Posted inଫୁରସତ

ଦେଶ ବିକାଶରେ ଯୁବଶକ୍ତି

ଦେଶ ପ୍ରଗତିର ଉତ୍ସ ହିଁ ଯୁବଶକ୍ତି। ସେମାନଙ୍କ ଦ୍ୱାରା ହେଉଥିବା ବହୁବିଧ କାର୍ଯ୍ୟ ଉପରେ ଦେଶର ଅର୍ଥନୀତି ନିର୍ଭର କରିଥାଏ। ଯୁବବର୍ଗ ଆଗକୁ ବଢିବା ପଥରେ ରହିଥିବା ସମସ୍ୟା ଏବଂ ସେସବୁର ସଫଳ ସମାଧାନ ଦିଗରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅଗଷ୍ଟ ୧୨ରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଇଥାଏ। ୨୦୦୦ ମସିହାରେ ଜାତିସଂଘ ପକ୍ଷରୁ ଯୁବ ଶିକ୍ଷା, ଗୋଷ୍ଠୀ ଉନ୍ନୟନ, ପରିବେଶୀୟ ଗ୍ରୁପ୍‌ ଗଠନ, ବିଭିନ୍ନ ସାମାଜିକ ପ୍ରକଳ୍ପରେ ସ୍ବେଚ୍ଛାସେବୀ ଭାବରେ ଯୁବବର୍ଗଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯୁବ ଦିବସ ଆରମ୍ଭ ହୋଇଥିଲା।
କରୋନା ମହାମାରୀ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ବିଗିଡ଼ି ଯାଇଛି। ଏପରିସ୍ଥଳେ ଯୁବବର୍ଗଙ୍କ କାନ୍ଧରେ ବଡ଼ ଦାୟିତ୍ୱ ଲଦି ହୋଇ ପଡ଼ିଛି। ତେବେ ଏମାନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ରହିଥିବା ବାଧା ସମ୍ପର୍କରେ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ଜାରି ହୋଇଛି। ୬ ରୁ ୧୩ ବର୍ଷ ବୟସର ୫୦ ପ୍ରତିଶତ ପିଲାଙ୍କ ମଧ୍ୟରେ ସେମାନଙ୍କ କଥିତ ଭାଷା କିମ୍ବା ଅନ୍ୟ କୌଣସି ଭାଷା ପଢ଼ିବା ସମସ୍ୟା ବଢ଼ିବାରେ ଲାଗିଛି। ପୃଥିବୀର ବହୁ ପିଲାଙ୍କ ମଧ୍ୟରେ ଗଣିତ ଜ୍ଞାନର ଅଭାବ ଏବଂ ପିଲାଦିନର ଦାରିଦ୍ର୍ୟ ଯୋଗୁ ଦକ୍ଷତା ବିକାଶରେ ବାଧା ସୃଷ୍ଟି ହେଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଥିବା ଯୁବବର୍ଗ କେତେକ ସମୟରେ ଏସବୁକୁ ସ୍ବୀକାର ନ କରି ପଳାୟନପନ୍ଥୀ ହୋଇଥାନ୍ତି। ମାତ୍ର ଅନ୍ତର୍ଜାତୀୟ ଯୁବ ଦିବସ ଯୁବବର୍ଗଙ୍କୁ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଗ୍ରହଣ କରି ଏହାର ସଫଳ ସମାଧାନର ପଥ ବାହାର କରିବା ଉପରେ ଗୁରୁତ୍ୱାରୋପ କରିଥାଏ। ଚଳିତ ବର୍ଷ ଏହି ଦିବସ ଲାଗି ବାର୍ତ୍ତା ରହିଛି, ଟ୍ରାନ୍ସଫର୍ମିଂ ଫୁଡ୍‌ ସିଷ୍ଟମସ୍‌: ୟୁଥ୍‌ ଇନୋଭେଶନ ଫର୍‌ ହ୍ୟୁମାନ ଆଣ୍ଡ ପ୍ଲାନେଟାରୀ ହେଲ୍‌ଥ (ମାନବ ତଥା ଜୀବଜଗତର ସୁସ୍ଥତା ଲାଗି ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ଯୁବବର୍ଗ ପାଇଁ ନୂତନତ୍ୱର ଆହ୍ବାନ)।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ପାଗଳ ପ୍ରେମୀ, ଘଟିଲା ଏମିତି

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳା ରେସଲର୍‌ ସୋନିଆ ଡେଭିଲେଙ୍କୁ ଅପହରଣ କରିବାକୁ ଚାହୁଥିବା ବ୍ୟକ୍ତି ଶେଷରେ ଗିରଫ ହୋଇଛନ୍ତି। ସୋନିଆଙ୍କ ଘର ପରିସରରୁ ହିଁ ତାଙ୍କୁ ପୋଲିସ...

ହିମ ପାହାଡ଼ ତରଳିଲେ ଭୟଙ୍କର ସଙ୍କଟ

ଓ୍ବାଶିଂଟନ: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ଏବେ ବୈଜ୍ଞାନିକମାନେ ଅନ୍ୟ ଏକ ବିପଦ ମାଡ଼ି ଆସୁଥିବା ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଉତ୍ତରମେରୁରେ ହିମ...

ପଞ୍ଜାବୀ କହିବ ଏବଂ ବୁଝିବ ଏହି ରୋବଟ

ପଞ୍ଜାବରେ ଲୋକେ ପଞ୍ଜାବୀ ଭାଷାରେ କଥାବାର୍ତ୍ତା କରିଥାନ୍ତି। କିଛି ଦେଶରେ ମଧ୍ୟ ପଞ୍ଜାବୀ ଭାଷାରେ ଲୋକେ କଥା ହୁଅନ୍ତି। ବିଶ୍ୱର ଅନ୍ୟ ଭାଗରେ ଯେଉଁଠି ଭାରତୀୟମାନେ...

ନାଟ୍ୟକାର ମନ୍ମଥ

ଦର୍ଶକଙ୍କୁ ନାଟକ କେବଳ ମନୋରଞ୍ଜନ ଦିଏ ତା’ନୁହେଁ ବରଂ ଏହା ଜନଜାଗରଣର ଏକ ବଳିଷ୍ଠ ମାଧ୍ୟମ। ସମାଜର ନିଚ୍ଛକ ଛବି ନିଖୁଣଭାବେ ନାଟକରେ ହିଁ ପ୍ରତିଫଳିତ...

ସ୍ତ୍ରୀଠୁ ଅଲଗା ରହିବା ପାଇଁ ଲୁଟିଥିଲେ ବ୍ୟାଙ୍କ

ପ୍ରାୟତଃ ସହଜରେ ଶୀଘ୍ର ଓ ଅଧିକ ଟଙ୍କା ପାଇଁ ଲୁଟେରାମାନେ ବ୍ୟାଙ୍କ ଲୁଟନ୍ତି। କିନ୍ତୁ ୨୦୧୬ରେ ଆମେରିକାର କାନ୍ସାସସ୍ଥିତି ଏକ ବ୍ୟାଙ୍କ୍‌ ଲୁଟିଥିଲେ ଲରେନ୍ସ ରିପଲ।...

ଏହି ଦୁଇ ରାଶି ମଧ୍ୟରେ ବିବାହ ହୋଇଥାଏ ଅଶୁଭ

ସାଧାରଣତଃ ବିବାହ ସମୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ଜାତକ ମିଳା ଯାଇଥାଏ। କିଛି ରାଶି ଅଛି, ଜଣେ ଜଣଙ୍କ ପ୍ରତି ବେଶ୍‌ ଆକର୍ଷିତ...

କୁମ୍ଭୀରକୁ ଏମିତି ଗୁଡ଼ାଇ ଧରିଥିଲା ବିଶାଳକାୟ ଆନାକୋଣ୍ଡା, ଆଉ ତା’ ପରେ…

ଜୀବଜନ୍ତୁଙ୍କ ମଧ୍ୟରେ ଲଢ଼େଇ ହେଉଥିବାର ସୋସିଆଲ ମିଡିଆରେ ଅନେକ ସମୟରେ ଦେଖିବାକୁ ମିଳିଥାଏ। ଏସବୁ ଭିଡିଓକୁ କ୍ୟାମେରାରେ କଏଦ କରିବା ଜଣେ ଫଟୋଗ୍ରାଫର ପାଇଁ ବହୁତ...

ମୋର ଆଠ ଲାଭ, ତୁମର ଦୁଇ କ୍ଷତି !

ବନବାସ କାଳରେ ପ୍ରଭୁ ରାମ ଅଯୋଧ୍ୟାରୁ ପ୍ରସ୍ଥାନ କରି ପହଞ୍ଚିଲେ ଶୃଙ୍ଗବେରପୁରରେ l ସେଠାରେ ଗୁହକଙ୍କ ଆତିଥ୍ୟ ସ୍ବୀକାର କରି ପରଦିନ ଗଙ୍ଗା ପାର ହେବା...

Advertisement
Archives

Model This Week