Posted inଫୁରସତ

ପାହାଡ଼ ଶୀର୍ଷରେ ପ୍ରେମିକାଙ୍କୁ ପ୍ରପୋଜ କଲେ ପ୍ରେମିକ, ଖୁସିରେ ଆତ୍ମହରା ହୋଇ ୬୫୦ ଫୁଟରୁ ଖସିଗଲା ଗୋଡ଼; ଆଉ ତା’ ପରେ…

ପ୍ରେମରେ ପଡ଼ିଥିବା ପ୍ରେମୀଯୁଗଳ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଯେତେବେଳେ ପ୍ରେମିକ ଜଣକ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିଥାନ୍ତି ସେତେବେଳେ ପ୍ରେମିକାଙ୍କ ପାଦ ତଳେ ଲାଗେନି। କିନ୍ତୁ ଅଷ୍ଟ୍ରିଆର ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିବା ଭାରି ପଡ଼ିଛି। ପ୍ରେମିକ ପ୍ରପୋଜ କରିବା ପରେ ଖୁସିରେ ତାଙ୍କ ପ୍ରେମିକାଙ୍କ ଗୋଡ଼ ଖସିଗଲା ଏବଂ ସେ ପାହାଡ଼ ଉପରୁ ୬୫୦ ଫୁଟ ଗଭୀରକୁ ଖସିପଡ଼ିଲେ।

ଏହି ଘଟଣା ଅଷ୍ଟ୍ରିଆର କାରିନ୍ଥିଆ ଅଞ୍ଚଳରୁ ଆସିଛି। ଯେଉଁଠାରେ ପ୍ରେମୀଯୁଗଳ ପ୍ରେମର ଏହି ବିଶେଷ ମୁହୂର୍ତ୍ତକୁ ଖୁସିରେ ଉପଭୋଗ କରିବାକୁ ଯାଇଥିଲେ। ମାତ୍ର ତାହା ଦୁଃସ୍ବପ୍ନରେ ପରିଣତ ହେଲା। ପ୍ରେମିକ ଜଣକ ପ୍ରେମିକାଙ୍କୁ ପ୍ରପୋଜ କରିବା ମାତ୍ରେ ସେ ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ। ଏହି ସମୟରେ ତାଙ୍କ ପାଦ ଖସି ଯାଇଥିଲା। ଫଳରେ ସେ ୬୫୦ ଫୁଟ ତଳକୁ ଖସିପଡ଼ିଲେ।

ଏତେ ଉଚ୍ଚରୁ ଖସି ପଡ଼ିବା ପରେ ମଧ୍ୟ ପ୍ରେମିକା ଜଣକ ବଞ୍ଚି ଯାଇଛନ୍ତି। କାରଣ ତଳେ ପ୍ରବଳ ତୁଷାରପାତ ହୋଇଥିଲା। ଫଳରେ ତାଙ୍କୁ ଆଘାତ ଲାଗି ନ ଥିଲା। ପ୍ରେମିକ ଜଣକ ମଧ୍ୟ ତାଙ୍କ ପ୍ରେମିକାକୁ ବଞ୍ଚାଇବାକୁ ଡେଇଁ ପଡ଼ିଥିଲେ। ତେବେ ତାଙ୍କର ଗୋଡ଼ ଭାଙ୍ଗି ଯାଇଛି। ଏହି ଘଟଣା ଗତ ୨୭ ତାରିଖରେ ଘଟିଥିଲା।

ପ୍ରେମିକା ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ଜଣେ ପର୍ଯ୍ୟଟକ ତାଙ୍କୁ ଦେଖିବା ପରେ ସୁରକ୍ଷାକର୍ମୀଙ୍କୁ ସୂଚନା ଦେଇଥିଲେ। ଏହା ପରେ ଉଭୟଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁହେଁ ସୌଭାଗ୍ୟ ବଶତଃ ବଞ୍ଚି ଯାଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଜଣେ ପୋଲିସ ଅଧିକାରୀ କହିଛନ୍ତି, ‘ଦୁହେଁ ଅତ୍ୟନ୍ତ ଭାଗ୍ୟବାନ’ ଯଦି ପଥର ଉପରେ ତୁଷାରପାତ ନ ଥାନ୍ତା, ତେବେ ପରିଣାମ ଅଲଗା ହୋଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri