Posted inଖେଳ

ପଡ଼ୋଶୀ ଝିଅଙ୍କ ସହ ରାସ୍ତାରେ ଧରାପଡ଼ି ଯାଇଥିଲେ ଏହି ପ୍ରସିଦ୍ଧ ଖେଳାଳି

ଅଷ୍ଟ୍ରେଲିଆରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟ ମ୍ୟାଚର କାମଚଳା ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କର ସବୁଆଡେ ପ୍ରଶଂସା କରାଯାଉଛି। ରାହାଣେଙ୍କର ଜବରଦସ୍ତ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ଦ୍ୱିତୀୟ ଦିନରେ ବାଜୟୀ ହୋଇପାରିଛି। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ରାହାଣେ ଏକ ଶତକ ପୂରଣ କରିଥିଲେ। ରାହାଣେଙ୍କୁ ଭରଷାଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ମଧ୍ୟ କୁହାଯାଏ। ତେବେ ରାହାଣେଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ କୌତୁହଳ ଥିଲା। କଲେଜରେ ପଢ଼ିବା ସମୟରେ ପିଲାଦିନର ବନ୍ଧୁଙ୍କ ପ୍ରେମରେ ପଡ଼ିଯାଇଥିଲେ। ନିଜେ ରାହାଣେ ଏକଥା ଗଣମାଧ୍ୟମ ସମ୍ମୁଖରେ କହିଥିଲେ।
ରାହାଣେ ନିଜର ପିଲାଦିନର ବନ୍ଧୁ ତଥା ପ୍ରେମିକା ରାଧିକା ଧୋପାଭକରଙ୍କୁ ୨୬ ସେପ୍ଟେମ୍ବର ୨୦୧୪ରେ ବିବାହ କରିଥିଲେ। ଧୂମ୍‌ଧାମରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଲଭ୍‌ କମ୍‌ ଆରେଞ୍ଜ ହୋଇଥିଲା। ରାହାଣେଙ୍କ ସ୍ତ୍ରୀ ରାଧିକା ପୁନେର ମୂଳ ବାସିନ୍ଦା। ମାତ୍ର ତାଙ୍କର ପରିବାର ମୁମ୍ବାଇରେ ରୁହନ୍ତି। ରାହାଣେ ଏବଂ ରାଧିକାଙ୍କ ପରିବାର ପାଖାପାଖି ରହୁଥିଲେ। ପିଲାଟି ଦିନରୁ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ଥିଲେ। ପରେ ଉଭୟ ଏକାଠି କଲେଜରେ ପଢ଼ିଲେ। ଏଠାରେ ସେମାନଙ୍କ ବନ୍ଧୁତ୍ୱ ପ୍ରେମରେ ବଦଳିଯାଇଥିଲା। ଦିନେ ଉଭୟ କଲେଜରୁ ଲୁଚି ଫିଲ୍ମ ଦେଖିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ରାଧିକାଙ୍କ ମା’ ସେମାନଙ୍କୁ ରାସ୍ତାରେ ଦେଖି ଦେଇଥିଲେ। ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ରାହାଣେ ଏକ ଅଟୋ ସହ ଧକ୍କା ମଧ୍ୟ ହୋଇଯାଇଥିଲେ। ଏ କଥା ନିଜେ ରାହାଣେ ଏକ ସାକ୍ଷାତକାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଥରୁମ୍‌ ଟଓ୍ବେଲରୁ ମିଳିଲା ରକ୍ତ ଚିହ୍ନ

କୋ ସାମୁଇ(ଥାଇଲାଣ୍ଡ),୬।୩: ନିକଟରେ ପ୍ରାଣ ହରାଇଥିବା କିମ୍ବଦନ୍ତୀ ଅଷ୍ଟ୍ରେଲିଆନ କ୍ରିକେଟର ଶେନ ଓ୍ବର୍ନଙ୍କ ଘର ଚଟାଣ ଏବଂ ବାଥ ଟଓ୍ବେଲରୁ ମିଳିଛି ରକ୍ତ ଚିହ୍ନ। ପୂର୍ବତନ...

ଦୁଇ ଘଣ୍ଟାରୁ କମ୍‌ ସମୟରେ ମାରାଥନ ଦୌଡ଼ିଲେ କିପଚୋଗେ

ଭିଏନା,୧୩।୧୦(ଏଏଫ୍‌ପି)- କେନିଆର ଅଭିଜ୍ଞ ଧାବକ ଇଲିଉଡ କିପଚୋଗେ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଦୁଇ ଘଣ୍ଟାରୁ କମ୍‌ ସମୟ ନେଇ ସେ ମାରାଥନ (୪୨.୨ କି.ମି.)...

ଭାରତରେ ହେବ ୨୦୨୨ ଏଏଫ୍‌ସି ମହିଳା ଏସିଆନ୍‌ କପ

କୁଆଲାଲମ୍ପୁର,୧୯।୨(ପି.ଟି.)- ଭାରତରେ ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଦେଶରେ ମହିଳା ଫୁଟବଲର ପ୍ରସାର କରିବା ପାଇଁ ଏହି ଇଭେଣ୍ଟର...

ଆଇଏସ୍‌ଏଲ୍‌: ଓଡ଼ିଶା ଏଫ୍‌ସିର ପ୍ଲେ-ଅଫ୍‌ ଆଶା ଶେଷ

କୋଲକାତା,୯।୨ (ପି.ଟି.)- ରୟ କ୍ରିଷ୍ଣାଙ୍କ ହ୍ୟାଟ୍ରିକ ବଳରେ ଏଟିକେ ଇଣ୍ଡିଆ ସୁପର ଲିଗ (ଆଇଏସ୍‌ଏଲ୍‌)ରେ ଶନିବାର ଓଡ଼ିଶା ଏଫ୍‌ସିକୁ ୩-୧ ଗୋଲରେ ପରାସ୍ତ କରିଛି। ଘରୋଇ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରେ ରହି ନ ପାରନ୍ତି ଏହି ମହାନ ଖେଳାଳି!

ନୂଆଦିଲ୍ଲୀ,୩୦।୬: ଚଳିତ ବର୍ଷ ଟି-୨୦ ବିଶ୍ୱକପ୍‌କୁ ନେଇ ବିସିସିଆଇ ଚୟନ କମିଟି ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି। ହେଲେ ଚୂଡାନ୍ତ ଟିମ୍‌ରେ ଦ୍ରୁତ...

କରୋନା ଭାଇରସ୍‌ ମୋ କ୍ୟାରିୟରର ଅନ୍ତ ଘଟାଇବ ନାହିଁ: ଆଣ୍ଡରସନ

ଲଣ୍ଡନ, ୨୮ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ତାଙ୍କ ଉଜ୍ଜ୍ୱଳ କ୍ୟାରିୟରର ଅନ୍ତ ଘଟାଇବ ନାହିଁ ବୋଲି କହିଛନ୍ତି ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ। ସେ କହିଛନ୍ତି, ବର୍ତ୍ତମାନ...

‘କୋହଲି ଶବ୍ଦ ଚୟନ ଉପରେ ଧ୍ୟାନ ରଖନ୍ତୁ, ତାଙ୍କୁ ପିଲାମାନେ ବି ଦେଖୁଛନ୍ତି’

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। କ୍ରିକେଟରେ କୋହଲି ତାଙ୍କ ନାମରେ ଅନେକ ରେକର୍ଡ କରିଛନ୍ତି। ସେ ୨୦୦୮ ମସିହାରେ...

ଡବଲ ଅଲିମ୍ପିକ ଚାମ୍ପିୟନଙ୍କ ୨୫ ବର୍ଷ ବୟସରେ ଅବସର

ବର୍ଲିନ, ୧୭ା୫ (ଏଏଫ୍‌ପି)- ସ୍ବାସ୍ଥ୍ୟଗତ କାରଣରୁ ଜର୍ମାନୀର ଡବଲ ଅଲିମ୍ପିକ ବାଏଥଲନ ଚାମ୍ପିୟନ ଲାଉରା ଡାହଲମେର ମାତ୍ର ୨୫ ବର୍ଷ ବୟସରେ ଶୁକ୍ରବାର ତାଙ୍କ ଅବସର...

Advertisement
Archives

Model This Week