ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ଆନନ୍ଦପୁର,୮।୧୨(ସ୍ବ.ପ୍ର.): ଆନନ୍ଦପୁର ପୋଲିସ ଏକ ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅପହରଣର ମାସେ ପରେ ଅଭିଯୁକ୍ତଙ୍କୁୁ ଗିରଫ କରିବାରେ ଆନନ୍ଦପୁର ପୋଲିସ ସଫଳ ହୋଇଛି। ଅଭିଯୁକ୍ତ ଆନନ୍ଦପୁର ପୌରପରିଷଦ ଫକୀରପୁର ୧୦ନଂ ଓାର୍ଡ଼ର ପଦ୍ମନାଭ ଜେନାଙ୍କ ପୁଅ ଜିତୁ ଓରଫ ବିଦ୍ୟାଧର ଜେନା(୩୦)। ନାବାଳିକା ଅପହରଣ ଘଟଣାକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଆନନ୍ଦପୁର ଥାନାରେ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଧାରା ୩୬୩, ୩୪୨, ୫୦୬ ଏବଂ ୬ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତ ଗତ ୧୧ ତାରିଖରେ ନାବାଳିକାକୁ ଅପହରଣ କରିନେଇ ଫେରାର ହୋଇଯାଇଥିଲେ। ତେବେ ଖବରପାଇ ଆନନ୍ଦପୁର ପୋଲିସ ସାଧା ପୋଷାକରେ ରାମଚନ୍ଦ୍ରପୁର ଥାନା ଅଧିନ ନିଜ ସମ୍ପର୍କୀୟଙ୍କ ଘରେ ଥିବା ସୂଚନା ପାଇ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତର ଡାକ୍ତରୀମାଇନା ପରେ ତାକୁ ସ୍ବତନ୍ତ୍ର ଅଦାଲତ ତଥା ଅତିରିକ୍ତ ଜିଲା ଦୌରାଜଜ୍‌ କେନ୍ଦୁଝର ନିକଟରେ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥାନା ଅଧିକାରୀ ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ହଜାର ଚାଷୀ ବିକି ପାରିଲେନି ଧାନ

ଛତ୍ରପୁର,୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଗତ ଫେବୃୟାରୀ ୨୮ ତାରିଖ ପରଠାରୁ ବନ୍ଦ ହୋଯାଇଛି। ଫଳରେ ବହୁ ଚାଷୀ ସେମାନଙ୍କ ଧାନ...

ଏନ୍‌ଜିଟିରେ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ମାମଲା: ୨୦ କୋଟି ଟଙ୍କା ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୧ା୩: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ସୁକିନ୍ଦା-ଅନୁଗୋଳ ରେଳପଥ ନିର୍ମାଣରେ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ମୋରମ ଓ ମାଟି ବେଆଇନ ଭାବେ...

ନିଲମ୍ବିତ ହେଲେ ମଉସୁଧା ସରପଞ୍ଚ

ଚାନ୍ଦବାଲି,୧୦।୯(ଡି.ଏନ.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ...

ନକଲି ପାନମସଲା ଜବତ ଘଟଣା: ୩ ଗିରଫ

କଣାସ, ୨୧ା୧୧(ସ୍ବ.ପ୍ର): ପୁରୀ ଜିଲା କଣାସ ଅଞ୍ଚଳରେ ରବିବାର ଖାଉଟି ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ତିନୋଟି ରାଶନ ଦୋକାନରୁ...

କାର୍ଯ୍ୟକ୍ଷମ ହୋଇପାରୁନି ପାନୀୟ ଜଳ ପ୍ରକଳ୍ପ : ଦୂଷିତ କୂଅ ପାଣି ପିଇ ଲୋକେ ରୋଗାକ୍ରାନ୍ତ

ଖଣ୍ଡପଡ଼ା,୧୨ା୮(ସ୍ବ.ପ୍ର.): କୁଆଁରିଆ ନଦୀରୁ ବୋରୱେଲ ମାଧ୍ୟମରେ ପଥରଗଣ୍ଡ ଓ ନିକଟସ୍ଥ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ୧ ବର୍ଷ ହେଲା...

ଏସ୍‌ଇସିସି ତାଲିକାରେ ଭୁଲ୍‌ଭଟକା: ଆବାସ ଯୋଜନାରୁ ବଁଚିତ୍‌ ୩୪ ଆଦିବାସୀ ପରିବାର

  ଲାଠୋର, ୧୧।୨ (ଡି.ଏନ୍‌.ଏ.)- କେନ୍ଦ୍ର ସରକାର ୨୦୧୧ ସାଲେ ସାରାଦେଶରେ ଏସ୍‌ଇସିସି(ସାମାଜିକ, ଆର୍ଥତ୍କ, ଜାତି ଭିତ୍ତିକ) ଜନଗଣନା କରେଇଥିଲେ। ସେ ହିସାବେ ଆମର ରାଏଜେ...

କୂଅରେ ପଡି ବୃଦ୍ଧା ମୃତ

ପାଟଣା,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ପୁରନ୍ଦରପୁର ପାତ୍ରସାହିରେ ମଙ୍ଗଳବାର ରାତିରେ ଜଣେ ୭୦ ବର୍ଷୀୟା ବୃଦ୍ଧା କୂଅରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ...

CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ହେଲା ୧୭୭

ଭୁବନେଶ୍ୱର,୬।୫:(ବ୍ୟୁରୋ)-ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ତେବେ ଏହି ଆକ୍ରାନ୍ତଜଣକ ଗଂଜାମ ଜିଲାର...

Advertisement
Archives

Model This Week