ନାଳ ନିକଟରେ ପଡ଼ିଛି ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ: ପରିଚୟ ଖୋଜୁଛି ବନ୍ଧମୁଣ୍ଡା ପୋଲିସ

ରାଉରକେଲା ଅଫିସ, ୧୯।୧୨: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ପ୍ରେମନଗର ନାଳ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଜବତ କରିଛି। ମୃତଦେହ ନିକଟରେ ରକ୍ତ ଭିଜା ପଥର ପଡ଼ିଥିବାରୁ ତାଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି l ମୃତ ଯୁବକଙ୍କର ପରିଚୟ ମିଳି ପାରିନାହିଁ। ବନ୍ଧମୁଣ୍ଡା ପୁଲିସ, ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଘଟଣାର ଯାଞ୍ଚ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି। ଶନିବାର ସକାଳୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଶୌଚ କରିବାକୁ ନାଳକୁ ଯିବା ବେଳେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ସେମାନେ ବନ୍ଧମୁଣ୍ଡା ପୁଲିସକୁ ସୂଚନା ଦେଇଥିଲେ। ତେବେ ଗତ ସପ୍ତାହକ ମଧ୍ୟରେ ଅଞ୍ଚଳରେ ଦୁଇ ଦୁଇଟି ଗୁଳିକାଣ୍ଡ, ହତ୍ୟା ଘଟଣା ଘଟିଥିବାରୁ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ପାନ ଖାଇ ଧରାପଡ଼ିଲେ ୬ଜଣ

ପୁରୀ ଅଫିସ, ୧୬।୧୦:ଶ୍ରୀମନ୍ଦିର ଭିତରେ ପାନ ଖାଇ ମଙ୍ଗଳବାର ୬ଜଣ ଧରାପଡ଼ିଛନ୍ତି। ମଙ୍ଗଳବାର ବାହାର ଦେଉଳିରେ କେତେଜଣ ଖଜା ତିଆରି କରୁଥିଲେ। ଶ୍ରୀମନ୍ଦିର ସ୍କ୍ବାଡ ସେଠାରେ...

ଖବରଦାତାଙ୍କୁ ଦୁର୍ବ୍ୟବହାର ମାମଲା: ସୂଚନା ଓ ଲୋକସମ୍ପର୍କ ବିଭାଗର ତଦନ୍ତ

ଢେଙ୍କାନାଳ ଅଫିସ,୨।୬- ଢେଙ୍କାନାଳ ଜିଲାର ଖବରଦାତାଙ୍କୁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ଆସିବା ପରେ ଏହାର ବିଭାଗୀୟ ତଦନ୍ତ...

‘ଏନ୍‌ଆର୍‌ସି ନୁହେଁ ଏନ୍‌ଆର୍‌ୟୁ ଆବଶ୍ୟକ’

ପୁରୀ ଅଫିସ, ୩୦ା୧: ଦେଶର ଭବିଷ୍ୟତ କୁହାଯାଉଥିବା ଯୁବଶକ୍ତିି ଆଜି ଦିଶାହୀନ ହୋଇ ବୁଲୁଛନ୍ତି। ଦେଶରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବଢି ଚାଲିଛି। ଗତ ୪୫ବର୍ଷ...

ହାଇଦରଙ୍କୁ କରୋନା: ସୁସ୍ଥ ହେଲେ ପୁଣି ଯିବେ ରିମାଣ୍ଡରେ !

ଭୁବନେଶ୍ୱର, ୧୭।୪(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ହାଇଦର ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ସୁସ୍ଥ ହେବା ପରେ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ ବୋଲି...

ପଟ୍ଟନାୟିକିଆ ଛକରେ ୩ ଭାଇଙ୍କୁ ହତ୍ୟା ଘଟଣା: ୬ଜଣଙ୍କୁ ଗିରଫ କଲା ସତ୍ୟବାଦୀ ପୋଲିସ

ସାକ୍ଷୀଗୋପାଳ,୧୬।୭(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଥିବା ଟ୍ରିପଲ୍‌ ମର୍ଡର ଘଟଣାରେ ମଙ୍ଗଳବାର ପୋଲିସ ୬ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ...

‘ଋତୁସ୍ରାବ ସମୟରେ ନେଇପାରିବେ କୋଭିଡ୍‌ ଟିକା’

ଭୁବନେଶ୍ୱର, ୨୯।୫(ବ୍ୟୁରୋ): କୁପୋଷଣରୁ କିଶୋରୀଙ୍କ ନିକଟରେ ରକ୍ତହୀନତା ଦେଖାଦେଇଥାଏ। ଅନେକ ସମୟରେ ଗର୍ଭାଶୟରେ ମଧ୍ୟ ଗୁରୁତର ସଂକ୍ରମଣ ହୋଇଥାଏ। ତେଣୁ ଉପଯୁକ୍ତ ପୁଷ୍ଟିସାଧନ ସହିତ ଋତୁସ୍ରାବ...

ଥମିନି ଶ୍ରମିକ ଶୋଷଣ ନୀତି: ଏବେ ବି ଅବହେଳିତ ଠିକା ଶ୍ରମିକ

(ଉପେନ୍ଦ୍ର ରାଉତ) ବଅଁରପାଳ, ୧।୫- ଶ୍ରମିକ ବିକାଶର ବାହକ। ପ୍ରଗତିର ପ୍ରମୁଖ ଭାଗୀଦାର। ସେମାନଙ୍କ ସହଯୋଗ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ହେଲେ ବିଭିନ୍ନ...

ଦ୍ୱୈତନଗରୀରୁ ୫ ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ରାଜ୍ୟରେ ବ୍ରାଉନସୁଗାର ର଼୍ୟାକେଟକୁ ଧରିବାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ସଫଳତା ମିଳିବା ପରେ କମିଶନରେଟ ପୋଲିସ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରିଛି। କଟକ ଓ ଭୁବନେଶ୍ୱର...

Advertisement


Archives

Model This Week

Why Dharitri