କ୍ରାନ୍ତି ଦିବସରେ ଯୁବଶକ୍ତି ଟ୍ରଷ୍ଟର ‘କ୍ରାନ୍ତି ହିଁ କର୍ତ୍ତବ୍ୟ’କାର୍ଯ୍ୟକ୍ରମ

ଭୁବନେଶ୍ୱର, ଭୁବନେଶ୍ୱର, ୧୦।୮: ଐତିହାସିକ ଭାରତ ଛାଡ ଆନ୍ଦୋଳନର ସ୍ମୃତି ଓ ଚେତନାକୁ ନୂତନ ଯୁବ ପିଢିଙ୍କ ମଧ୍ୟରେ ପହଞ୍ଚାଇବା ସହ ଯୁବ ଶକ୍ତିକୁ ଦେଶ ଓ ସମାଜ ପ୍ରତି ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରସ୍ଥିତ ପ୍ରେସ କ୍ଲବ ଅଫ ଓଡିଶାଠାରେ ‘କ୍ରାନ୍ତି ହିଁ କର୍ତ୍ତବ୍ୟ’ ଶୀର୍ଷକ ଏକ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯକ୍ରମରେ ଯୁବ ଶକ୍ତିକୁ ସମାଜ ପରିବର୍ତ୍ତନର ଅଗ୍ରଦୂତ ହେବାକୁ ଆହ଼୍ବାନ ଦିଆଯାଇଥିଲା । ୧୯୪୨ର ଭାରତ ଛାଡ ଆନ୍ଦୋଳନର ତ୍ୟାଗ, ସାହାସ, ଏକତା ଓ ଦେଶପ୍ରେମରୁ ପ୍ରେରଣା ନେଇ ଆଜିର ଯୁବପିଢି ଏକ ନୂତନ ଓଡିଶା ଓ ସଶକ୍ତ ଭାରତ ଗଠନରେ ନିଜର ସକ୍ରିୟ ଭୂମିକା ନିର୍ୱାହ କରିବାକୁ ଅତିଥିମାନେ ଅବିଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱାଧିନତା ସଂଗ୍ରାମର ଆଦର୍ଶକୁ ବର୍ତ୍ତମାନ ସମୟର ଯୁବପିଢି ସହ ଯୋଡିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ମହାତ୍ମା ଗାନ୍ଧୀଙ୍କ କର ବା ମର ଆହୱାନ ପରେ ଛାତ୍ର, ଯୁବକ, ମହିଳା ଓ ସାଧାରଣ ଲୋକ ଯେପରି ଆନ୍ଦୋଳନକୁ ଆଗକୁ ନେଇଥିଲେ ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା ।
ସୂଚନାଯୋଗ୍ୟ, ଯୁବ ଶକ୍ତି ଟ୍ରଷ୍ଟ ହେଉଛି ଯୁବପିଢ଼ିଙ୍କୁ ସାମାଜିକ ଦାୟିତ୍ୱ, ନେତୃତ୍ୱ ଓ ସୃଜନଶୀଳତା ସହ ଯୋଡ଼ିବା ଲକ୍ଷ୍ୟରେ କାର୍ଯ୍ୟରତ ଏକ ସାମାଜିକ ସଂଗଠନ। ଯୁବକମାନଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେବା, ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିବା ଟ୍ରଷ୍ଟର ପ୍ରମୁଖ ଲକ୍ଷ୍ୟ। କଳା, କ୍ରୀଡ଼ା, ଯୁବ ନେତୃତ୍ୱ, ସାମାଜିକ ସେବା ଓ ଜନସଚେତନତା ଭଳି ବିଭିନ୍ନ କ୍ଷେତ୍ରରେ ଯୁବପିଢ଼ିକୁ ଏକ ମଞ୍ଚରେ ଆଣି, ସଶକ୍ତ, ସଚେତନ ଓ ଦାୟିତ୍ୱବାନ ସମାଜ ଗଠନ ଦିଗରେ ଯୁବ ଶକ୍ତି ଟ୍ରଷ୍ଟ କାର୍ଯ୍ୟ କରୁଛି।
ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରମୋଦ ଭଗତ, ସେନା ମେଡାଲ ପ୍ରାପ୍ତ କର୍ଣ୍ଣେଲ ସୁଧାଂଶୁ ଶେଖର, ପୂର୍ୱତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ଯୁବନେତା ତେଜେଶ୍ୱର ପରିଡା, ମନୋଚିକିତ୍ସକ ବିଶେଷଜ୍ଞ ଅମ୍ରିତ ପଟ୍ଟଯୋଶୀ, ଅଭିନେତା ଆକାଶ ହୋତା, ଅଭିନେତ୍ରୀ ଦେବଜାନୀ ଦେହୁରିଆ, ଅଭିନେତ୍ରୀ ପୁନମ ମିଶ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ ଏବଂ ଅଭିନେତା ଦେବାଶିଷ ପାତ୍ର ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଠ ବ୍ୟକ୍ତି, କଳାକାର, ସାମ୍ୱାଦିକ, ସମାଜ ସେବୀ, ଖେଳାଳୀ, ରାଜନେତା ଓ ବହୁ ସଂଖ୍ୟକ ଯୁବ ପ୍ରତିନିଧି ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ସାମ୍ୱାଦିକ, ସାମ୍ୱାଦିକା, କଳାକାର, ସମାଜସେବୀ, ଖେଳାଳୀ ଓ ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ମାରକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ଆୟୋଜକଙ୍କ ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥି ଓ ସହଯୋଗୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?