୫ମ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଅରମାନ ମଲିକ, କୃତିକା ପୁଣି ଗର୍ଭବତୀ ହେବା ପରେ ଏମିତି କହିଲେ ପ୍ରଥମ ପତ୍ନୀ… 

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଜଣାଶୁଣା ୟୁଟ୍ୟୁବର ଅରମାନ ମଲିକ ପୁଣି ଥରେ ଖବରରେ ଅଛନ୍ତି। ଅରମାନ ପଞ୍ଚମ ଥର ଲାଗି ବାପା ହେବେ। ତାଙ୍କ ଦ୍ୱିତୀୟ ପତ୍ନୀ କୃତିକା ମଲିକ ଦ୍ୱିତୀୟଥର ଲାଗି ଗର୍ଭବତୀ ଅଛନ୍ତି। ପୂର୍ବରୁ ସେ ଚାରି ସନ୍ତାନର ବାପା। ସୋସିଆଲ ମିଡିଆରେ ଏବେ ସେ ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି। ଅରମାନ ତାଙ୍କ ଉଭୟ ପତ୍ନୀଙ୍କ ସହ କିଛି ଫଟୋ ଶେୟାର କରି ଏହି ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି।

ଇନଷ୍ଟାଗ୍ରାମରେ ଅରମାନ କରିଥିବା ପୋଷ୍ଟରେ କୃତିକା ଉତ୍ସାହିତ ଥିବା ନଜର ଆସୁଥିବା ବେଳେ ପ୍ରଥମ ପତ୍ନୀମଧ୍ୟ ଖୁସି ଦେଖାଯାଉଛନ୍ତି। କୃତିକାଙ୍କ ହାତରେ ପ୍ରେଗ୍ନେନ୍ସି କିଟ୍‌ ମଧ୍ୟ ରହିଛି। ଅରମାନ ଏହି ଫଟୋ ସେୟାର କରି ଲେଖିଛନ୍ତି, ଘରକୁୁ ପୁଣି ଏକ ଖୁସି ଆସୁଛି। ତାଙ୍କ ଗର୍ଭାବସ୍ଥା ଖବର ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି।

 

View this post on Instagram

 

A post shared by Armaan Malik (@armaan__malik9)

ମଲିକ ପରିବାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ ସକ୍ରିୟ ରୁହନ୍ତି। ଦୈନିକ ବ୍ଲଗ ଶେୟାର କରିବାଠାରୁ ଆରମ୍ଭ କରି ବ୍ରାଣ୍ଡ ପ୍ରମୋସନ ଓ ମ୍ୟୁଜିକ ଭିଡିଓ ନିର୍ମାଣ ପର୍ଯ୍ୟନ୍ତ, ସେମାନେ ଏକ ବଡ଼ ଫ୍ୟାନ୍‌ ଫଲୋଇଂ ତିଆରି କରିଛନ୍ତି ।
ମଲିକ ପରିବାର ପୂର୍ବରୁ ସୋସିଆଲ ମିଡିଆରେ ଲୋକପ୍ରିୟ ଥିଲେ। କିନ୍ତୁ ବିଗ ବସ୍‌ ଓଟିଟି ୩ରେ ତିନିଜଣ ଯୋଗ ଦେଇ ଘରେ ଘରେ ପରିଚିତ ହୋଇଥିଲେ। ଏହି ଶୋ’ର ଗ୍ରାଣ୍ଡ ପ୍ରିମିୟରରେ ତାଙ୍କ ବହୁବିବାହ ଚର୍ଚ୍ଚାରେ ରହିଥିଲା। ଶୋ’ ପରେ ମଧ୍ୟ ଅରମାନ ଓ ତାଙ୍କ ପତ୍ନୀମାନେ ଅନେକ ବିବାଦରେ ଘେରି ହୋଇଛନ୍ତି।
ଅରମାନଙ୍କ ବିବାହ ବିଷୟରେ କହିବାକୁ ଗଲେ, ୨୦୧୧ରେ ସେ ପ୍ରଥମ ପତ୍ନୀ ପାୟଲ ମଲିକଙ୍କୁ ବିବାହ କରିଥିଲେ। ପରେ ଏହି ଦମ୍ପତିଙ୍କର ପୁତ୍ର ଚିକୁ ଜନ୍ମ ହୋଇଥିଲା। ୨୦୧୮ରେ ଅରମାନ ପାୟଲଙ୍କ ସବୁଠାରୁ ନିକଟତମ ବନ୍ଧୁ କୃତିକା ମଲିକଙ୍କୁ ବିବାହ କରିଥିଲେ। ଅରମାନ ୨୦୨୨ରେ ତାଙ୍କ ଉଭୟ ପତ୍ନୀଙ୍କ ଗର୍ଭବତୀ ହେବାର ଘୋଷଣା କରି ଚର୍ଚ୍ଚାରେ ଆସିଥିଲେ। କୃତିକା ଓ ଅରମାନ ୬ ଏପ୍ରିଲ ୨୦୨୩ରେ ଜୈଦଙ୍କୁ ଜନ୍ମ ଦେଇଥିଲେ। ସେହି ବର୍ଷ ସେମାନେ ପାୟଲଙ୍କ ସହ ଯାଆଁଳା ସନ୍ତାନଙ୍କୁ ମଧ୍ୟ ଜନ୍ମ ଦେଇଥିଲେ। ବର୍ତ୍ତମାନ ଅରମାନ ଚାରି ସନ୍ତାନର ପିତା ଅଟନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?