ଗୋମାଂସ ବିକ୍ରି ପାଇଁ ପ୍ରସ୍ତୁତିବେଳେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୬ ଅଟକ

ଦେବଗଡ,୫।୯(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା ତଥା ତିଲେଇବଣି ବ୍ଲକ ଅନ୍ତର୍ଗତ କେନ୍ଦେଇଜୁରୀ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଉକ୍ତ ଗ୍ରାମର ୬ ଜଣ ଯୁବକଙ୍କୁ ଥାନାକୁ ନେଇ ଅଟକ ରଖିବା ସହ ପଚରାଉଚରା ଚଳାଇଛି । ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଂଚି ଏସଡିଡିଓ ରମେଶ ଚନ୍ଦ୍ର ମାହାନା ଓ ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ଉପସ୍ଥିତିରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଆବଶ୍ୟକ ନମୁନା ସଂଗ୍ରହ କରିଛି।

ସେହିପରି ଅପରାହ୍ନରେ ମୃତ ଯୁବକ କିଶୋର ମେହେର(୩୫)ଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିବା ଜଣାପଡିଛି । ହତ୍ୟାକାଣ୍ଡକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ କେନ୍ଦେଇଜୁରୀ ଓ ମୃତ କିଶୋରଙ୍କ ଗ୍ରାମ ତେରେଣ୍ଡାକଟା ଗ୍ରାମରୁ ଆସିଥିବା ମହିଳା(ସମ୍ପର୍କୀୟଙ୍କ ସମେତ) ମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ତେବେ ପୋଲିସର ହସ୍ତକ୍ଷେପ ଫଳରେ ଉଭୟ ଗୋଷ୍ଠିର ମହିଳା ମାନେ ଶାନ୍ତ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ବୁଧବାର ପୂର୍ବାହ୍ନରେ ତେରେଣ୍ଡାକଟା ଗ୍ରାମ(କାଉଶିଢିପା ସାହି)ର କିଶୋର ମେହେର(୩୫) ଓ ତାଙ୍କ ସାଥୀ କେନ୍ଦେଇଜୁରୀ ଗ୍ରାମର ଗୌତମ ନାଏକ କେନ୍ଦେଇଜୁରୀ ନାଳ କଡରେ ଗୋମାଂସ କାଟୁଥିଲେ। କେତେକ ଗ୍ରାମବାସୀ ସେଠାରେ ଚଢଉ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୋମାଂସ ଏବଂ କଟା ଗୋରୁ ମୁଣ୍ଡ ବାହାରିଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତେଜନା ଦେଖାଦେବାସହ ସେମାନେ କିଶୋର ଏବଂ ଗୌତମଙ୍କୁ କିଛି ଦୂରକୁ ଘୋଷାଡି ଆଣି ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ କିଶୋରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଓ ଗୌତମ ଆହତ ହୋଇଥିଲେ। ରିଆମାଳ ଥାନା ପୋଲିସ ଦୀର୍ଘ ସମୟ ପରେ ସୂଚନା ପାଇ ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି କିଶୋରଙ୍କ ମୃତଦେହ ଜବତ କରିଥିଲା। ସେହିପରି କିଶୋରଙ୍କ ସ୍ତ୍ରୀଙ୍କ ଲିଖୀତଅଭିଯୋଗ ଆଧାରରେ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?