ମେଟ୍ରୋ ଟ୍ରେନ୍‌ରୁ ଆହତ ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ମୃତ୍ୟୁ, ପିନ୍ଧି ନ ଥିଲେ ହିଜାବ

ତେହରାନ,୨୮ା୧୦: ଇରାନର ରାଜଧାନୀ ତେହରାନରେ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ସନ୍ଦେହଜନକ ଅବସ୍ଥାରେ ଆହତ ହୋଇଥିବା ଯୁବତୀ ଅରମିତା ଗେରାବନ୍ଦଙ୍କର ମୃତ୍ୟୁ ଘଟିଛି। ସେ ବିନା ହିଜାବରେ ମେଟ୍ରୋରେ ଯାତ୍ରା କରୁଥିଲେ। ଅରମିତା କିଛି ସପ୍ତାହ ହେଲା କୋମାରେ ଥିବା ବେଳେ ଶନିବାର ତାଙ୍କର ମୃତ୍ୟୁ ଘଟିଛି।

ଏହାକୁ ନେଇ ଦେଶରେ ପୁଣିଥରେ ବିରୋଧ ପ୍ରଦର୍ଶନ ହେବାର ଆଶଙ୍କା ରହିଛି। ହିଜାବ ବିନା ଧରାଯାଇଥିବା ୨୨ ବର୍ଷୀୟ ମହସା ଆମିନୀଙ୍କ ପୋଲିସ ହେପାଜତରେ ମୃତ୍ୟୁର ଏକ ବର୍ଷ ପରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ଦେଶବ୍ୟାପୀ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ଅକ୍ଟୋବର ୧ରେ ମେଟ୍ରୋ ଟ୍ରେନ୍‌ରେ ଅରମିତାଙ୍କ ସହ କ’ଣ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାଙ୍କର ଜଣେ ବନ୍ଧୁ କହିଛନ୍ତି, ତାଙ୍କ ମୁଣ୍ଡ ପ୍ଲାଟଫର୍ମରେ ପିଟି ହୋଇଯାଇଥିଲା। ତେବେ ମାନବାଧିକାର କର୍ମୀମାନେ ତାଙ୍କୁ ହିଜାବ ନ ପିନ୍ଧି ଠେଲି ଦିଆଯାଇଥିବା ଅଭିଯୋଗ କରିଛନ୍ତି। ମିଳିତ ଜାତିସଂଘରୁ ନିରପେକ୍ଷ ତଦନ୍ତ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧକ୍କା ଖାଇବାରୁ…

ଭାରତ କଲା ଏମିତି ପାକିସ୍ତାନରେ ହାହାକାର! ହଠାତ୍‌ ସାରା ବିଶ୍ୱରେ ଚହଳ

ଇସଲାମବାଦ,୧୩।୬: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ପାକିସ୍ତାନର ଅନେକ ସ୍ଥାନରେ ସ୍ପଷ୍ଟ ହେବାରେ ଲାଗିଛି। ସାମ୍ପ୍ରତିକ ରିପୋର୍ଟରୁ…

ବେନିୟମ କରତକଳ ଉପରେ ଚଢ଼ାଉ, ଖସିଗଲେ ଅଭିଯୁକ୍ତ

ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଖଇରପଟି ଗ୍ରାମ ନିକଟରେ ଖୋଲାରେ ଚାଲୁଥିବା ଏକ ବେନିୟମ କରତକଳ ଉପରେ…

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

‘ମୃତଦେହ’ର ଗୁପ୍ତାଙ୍ଗକୁ ନେଇ ବିବାଦୀୟ କଥା କହିବା ମେଡିକାଲ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଲା

ମୁମ୍ବାଇ,୧୩।୬: ପ୍ରଣୀତ ମୋରେଙ୍କ ଶୋ’ରେ ଉପସ୍ଥିତି ସମୟରେ MBBS ଛାତ୍ରୀ ସେଜଲ ପାୱାରଙ୍କ ଦ୍ୱାରା କରାଯାଇଥିବା ଏକ ବ୍ୟଙ୍ଗ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଣ୍ଡ-ଅପ କମେଡି…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri