ଆନ୍ଦୋଳନକାରୀଙ୍କ ସହ ଯୋଗଦେଲା ଯୁବକଂଗ୍ରେସ

ଭୁବନେଶ୍ବର, ୨ା୬(ବ୍ୟୁରୋ): ଅଲ୍‌ ଓଡ଼ିଶା ଭୋକେଶନାଲ ଟ୍ରେନର ମହାସଂଘର ନିଯୁକ୍ତିକୁ ସ୍ଥାୟୀ ତଥା ସେମାନଙ୍କୁ ପୂର୍ଣ୍ଣ ଶିକ୍ଷକ ମାନ୍ୟତା, ସମାନ କାମକୁ ସମାନ ଦରମା ପ୍ରଦାନ ଦାବିରେ ଗତ ୪ ଦିନ ଧରି ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜିଠାରେ ଚାଲିଥିବା ବିକ୍ଷୋଭ ଓ ଧାରଣାକୁ ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ସମର୍ଥନ ଜଣାଇଛି। ଗୁରୁବାର ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଆନ୍ଦୋଳନକାରୀଙ୍କୁ ବିକ୍ଷୋଭ ସ୍ଥଳରେ ଭେଟି ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି।
ସଂଘ ସଭାପତି ସୁନୀଲ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିକ୍ଷୋଭ ସଭାରେ ସ୍ମୃତିରଞ୍ଜନ ରାଜ୍ୟ ସରକାରଙ୍କ ଆଉଟ୍‌ସୋର୍ସିଂ ନିଯୁକ୍ତି ପ୍ରଥାକୁ ଘୋର ବିରୋଧକରି କହିଛନ୍ତି, ସମାନ କାମକୁ ସମାନ ଦରମା ପ୍ରଦାନ ଏବଂ ଆଉଟ୍‌ସୋର୍ସିଂ ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଯୁବକଂଗ୍ରେସ ନିରନ୍ତର ଆନ୍ଦୋଳନ ଜାରି ରଖିଛି ବୋଲି ସେ କହିବା ସହ ଧନ୍ଦାମୂଳକ ପ୍ରଶିକ୍ଷକଙ୍କ ନିଯୁକ୍ତି ସରକାର ନିଜ ହାତକୁ ନେଇ ଶିକ୍ଷା ବିଭାଗରେ କମ୍ପାନୀ ନିଯୁକ୍ତିକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ପ୍ରକାଶଯୋଗ୍ୟ, ରାଜ୍ୟରେ ୨୦୧୬ରେ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହୋଇ ୬ ବର୍ଷ ଅତିକ୍ରାନ୍ତ ହୋଇଛି। କାର୍ଯ୍ୟରତ ୨୧୨୨ ଜଣ ପ୍ରଶିକ୍ଷକ ଏବେ ମଧ୍ୟ ବିଭିନ୍ନ ସମସ୍ୟା ମଧ୍ୟରେ ଅଛନ୍ତି। ଆଉଟ୍‌ ସୋର୍ସିଂ କମ୍ପାନୀଗୁଡ଼ିକ ବିଭିନ୍ନ ସମୟରେ ପ୍ରଶିକ୍ଷକଙ୍କ ଉପରେ ଅତ୍ୟାଚାର, ମନଇଚ୍ଛା ଛଟେଇ ଏବଂ ଛଟେଇ ପରେ ସେମାନଙ୍କ ଇପିଏଫ୍‌, ଗ୍ରାଚୁଇଟି ଆଦି ଅର୍ଥ ଦେବାରେ ମଧ୍ୟ ହେରଫେର କରୁଛନ୍ତି। ଏପରିକି କାର୍ଯ୍ୟରତ ପ୍ରଶିକ୍ଷକଙ୍କ ମଧ୍ୟରୁ ମୃତ୍ୟୁବରଣ କରିଥିବା ପ୍ରଶିକ୍ଷକଙ୍କ ପରିବାରକୁ ମଧ୍ୟ କୌଣସି ଆର୍ଥିକ ସହାୟତା ମିଳୁନାହିଁ। ଏ ସମ୍ପର୍କରେ ବାରମ୍ବାର ସରକାରଙ୍କ ନିକଟରେ ଅଭିଯୋଗ ହୋଇସାରିଥିଲେ ମଧ୍ୟ ସରକାର ସବୁ ଜାଣି ନୀରବଦ୍ରଷ୍ଟା ସାଜିଛନ୍ତି। ସରକାର ୫-ଟି ସ୍କୁଲ ଆଳରେ କୋଟି କୋଟି ଟଙ୍କା ପାଣି ଭଳି ବ୍ୟୟ କରୁଥିବାବେଳେ ଶିକ୍ଷା ବିଭାଗରେ ଆଉଟ୍‌ସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେବା ଲଜ୍ଜାଜନକ ବୋଲି ସ୍ମୃତିରଞ୍ଜନ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯାଉଥିଲେ ରୋନକ, ଧକ୍କା ଦେଲା ବସ୍‌: ଆଉ ତା’ପରେ…

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ):ବରଗଡ ଘରୋଇ ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ…

ଇରାନ-ଆମେରିକା ମଧ୍ୟରେ ପୁଣି ହେଲା ସିଧାସଳଖ ଯୁଦ୍ଧ, ଆମେରିକାର ଆକ୍ରମଣ ପରେ ସିଧା ଜବାବ ରଖିଲା ଇରାନ

ତେହରାନ,୮।୭: ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ, ଆମେରିକା ଏବଂ ଇରାନ ଏବେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ଦୁଇ ଦେଶ…

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

ଦୁର୍ଘଟଣାଗ୍ରସ୍ତ ହେଲା ନା ଅନ୍ୟ କିଛି? କରାଚୀ ନିକଟରେ ମଝି ଆକାଶରେ ନିଖୋଜ ହୋଇଗଲା ପାକିସ୍ତାନୀ ବିମାନ

କରାଚୀ,୮।୭: ଏକ ପାକିସ୍ତାନୀ ମାଲବାହୀ ବିମାନ ମଙ୍ଗଳବାର (୭ ଜୁଲାଇ) ଦିନ ମଧ୍ୟ ଆକାଶରେ ନିଖୋଜ ହୋଇଗଲା। ମାଲବାହୀ କମ୍ପାନୀ K2 ଏୟାରୱେଜ ଦ୍ୱାରା ପରିଚାଳିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri