Posted inଖେଳ

ଯୁବରାଜଙ୍କୁ ବଡ ଝଟ୍‌କା ଦେଲା ବିସିସିଆଇ

ଚଣ୍ଡିଗଡ,୨୯।୧୨: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ବିସିସିଆଇ ଏକ ବଡ଼ ଝଟକା ଦେଇଛି। ଗତ ବର୍ଷ ଅବସର ନେଇଥିବା ଯୁବରାଜ ସୟଦ ମୁସ୍ତାକ ଅଲ୍ଲୀ ଟି -୨୦ ଟ୍ରଫି ଟୁର୍ନାମେଣ୍ଟ ଖେଳିବାକୁ ଚାହୁଁଥିଲେ, କିନ୍ତୁ ବିସିସିଆଇ ତାଙ୍କୁ ଅବସରରୁ ଫେରିବାକୁ ଅନୁମୋଦନ ଦେଇନାହିଁି। ସେ ପଞ୍ଜାବର ପ୍ରତିନିଧିତ୍ୱ କରିବାକୁ ଚାହୁଁଥିଲେ। ଏବେ ମନଦୀପ ସିଂ ଏହି ଟୁର୍ନାମେଣ୍ଟରେ ପଞ୍ଜାବର ନେତୃତ୍ୱ ନେବେ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟି -୨୦ ଟୁର୍ନାମେଣ୍ଟରେ ପଞ୍ଜାବର ୩୦ ଜଣିଆ ସମ୍ଭାବ୍ୟ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ। ସେ ପଞ୍ଜାବ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ମଧ୍ୟ ଅଭ୍ୟାସ କରୁଥିଲେ। ଦୁଃଖର ବିଷୟ ସେ ପଞ୍ଜାବ ପାଇଁ ସୟଦ ମୁସ୍ତାକ ଅଲ୍ଲୀ ଟି -୨୦ ଟ୍ରଫିରେ ଖେଳି ପାରିବେ ନାହିଁ କାରଣ ସେ ଦଳର ୨୦ ଜଣିଆ ଦଳରେ ସ୍ଥାନ ପାଇ ନାହାଁନ୍ତି।
ଭାରତ ପାଇଁ ୪୦ଟି ଟେଷ୍ଟ, ୩୦୪ ଦିନିକିଆ ଏବଂ ୫୮ଟି -୨୦ ଅନ୍ତର୍ଜାତୀୟ ଖେଳିଥିବା ଯୁବରାଜ ସିଂ ତାଙ୍କ ଅବସର ନିଷ୍ପତ୍ତିରୁ ଓହରି ଘରୋଇ କ୍ରିକେଟରେ ପଞ୍ଜାବ ପାଇଁ ଖେଳିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ସେ ବିସିସିଆଇଠାରୁ ଅନୁମତି ପାଇ ନାହାନ୍ତି। ନାହିଁ। ସୂଚନାଯୋଗ୍ୟ ଯେ, ଯୁବରାଜ ଗତ ବର୍ଷ ଜୁନ୍‌ରେ କ୍ରିକେଟରୁ ବିଦାୟ ନେଇଥିଲେ କିନ୍ତୁ ପଞ୍ଜାବ କ୍ରିକେଟ ଆସୋସିଏସନ ସଚିବ ପୁଣେ ବାଲିଙ୍କ ଅନୁରୋଧ କ୍ରମେ ତାଙ୍କ ରାଜ୍ୟ ପାଇଁ ଖେଳିବାକୁ ରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ କ୍ରିକେଟ ଦଳ: ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ,୨୦।୧୦: ଆସନ୍ତା ନଭେମ୍ବର ୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଦିଲ୍ଲୀରେ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଆତଙ୍କବାଦୀଙ୍କ ନଜର ଭାରତୀୟ...

ରାଇନାଙ୍କୁ ମୋଦିଙ୍କ ଚିଠି: ‘ଯୁବକ ହୋଇଥବାରୁ ଅବସର ଶବ୍ଦ ବ୍ୟବହାର କରିବାକୁ ଚାହେଁନି’

ନୂଆଦିଲ୍ଲୀ,୨୧॥୮(ପି.ଟି.): ଗୁରୁ ମହେନ୍ଦ୍ର ସିଂ ଧୋନୀ ସ୍ବାଧୀନତା ଦିବସ ଅଗଷ୍ଟ ୧୫ ତାରିଖରେ ଅବସର ଘୋଷଣା କରିବାର କିଛି ସମୟ ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୁରେଶ...

ଅଙ୍କିତା ଫାଇନାଲ ରାଉଣ୍ଡରେ

ମେଲବୋର୍ନ, ୧୩ା୧ (ପି.ଟି.)-ଭାରତର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ଖେଳାଳି ଅଙ୍କିତା ରାଇନା ଅଷ୍ଟ୍ରେଲିଆନ ଓପନ୍‌ କ୍ୱାଲିଫାୟର୍ସ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏକ ୩ ସେଟ୍‌ବିଶିଷ୍ଟ...

ଅଧିନାୟକ ଭାବେ ଡେବ୍ୟୁରେ ହେଲେ ଫେଲ୍‌, କୋହଲିଙ୍କ ସ୍ବତନ୍ତ୍ର କ୍ଲବରେ ସାମିଲ

ନୂଆଦିଲ୍ଲୀ,୧୦।୬: ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଡେବ୍ୟୁ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଗୁରୁବାର ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି୨୦...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ,୪।୧୦: ଆସନ୍ତା ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ବିଷୟରେ ଏକ ଖୁସି ଖବର ଅଛି। ଏହି...

କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବଜେଟ

ନୂଆଦିଲ୍ଲୀ, ୨ା୨ (ପି.ଟି.)-କେନ୍ଦ୍ର ସରକାର କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଗତ ବର୍ଷ ତୁଳନାରେ ଏହା ୫୦ କୋଟି ଟଙ୍କା ଅଧିକ।...

ଏହି ଯୁବତୀଙ୍କ ପ୍ରେମରେ ପଡିଛନ୍ତି କ୍ରିକେଟର୍‌ ନବଦୀପ ସଇନି

ଭାରତ ପାଇଁ ବେଶ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନ୍ୟୁଜିଲାଣ୍ଡରେ ଭଲ ପ୍ରଦର୍ଶନ...

ଖୁବ୍‌ଶୀଘ୍ର ଭାରତ ପାଇଁ ଖେଳିବେ ଏହି ଯୁବ ଖେଳାଳି: ଅଗରକର

ନୂଆଦିଲ୍ଲୀ,୧୭।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସିଜନ୍‌ରେ ଟାଇଟଲ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଚଳିତ ବର୍ଷ ଆଇପିଏଲ୍‌ରେ ଅନେକ ଯୁବ ଖେଳାଳି ନିଜର ପ୍ରତିଭା...

Advertisement
Archives

Model This Week