Posted inଜାତୀୟ

ନିଜକୁ ବୟସ୍କ ଭାବୁଛନ୍ତି ଯୁବବର୍ଗ

ନୂଆଦିଲ୍ଲୀ, ୧୯ା୧୦: ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଥକ୍କାପଣ ବା କ୍ଲାନ୍ତି, ଶକ୍ତିହୀନତା ଆଦି ପାଇଁ ଭାରତରେ ୨୬ରୁ ୪୦ ବର୍ଷ ବୟସ ବର୍ଗ (ମିଲେନିଆଲ୍ସ)ର ୪୬% ନିଜକୁ ଅପେକ୍ଷାକୃତ ବୟସ୍କ ବିବେଚନା କରୁଛନ୍ତି। ସେହିପରି ୧୮ରୁ ୨୫ ବର୍ଷ ବୟସ ବର୍ଗ (ଜେନ୍‌ ଜେଡ୍‌)ର ୪୦% ଅନୁରୂପ ଅନୁଭବ କରୁଥିବା ସଦ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ଏହାର ବିପରୀତରେ ୪୧ ବର୍ଷ ଏବଂ ତଦୁର୍ଦ୍ଦ ବୟସ ବର୍ଗ (ଜେନ୍‌ ଏକ୍ସ)ର ୮୨% ନିଜକୁ ଅଧିକ ଯୁବକ ଭାବୁଥିବାବେଳେ ସେମାନଙ୍କ ଏନର୍ଜି ଲେଭଲ ନିଜ ବୟସର ଲୋକଙ୍କ ତୁଳନାରେ ଅଧିକ ଥିବା ମନେ କରୁଛନ୍ତି। ‘ଲାଇଫ୍‌ଷ୍ଟାଇଲ୍‌ ଚଏସ୍‌ ଆଣ୍ଡ୍‌ ଏଜିଂ ପର୍ସେପ୍‌ଶନ୍‌ ଅଫ୍‌ ଅର୍ବାନ ଇଣ୍ଡିଆନ୍‌ସ’ ଶୀର୍ଷକ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି।
ଇଣ୍ଡିଆର କ୍ୱାକର୍‌ ଫୁଡ୍‌ ବ୍ରାଣ୍ଡ୍‌ ଏବଂ ଲଣ୍ଡନସ୍ଥିତ ମାର୍କେଟ ରିସର୍ଚ୍ଚ ମେଜର ୟୁରୋମନିଟର ଇଣ୍ଟରନ୍ୟାଶନାଲ ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ କୋଲକାତାର ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ୧ ହଜାର ଜଣଙ୍କୁ ଗବେଷଣାରେ ସାମିଲ କରାଯାଇଥିଲା। ରିପୋର୍ଟ ଅନୁସାରେ, ଜେନ୍‌ ଏକ୍ସ ବର୍ଗର ଲୋକେ ସେମାନଙ୍କ ଶରୀର, ଜୀବନଶୈଳୀ ଏବଂ ନିଜ ଆବଶ୍ୟକତାକୁ ବୁଝିପାରୁଛନ୍ତି। ସେମାନଙ୍କ ମଧ୍ୟରୁ ୮୨% ସମବୟସର ଅନ୍ୟ ଲୋକଙ୍କ ତୁଳନାରେ ନିଜକୁ ଅଧିକ ଯୁବ ଏବଂ ସ୍ବାସ୍ଥ୍ୟବାନ୍‌ ଭାବୁଛନ୍ତି। କିନ୍ତୁ ଜେନ୍‌ ଜେଡ୍‌ ବର୍ଗର ୪୦% ଏବଂ ୪୬% ମିଲେନିଆଲ୍ସ ଏବେର ବୟସରେ ନିଜକୁ ଅଧିକ ବୟସ୍କ ଏବଂ ଶକ୍ତିହୀନ ତଥା ଦୁର୍ବଳ ମନେ କରୁଛନ୍ତି। ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ବୟସ୍କ ଅନୁଭବ କରୁଥିବା ଅଧ୍ୟୟନରେ ଭାଗ ନେଇଥିବା ବ୍ୟକ୍ତିମାନେ କହିଛନ୍ତି। ଜେନ୍‌ ଏକ୍ସର ୪୦%ରୁ ଊର୍ଦ୍ଧ୍ୱ କେବେ ନିଜ ସକାଳ ଜଳଖିଆ ବା ବ୍ରେକ୍‌ଫାଷ୍ଟ ମିସ୍‌ କରୁନାହାନ୍ତି। ସକାଳର ବ୍ୟସ୍ତତା ଏବଂ କାର୍ଯ୍ୟଦିବସର ପ୍ରଭାବରେ ଜେନ୍‌ ଜେଡ୍‌ର ୫୦% ଏବଂ ମିଲେନିଆଲ୍ସ ବର୍ଗର ୬୧%ରୁ ଊର୍ଦ୍ଧ୍ୱ ସକାଳ ଖାଦ୍ୟ ଖାଉ ନ ଥିବା ସ୍ବୀକାର କରିଛନ୍ତି।
ମହାମାରୀ ପରେ ଖାଦ୍ୟପାନୀୟ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଥିବା ଏବଂ ଲୋକେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇଥିବା ମୋଟ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୮୨% କହିଛନ୍ତି। ପୂର୍ବାପେକ୍ଷା ଅଧିକ ଲୋକ ଶୀଘ୍ର ବୟସ୍କ ନ ହେବା ପାଇଁ ଉତ୍ତମ ଖାଦ୍ୟ ନିଜ ଭୋଜନରେ ସାମିଲ କରିଛନ୍ତି। ଅଧ୍ୟୟନରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୭୦% ଅଧିକ ପୋଷକ ତତ୍ତ୍ୱ ଥିବା ଖାଦ୍ୟ ଖାଉଛନ୍ତି। ସେହିପରି ୪୪% ପ୍ରତ୍ୟେକ ଭୋଜନରେ ଭିଟାମିନ୍‌ ତଥା ଭିଟାମିନ୍‌ ସପ୍ଲିମେଣ୍ଟ ସାମିଲ କରିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri