ଆମପାଣି ଘାଟିରେ ଓଲଟିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର: ଯାତାୟାତକୁ ବନ୍ଦ କଲା ପ୍ରଶାସନ

କୋକସରା,୮।୧୨(ଡି.ଏନ୍‌.ଏ.): ୨୬ ନମ୍ବର ଜାତୀୟ ରାଜପଥ କଳାହାଣ୍ଡି ଜିଲା ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ଗୁରୁବାର ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି। ପାରାଦ୍ୱୀପରୁ ବୋରିଗୁମ୍ମା ଯାଉଥିବା ବେଳେ ଘାଟି ବୁଲାଣିରେ ଟ୍ୟାଙ୍କର(ନଂ.ଓଡି-୭୮୪୬) ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ପେଟ୍ରୋଲ ଏବଂ ଡିଜେଲ ଲିକ୍‌ ହେବାରୁ ସୁରକ୍ଷା ଦୃଷ୍ଟିରୁ ଆମପାଣି ପୋଲିସ, କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତା ଅବରୋଧ କରି ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଥିଲା। ଗାଡ଼ି ଡ୍ରାଇଭର ଶଙ୍କର ଚୌହାନ ଆହତ ହୋଇଥିବା ଜଣାପଡିଛି।

ଗୁରୁବାର ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଆମପାଣି ପୋଲିସ ଏନେଇ ଜିଲା ପ୍ରଶାସନକୁ ଖବର ଦେଇଥିଲା। ଘଟଣାସ୍ଥଳରେ ଧର୍ମଗଡ଼ ଉପ ଜିଲାପାଳ ବେଦ ଭୂଷଣ, ଧର୍ମଗଡ଼ ଏସ୍‌ଡିପିଓ ଧିରଜ ଚୋପଦାର, କୋକସରା ତହସିଲଦାର ଦେବବ୍ରତ କରାଟି, ବିଡ଼ିଓ ଉତ୍ତମ କୁମାର ବାଗ, ଡେପୁଟି ଅଗ୍ନିଶମ ଅଧିକାରୀ, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, ରେଞ୍ଜର ଧର୍ମଗଡ଼ ଭବାନୀ ଶଙ୍କର କାଉର, ଭାରତ ପେଟ୍ରୋଲିୟମର ସେଲ ଅଫିସର ରାହୁଲ କୁମାର, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଟ୍ରାଫିକ ବ୍ୟବସ୍ଥା ସ୍ବଭାବିକ କରିବାକୁ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଓଲଟି ପଡିଥିବା ଟ୍ୟାଙ୍କରରେ ୪ ହଜାର ଲିଟର ଡିଜେଲ ଏବଂ ୮ ହଜାର ଲିଟର ପେଟ୍ରୋଲ ରହିଛି। ଅନ୍ୟପକ୍ଷେ ଡିଜେଲ, ପେଟ୍ରୋଲ ଲିକ୍‌ ହୋଇ ରାସ୍ତାରେ ନିର୍ଗତ ହେବାରୁ ସତର୍କ ଦୃଷ୍ଟିରୁ ଦୁର୍ଘଟଣା ସ୍ଥାନର ଦୁଇପଟୁ ଯାନବାହନ ସହ ଲୋକଙ୍କ ଯାତାୟାତକୁ ବାରଣ କରାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତଙ୍କ ଘର ସିଲ୍‌ କଲା ପ୍ରଶାସନ: ସାଧାରଣରେ ଅସନ୍ତୋଷ

ପଦ୍ମପୁର,୧୦।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତରେ ୩ କରୋନା ଆକ୍ରାନ୍ତଙ୍କ ଘରକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ମାତ୍ର ଏହି ଘଟଣାକୁ...

ହସୁଛି ସୋରିଷ କ୍ଷେତ

ଜଳେଶ୍ୱର,୯।୨(ଡି.ଏନ.ଏ.)  ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀ କୂଳେ କୂଳେ ବ୍ୟାପକ ସୋରିଷ ଚାଷ ହୋଇଛି। ଚଳିତବର୍ଷ ଥଣ୍ଡା ପାଗ ରହିଥିବାରୁ ଭଲ ଫସଲ ଅମଳ ହେବ ବୋଲି...

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ବଲାଙ୍ଗୀରରେ ଗଜପତି ପୋଲିସ ଟିମ୍‌ର ତଦନ୍ତ ଆରମ୍ଭ

ବଲାଙ୍ଗୀର ଅଫିସ,୨୫ା୭: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ଆସିଥିବା ଗଜପତି ପୋଲିସର ଏକ ଟିମ୍‌ ରବିବାର ସକାଳେ ବଲାଙ୍ଗୀର ଟାଉନ ଥାନା...

୧୧୯ କେଜି ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୪।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଡାଇକ ୩, ଟନେଲକ୍ୟାମ୍ପ, ନାକାମାମୁଡୁ, ମନ୍ତ୍ରୀପୁଟ ଅଞ୍ଚଳରେ ଖାନତଲାସୀ ବେଳେ ପୋଲିସ ୧୧୯ କେଜି ୧୦୦ ଗ୍ରାମ...

ଏମ୍‌ପିଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

କୋକସରା,୧୮।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ନେଗୀଗୁଡାରୁ ବେହେରା ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗ୍ରାମବାସୀ...

ଲକ୍‌ଡାଉନ୍‌ରେ ସହାୟତାର ହାତ ବଢ଼ାଉଛି ଡାକ ବିଭାଗ: ଲୋକଙ୍କ ପାଖରେ ପହଞ୍ଚି ସେବା ପ୍ରଦାନ କରୁଛନ୍ତି କର୍ମଚାରୀ, ନିସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

କଟକ ଅଫିସ,୨।୪: କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ ସ୍ଥିତି ଜାରି ରହିଛି। ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ହେଲେ...

ସାଇକେଲରେ ପରିବେଶ ସୁରକ୍ଷା ବାଣ୍ଟୁଥିବା ଅମରେଶଙ୍କୁ ସ୍ବାଗତ

ନୟାଗଡ଼ ଅଫିସ,୨୮।୧୨: ବୃକ୍ଷ ଓ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ପାରାଦୀପରୁ ସାଇକେଲରେ ବ୍ରହ୍ମପୁର ଅଭିୁମୁଖେ ବାହାରିଥିବା ପରିବେଶବିତ ଅମରେଶ ନରେଶ ସାମନ୍ତଙ୍କୁ ଶୁକ୍ରବାର ନୟାଗଡ଼...

ମଠରୁ ପୁଅବେଶଧାରୀ ନାବାଳିକା ଉଦ୍ଧାର

ପୁରୀ ଅଫିସ, ୨୩ା୧: ଘରୁ ବିମୁଖ ହୋଇ ଭୁବନେଶ୍ୱରର ଉଚ୍ଚଶିକ୍ଷିତ ଯୁବକ ଗିରିଜା ଶଙ୍କର ମିଶ୍ର ଗତ କିଛି ବର୍ଷ ଧରି ଶ୍ରୀକ୍ଷେତ୍ରକୁ ଚାଲିଆସି ଭିକ୍ଷାବୃତ୍ତି...

Advertisement
Archives

Model This Week