ୍ରଶଂସକଙ୍କ ସହ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧାର ଓରାଙ୍ଗଉଟାନଙ୍କୁ ନେଇ PCCFଙ୍କ ବଡ଼ ସୂଚନା, ସ୍ବାସ୍ଥ୍ୟାବସ୍ଥା…

ଭୁବନେଶ୍ୱର,୧୧।୯: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ନେଇ PCCF ପ୍ରେମ କୁମାର ଝା ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ୫ ଓରାଙ୍ଗଉଟାନ…

ପେନଶନର୍‌ଙ୍କ ପାଇଁ ଖୁସି ଖବର! ଖାତାକୁ ଆସିଲା ୧୨୩୩ କୋଟି ଟଙ୍କା, ଏମିତି ଚେକ୍‌ କରନ୍ତୁ ବାଲାନ୍ସ…

ନୂଆଦିଲ୍‌ଲୀ,୧୧।୯: ପେନଶନଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ପ୍ରାୟ ୧୦୫.୬୮ ଲକ୍ଷ (୧.୦୫ କୋଟିରୁ ଅଧିକ) ପେନଶନଭୋଗୀଙ୍କ…

ସାବଧାନ! ୩ ରାଶିରେ ଆଜି ଲାଗିବ ଗ୍ରହଣ; ହାତରୁ ପଳାଇବ ଟଙ୍କା, ପାଖଲୋକ ଦେବେ ଧୋକା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ କିମ୍ୱା ଚନ୍ଦ୍ରଙ୍କ ସହିତ ରାହୁ କିମ୍ୱା କେତୁଙ୍କ ଯୁତି (ସଂଯୋଗ) ହେଲେ ଗ୍ରହଣ ଯୋଗ ସୃଷ୍ଟି ହୁଏ। ବର୍ତ୍ତମାନ ସୂର୍ଯ୍ୟ,…

ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଧାମନଗର,୧୦ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା…

ବୈଭବଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ: ରାସ୍ତାରେ କଣ୍ଟା ହେବେନି ତ ଶ୍ରେୟସ ଆୟର? ଜାଣନ୍ତୁ ପୂରା ଖବର

ନୂଆଦିଲ୍ଲୀ୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି ବଡ଼ ସୁଯୋଗ। ବୈଭବ ଇତିମଧ୍ୟରେ ଭାରତ…

ICC Player of the Month ପାଇଁ ଏହି ୩ ଖେଳାଳି ମନୋନୀତ: ଜଣେ ଟିମ୍‌ଇଣ୍ଡିଆକୁ କନ୍ଦାଇଥିଲେ…

ନୂଆଦିଲ୍ଲୀ,୧୧।୯: ଅଗଷ୍ଟ ମାସ ପାଇଁ ‘ଆଇସିସି ପ୍ଲେୟାର ଅଫ ଦି ମନ୍ଥ’ (ICC Player of the Month) ପୁରସ୍କାର ନିମନ୍ତେ ତିନିଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି।…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଆସିଗଲା UPI ‘Tap and Pay’; ଫୋନ ଛୁଆଁଇଲେ ହିଁ ହୋଇଯିବ ପେମେଣ୍ଟ

ନୂଆଦିଲ୍ଲୀ,୧୧।୯: UPI ମାଧ୍ୟମରେ ପେମେଣ୍ଟ କରିବାର ତରିକା ଏବେ ଆହୁରି ସହଜ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ସେପ୍ଟେମ୍ୱର ୨୦୨୬ରେ UPIର…

ଗ୍ରାହକ ତଥ୍ୟକୁ ବ୍ୟବସାୟିକ ସମ୍ପତ୍ତି ବିବେଚନା ନ କରିବା ଉଚିତ: ଆରବିଆଇ ଗଭର୍ନର

ମୁମ୍ବାଇ,୧୧ା୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ସଞ୍ଜୟ ମାଲହୋତ୍ରା ଗୁରୁବାର ଫିନ୍‌ଟେକ୍‌ କମ୍ପାନୀଗୁଡିକୁ ଗ୍ରାହକମାନଙ୍କ ଡାଟା ବା ତଥ୍ୟ ଉପଯୋଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଫିନ୍‌ଟେକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri