Posted inଫୁରସତ

ଯୁବ ମାନସିକତାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ

ଭାରତରେ ୧୧ ମେ’ରେ ପାଳନ କରାଯାଉଥିବା ‘ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ’ ଆମ ଦେଶରେ ବୈଷୟିକ ଜ୍ଞାନକୌଶଳ, ଅନୁସନ୍ଧାନକାରୀ ଏବଂ ଇଞ୍ଜିନିୟରମାନଙ୍କ ସଫଳତାକୁ ସ୍ମରଣ କରିଥାଏ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୯ରେ ପୋଖରାନ୍‌ ଆଣବିକ ପରୀକ୍ଷଣକୁ ସ୍ମରଣୀୟ କରିବା ପାଇଁ ଏହି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର ଶୁଭାରମ୍ଭ କରିଥିଲେ।
ବୈଷୟିକ ପ୍ରଗତିର ଅବଦାନ ଯୋଗୁ ଭାରତ ବିସ୍ଫୋରକ ଅଭିବୃଦ୍ଧିର ସାକ୍ଷୀ ହୋଇଛି। ଅଭିବୃଦ୍ଧିର ଅଭିଯାନକୁ ସ୍ମରଣ କରି ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ ଉଦ୍ୟମକୁ ସ୍ବୀକାର କରିବା ପାଇଁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ହେଉଛି ଏକ ଉପଯୁକ୍ତ ଅବସର।
୧୧ ମେ’ ୧୯୯୯ରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ସଫଳତାକୁ ଆଲୋକିତ କରିବା ପାଇଁ ପ୍ରଥମେ ଭାରତରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ କରାଯାଇଥିଲା। ପ୍ରଯୁକ୍ତି ବିକାଶ ପରିଷଦ ପକ୍ଷରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପସ୍ଥିତିରେ ପ୍ରଥମ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆୟୋଜନ କରାଯାଇଥିଲା।
ଏହି ଦିନ ବୋମାଗୁଡ଼ିକର ଶକ୍ତି ନିର୍ଣ୍ଣୟ କରିବା ପାଇଁ ମେ’ ୧୯୯୮ରେ ରାଜସ୍ଥାନର ପୋଖରାନ୍‌ରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ପାଞ୍ଚଟି ଆଣବିକ ପରୀକ୍ଷଣକୁ ମଧ୍ୟ ସ୍ମରଣ କରାଯାଇଥାଏ।
ମେ’ ୧୯୭୪ରେ ପ୍ରଥମ ଆଣବିକ ପରୀକ୍ଷଣ ସ୍ମାଇଲିଂ ବୁଦ୍ଧ ପରେ ଭାରତର ଦ୍ୱିତୀୟ ପରମାଣୁ ପରୀକ୍ଷଣ ପୋଖରାନ୍‌ରେ କରାଯାଇଥିଲା। ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ, ଯିଏକି ମିଜାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ ଭାବରେ ଜଣାଶୁଣା। ସେ ପୋଖରାନ୍‌ ଟେଷ୍ଟର ନେତୃତ୍ୱ ନେଇଥିଲେ।ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଦେଶର ଅଭିବୃଦ୍ଧି କରିଥାନ୍ତି। ସେମାନଙ୍କୁ ସମ୍ମାନିତ କରିବା ପାଇଁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ କରାଯାଇଥାଏ। ପୋଖରାନ୍‌ ଆଣବିକ ପରୀକ୍ଷଣ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ଘୋଷଣା କରିଥିଲେ ଆଣବିକ କ୍ଲବରେ ଭାରତୀୟମାନେ ଯୋଗଦେଇଛନ୍ତି। ପ୍ରତିବର୍ଷ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସରେ ଏକ ନୂତନ ଥିମ୍‌ ଘୋଷଣା କରିଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ଥିମ୍‌ ହେଉଛି ସ୍କୁଲ୍‌ରୁ ଷ୍ଟାର୍ଟଅପ୍‌ ନବସୃଜନ ପାଇଁ ଯୁବ ମାନସିକତାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ(ସ୍କୁଲ ଟୁ ଷ୍ଟାର୍ଟ ଅପ୍ସ- ଇଗ୍ନାଇଟ୍‌ ୟଙ୍ଗ ମାଇଣ୍ଡ୍‌ସ ଟୁ ଇନୋଭେଟ)।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?