Posted inଜାତୀୟ

ନିଜକୁ ବୟସ୍କ ଭାବୁଛନ୍ତି ଯୁବବର୍ଗ

ନୂଆଦିଲ୍ଲୀ, ୧୯ା୧୦: ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଥକ୍କାପଣ ବା କ୍ଲାନ୍ତି, ଶକ୍ତିହୀନତା ଆଦି ପାଇଁ ଭାରତରେ ୨୬ରୁ ୪୦ ବର୍ଷ ବୟସ ବର୍ଗ (ମିଲେନିଆଲ୍ସ)ର ୪୬% ନିଜକୁ ଅପେକ୍ଷାକୃତ ବୟସ୍କ ବିବେଚନା କରୁଛନ୍ତି। ସେହିପରି ୧୮ରୁ ୨୫ ବର୍ଷ ବୟସ ବର୍ଗ (ଜେନ୍‌ ଜେଡ୍‌)ର ୪୦% ଅନୁରୂପ ଅନୁଭବ କରୁଥିବା ସଦ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ଏହାର ବିପରୀତରେ ୪୧ ବର୍ଷ ଏବଂ ତଦୁର୍ଦ୍ଦ ବୟସ ବର୍ଗ (ଜେନ୍‌ ଏକ୍ସ)ର ୮୨% ନିଜକୁ ଅଧିକ ଯୁବକ ଭାବୁଥିବାବେଳେ ସେମାନଙ୍କ ଏନର୍ଜି ଲେଭଲ ନିଜ ବୟସର ଲୋକଙ୍କ ତୁଳନାରେ ଅଧିକ ଥିବା ମନେ କରୁଛନ୍ତି। ‘ଲାଇଫ୍‌ଷ୍ଟାଇଲ୍‌ ଚଏସ୍‌ ଆଣ୍ଡ୍‌ ଏଜିଂ ପର୍ସେପ୍‌ଶନ୍‌ ଅଫ୍‌ ଅର୍ବାନ ଇଣ୍ଡିଆନ୍‌ସ’ ଶୀର୍ଷକ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି।
ଇଣ୍ଡିଆର କ୍ୱାକର୍‌ ଫୁଡ୍‌ ବ୍ରାଣ୍ଡ୍‌ ଏବଂ ଲଣ୍ଡନସ୍ଥିତ ମାର୍କେଟ ରିସର୍ଚ୍ଚ ମେଜର ୟୁରୋମନିଟର ଇଣ୍ଟରନ୍ୟାଶନାଲ ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ କୋଲକାତାର ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ୧ ହଜାର ଜଣଙ୍କୁ ଗବେଷଣାରେ ସାମିଲ କରାଯାଇଥିଲା। ରିପୋର୍ଟ ଅନୁସାରେ, ଜେନ୍‌ ଏକ୍ସ ବର୍ଗର ଲୋକେ ସେମାନଙ୍କ ଶରୀର, ଜୀବନଶୈଳୀ ଏବଂ ନିଜ ଆବଶ୍ୟକତାକୁ ବୁଝିପାରୁଛନ୍ତି। ସେମାନଙ୍କ ମଧ୍ୟରୁ ୮୨% ସମବୟସର ଅନ୍ୟ ଲୋକଙ୍କ ତୁଳନାରେ ନିଜକୁ ଅଧିକ ଯୁବ ଏବଂ ସ୍ବାସ୍ଥ୍ୟବାନ୍‌ ଭାବୁଛନ୍ତି। କିନ୍ତୁ ଜେନ୍‌ ଜେଡ୍‌ ବର୍ଗର ୪୦% ଏବଂ ୪୬% ମିଲେନିଆଲ୍ସ ଏବେର ବୟସରେ ନିଜକୁ ଅଧିକ ବୟସ୍କ ଏବଂ ଶକ୍ତିହୀନ ତଥା ଦୁର୍ବଳ ମନେ କରୁଛନ୍ତି। ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ବୟସ୍କ ଅନୁଭବ କରୁଥିବା ଅଧ୍ୟୟନରେ ଭାଗ ନେଇଥିବା ବ୍ୟକ୍ତିମାନେ କହିଛନ୍ତି। ଜେନ୍‌ ଏକ୍ସର ୪୦%ରୁ ଊର୍ଦ୍ଧ୍ୱ କେବେ ନିଜ ସକାଳ ଜଳଖିଆ ବା ବ୍ରେକ୍‌ଫାଷ୍ଟ ମିସ୍‌ କରୁନାହାନ୍ତି। ସକାଳର ବ୍ୟସ୍ତତା ଏବଂ କାର୍ଯ୍ୟଦିବସର ପ୍ରଭାବରେ ଜେନ୍‌ ଜେଡ୍‌ର ୫୦% ଏବଂ ମିଲେନିଆଲ୍ସ ବର୍ଗର ୬୧%ରୁ ଊର୍ଦ୍ଧ୍ୱ ସକାଳ ଖାଦ୍ୟ ଖାଉ ନ ଥିବା ସ୍ବୀକାର କରିଛନ୍ତି।
ମହାମାରୀ ପରେ ଖାଦ୍ୟପାନୀୟ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଥିବା ଏବଂ ଲୋକେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇଥିବା ମୋଟ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୮୨% କହିଛନ୍ତି। ପୂର୍ବାପେକ୍ଷା ଅଧିକ ଲୋକ ଶୀଘ୍ର ବୟସ୍କ ନ ହେବା ପାଇଁ ଉତ୍ତମ ଖାଦ୍ୟ ନିଜ ଭୋଜନରେ ସାମିଲ କରିଛନ୍ତି। ଅଧ୍ୟୟନରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୭୦% ଅଧିକ ପୋଷକ ତତ୍ତ୍ୱ ଥିବା ଖାଦ୍ୟ ଖାଉଛନ୍ତି। ସେହିପରି ୪୪% ପ୍ରତ୍ୟେକ ଭୋଜନରେ ଭିଟାମିନ୍‌ ତଥା ଭିଟାମିନ୍‌ ସପ୍ଲିମେଣ୍ଟ ସାମିଲ କରିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?