୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬ ପର୍ଯ୍ୟନ୍ତ ପ୍ରଭାବୀ ରହିବ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, କେତୁଙ୍କ ଚଳନର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ଭାବେ ଦେଖିବାକୁ ମିଳିପାରେ। କେତେକ ରାଶିର ଲୋକଙ୍କ ପାଇଁ କେତୁଙ୍କ ପ୍ରଭାବ ଲାଭଦାୟକ ସାବ୍ୟସ୍ତ ହୋଇପାରେ, ଅନ୍ୟପଟେ କିଛି ଲୋକଙ୍କ ସମସ୍ୟା ବଢ଼ିପାରେ। ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ଏକ ରହସ୍ୟମୟ ତଥା ପ୍ରଭାବଶାଳୀ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ମାନ୍ୟତା ରହିଛି ଯେ କୁଣ୍ଡଳୀରେ କେତୁଙ୍କ ସ୍ଥିତି ଅନୁକୂଳ ନ ରହିଲେ ବ୍ୟକ୍ତିଙ୍କୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହା ସହିତ ହେବାକୁ ଥିବା କାମରେ ବାଧା ଉପୁଜିପାରେ ଏବଂ କଠିନ ପରିଶ୍ରମ ସତ୍ତ୍ୱେ ମନମୁତାବକ ଫଳ ମିଳିବାରେ ବିଳମ୍ୱ ହୋଇପାରେ। ଏଭଳି ସ୍ଥିତିରେ କେତୁଙ୍କ ଏହି ନକ୍ଷତ୍ର ଗୋଚର କେତେକ ରାଶିର ଲୋକଙ୍କ ପାଇଁ ସତର୍କତା ଅବଲମ୍ୱନ କରିବାର ସମୟ ବୋଲି ଧରାଯାଉଛି। ଆସନ୍ତୁ ଜାଣିବା ୫ ଡିସେମ୍ୱର ପର୍ଯ୍ୟନ୍ତ କେଉଁ ୩ଟି ରାଶିର ଲୋକଙ୍କୁ ସମ୍ଭାଳି ରହିବାକୁ ପଡ଼ିବ।
ଏହି ସମୟ ମଧ୍ୟରେ ବୃଷ ରାଶିର ଲୋକଙ୍କୁ ବିଶେଷ ସାବଧାନତା ଅବଲମ୍ୱନ କରିବାକୁ ପଡ଼ିବ। ଆପଣଙ୍କର ହେବାକୁ ଥିବା କାମରେ ହଠାତ ବାଧା ଉପୁଜିପାରେ କିମ୍ୱା କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଆଶାଠାରୁ ଅଧିକ ସମୟ ଲାଗିପାରେ। ରାଗ କିମ୍ୱା ଉତ୍ତେଜନାରେ ଆସି ଚାକିରି ସମ୍ୱନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେବାରୁ ନିବୃତ୍ତ ରହିବା ଭଲ ହେବ। ଟଙ୍କା ପଇସା କାରବାରରେ ଖୁବ ସତର୍କ ରୁହନ୍ତୁ ଏବଂ କାହାକୁ ଋଣ ଦେବାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ର୍ଧଯ୍ୟର ସହ ଆଗକୁ ବଢ଼ିବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଅନାବଶ୍ୟକ କିଣାକିଣିକୁ କିଛି ସମୟ ପାଇଁ ଟାଳିଦେବା ଉଚିତ ହେବ।
କନ୍ୟା ରାଶିର ଲୋକଙ୍କ ପାଇଁ ମଧ୍ୟ କେତୁଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କିଛି ଚ୍ୟାଲେଞ୍ଜ ନେଇ ଆସିପାରେ। ତରବରିଆ ଭାବେ କୌଣସି ବଡ଼ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ଏହି ସମୟରେ ବଡ଼ ସଫଳତା ଆପଣଙ୍କ ପାଖକୁ ଆସି ଅଟକି ଯାଇପାରେ। ବ୍ୟବସାୟରେ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କଲେ ପରିସ୍ଥିତିକୁ ସମ୍ଭାଳିବା ସହଜ ହୋଇପାରେ। କର୍ମଜୀବୀ ମହିଳାମାନଙ୍କ ପାଇଁ ଏହି ସମୟ ଟିକେ ଚ୍ୟାଲେଞ୍ଜିଂ ରହିବ। ପରିଶ୍ରମ ସତ୍ତ୍ୱେ ଫଳାଫଳ ମିଳିବାରେ ବିଳମ୍ୱ ହେତୁ ମାନସିକ ଚାପ ବୃଦ୍ଧି ପାଇପାରେ।
କେତୁଙ୍କ ଏହି ଗୋଚର ସମୟରେ ମକର ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ। ଆପଣଙ୍କ କାର୍ଯ୍ୟରେ ଅନାବଶ୍ୟକ ବାଧାବିଘ୍ନ ଆସିପାରେ। ଯଦି ଦୀର୍ଘ ଦିନରୁ କୌଣସି ଅନାବଶ୍ୟକ କିଣାକିଣି କରିବାକୁ ଯୋଜନା କରୁଛନ୍ତି, ତେବେ ତାହାକୁ କିଛି ସମୟ ପାଇଁ ସ୍ଥଗିତ ରଖିବା ଭଲ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଦାୟିତ୍ୱରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିବ। କିଛି ଜରୁରୀ କାର୍ଯ୍ୟ ସାରିବାରେ ବିଳମ୍ୱ ହୋଇପାରେ। ଏହି ସମୟ ମଧ୍ୟରେ ଯେକୌଣସି କାମ ତରବରିଆ ଭାବେ କରିବା ପରିବର୍ତ୍ତେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ଏହା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ସାବଧାନତା ଅବଲମ୍ୱନ କରିବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

